ଗୋପାଳପୁର,୧୨ା୮ (ଡି.ଏନ୍.ଏ.):ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ମୃତଦେହ ପୋଲିସ ଜବତ କରିଛି। ସେମାନେ ହେଲେ ରାମେୟାପାଟଣା ଓଡିଆରପି କଲୋନୀର ଗୁରୁବାରି ନାୟକ(୨୪) ଓ ବି.ମନୋହର ଗ୍ରାମର ଦୀପା ନାୟକ (୨୦)।
ଖବର ଅନୁସାରେ, ଦୀର୍ଘଦିନ ଧରି ଗୁରୁବାରିଙ୍କ ସହିତ ଦୀପାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୧୫ ଦିନ ତଳେ ଦୀପାଙ୍କୁ ଆଣି ଗୁରୁବାରି ନିଜ ଘରେ ରହୁଥିଲେ। ବୁଧବାର ଗୁରୁବାରିଙ୍କ ବାପା ଓ ମା’ କାମ କରିବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟାରେ ଘର ପାଖରେ ଥିବା କିଆଗଛରେ ଗୁରୁବାରି ରଶି ଲଗାଇ ଓ ଦୀପା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଗୁରୁବାରିଙ୍କ ବାପା ମୋହନ ନାୟକ କାମରୁ ଫେରିବା ବେଳେ ଉଭୟ କିଆଗଛରେ ଝୁଲୁଥିତ୍ବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଏଏସଆଇ ଗୁଣନିଧି ରାଉତ ଓ ଅନ୍ୟ ଅଧିକାରୀ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚତ୍ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ଅପରାହ୍ନରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏ ନେଇ ମୋହନ ଓ ଦୀପାଙ୍କ ମା’ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍ ନଂ. ୨୨ ଓ ୨୩/୨୨ ପ୍ରକାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଉଭୟ ଆତ୍ମହତ୍ୟା କଲେ ସେ ନେଇ ତଦନ୍ତ କରାଯାଉଥିତ୍ବା ଥାନା ଅଧିକାରୀ ମହନ୍ତ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ
ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…
ଗଣ୍ଡ ସମାଜର ନୂଆଁଖାଇ ଭେଟ୍ଘାଟ୍, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ
କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ…
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ
ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…
ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା
ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…
ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…
‘କୃଷି, ଏକତା ଅଘରିଆଙ୍କ ଶକ୍ତି’
ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…
କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…
ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

