ଘୋଡ଼ାବେପାର ଉପରେ ନଜର

ପୁରୀ ଅଫିସ,୬।୩: ପୁରୀ ସଦର ବ୍ଲକ୍‌ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପୁରୀ ସଦରର ୩୦ ବିଜୟୀ ସମିତିସଭ୍ୟଙ୍କୁ ନେଇ ଯେଉଁ ରାଜନୀତି ଚାଲିଛି ତାକୁ ଦେଖିଲେ ବ୍ଲକ୍‌ କାହା ହାତକୁ ସେକଥା ଏବେ କହିବା ଅସମ୍ଭବ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଆସୁଥିବା ୧୧ ପଞ୍ଚାୟତ ମଧ୍ୟରୁ ୮ଟି ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହେବା ପରେ ସେମାନେ ଗୋଟିଏ ଧାରାରେ ରହିଛନ୍ତି। ସେଥିମଧ୍ୟରୁ ବାକି ବାସୁଦେବପୁର, ପ୍ରତାପ ପୁରୁଷୋତ୍ତମପୁର ଓ କେରାଣ୍ଡିପୁର ଭିନ୍ନ ଦିଗରେ ରହିଛନ୍ତି। ଏଥିରୁ ୨ଟି ପଞ୍ଚାୟତ ଭାଜପା ହାତରେ ରହିଥିବା ବେଳେ ବାସୁଦେବପୁର ପଞ୍ଚାୟତ ବିଜେଡି ସପକ୍ଷରେ ରହିଛି। ତେଣୁ ରାଜ୍ୟ ଯୋଜନା ବୋର୍ଡ ସଞ୍ଜୟ କୁମାର ଦାସବର୍ମାଙ୍କ ହାତରେ ୧୧ଟିରୁ ୯ଟି ଆସନ ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଅନୁରୂପ ଭାବେ ପୁରୀ ନିର୍ବାଚନ ମଣ୍ଡଳୀର ୧୯ ପଞ୍ଚାୟତରେ ବିଜୟୀ ହୋଇଥିବା ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ଏଠାରେ ବିଜେଡିର ଦୁଇ ଗୋଷ୍ଠୀ ଓ ଭାଜପାର ସଂଖ୍ୟାବଳ ମୁଖ୍ୟତଃ ପ୍ରମୁଖ ସମସ୍ୟ ପାଲଟିଛି। ସଂଖ୍ୟାକୁ ନେଇ ଏମାନଙ୍କ ମୁହଁରୁ ଯାହା ଶୁଣାଯାଉଛି ତାହା ସହଜରେ ଗ୍ରହଣ କରାଯାଇନପାରେ। ୧୯ ପଞ୍ଚାୟତର ସମିତି ସଭ୍ୟଙ୍କ ମଧ୍ୟରୁ ବିଜେଡି ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ହାତରେ ୧୦, ୧୨ ଓ ୧୩ ଏହି ସଂଖ୍ୟାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ବିଜେଡିରେ ଥାଇ ବିଭିନ୍ନ ସରକାରୀ କାମରେ ନିଜ ପତିଆରା ଜାହିର କରିଥିବା ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରତି ଆଗ୍ରହ ଦେଖାଇ କେତେ ଜଣ ସମିତିସଭ୍ୟ ତାଙ୍କ ସପକ୍ଷରେ ମଧ୍ୟ ରହିଛନ୍ତି। ସେହିସଂଖ୍ୟା ବିଜେଡି ମୁହଁରୁ ୨ ଶୁଣାଯାଉଥିବା ବେଳେ ଶୁଭାଶିଷ ସଂଖ୍ୟା ୫ ବୋଲି ଦାବି କରି ଆସୁଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସପକ୍ଷରେ ୪ ଜଣ ସମିତି ସଭ୍ୟ ରହିଥିବା କୁହାଯାଉଛି। ଏହି ସଂଖ୍ୟା ଖେଳ ମଧ୍ୟରେ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବା ଘୋଡ଼ା ବେପାରକୁ ବେଶ ସୁହାଇଛି। କୌଣସି ମତେ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବା ପାଇଁ ମହେଶ୍ୱର ମହାନ୍ତି, ଶୁଭାଶିଷ ଖୁଣ୍ଟିଆ ଓ ଜୟନ୍ତ ଷଡ଼ଙ୍ଗୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଯେଉଁଠି ସଞ୍ଜୟଙ୍କ ହାତରେ ସଂଖ୍ୟା ୯ ରହିଥିବାରୁ ସେ ଏକପ୍ରକାର ନିଶ୍ଚିତ ହୋଇ ବସିଛନ୍ତି। ସଞ୍ଜୟଙ୍କ ୧୧ ପଞ୍ଚାୟତରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇପାରେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ମହେଶ୍ୱରଙ୍କ ସମର୍ଥନ ଏହି ଦିଗରେ ନିଶ୍ଚିତ ଆବଶ୍ୟକ ପଡ଼ିବ। ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦିବାକର ପାତ୍ର ଏଥର ପୁଣି ଏହି ଆସନ ଅଳଙ୍କୃତ କରିବା ପାଇଁ ଇଚ୍ଛୁକ ଅଛନ୍ତି। ହେଲେ ମହେଶ୍ୱର-ସଞ୍ଜୟଙ୍କ ଯୋଡ଼ି ଆଗରେ ବିରୋଧୀ ଗୋଷ୍ଠୀ ମଧ୍ୟ ମୁଣ୍ଡ ନୁଆଁଇବାର ନାମ ଧରୁନାହାନ୍ତି। କୌଣସି ମତେ ବିରୋଧୀ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବାକୁ କଳବଳ କୌଶଳ ଲଗାଇ ଦେଇଛନ୍ତି। ତେବେ ବିଜେଡିରେ କ’ଣ ଚାଲିଛି ସେକଥା କହିବା କଷ୍ଟକର। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଚାଲିଥିବା ଏହି ଅଙ୍କକଷାର ପ୍ରକୃତ ଚିତ୍ର ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଇଛି ଯେ, ପୁରୀ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବା ଲାଗି ଗତ ୩୦ ବର୍ଷ ମଧ୍ୟରେ ଏଭଳି ରାଜନୈତିକ ଖେଳ କେବେ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?