ଘୋଡ଼ାବେପାର ଉପରେ ନଜର

ପୁରୀ ଅଫିସ,୬।୩: ପୁରୀ ସଦର ବ୍ଲକ୍‌ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପୁରୀ ସଦରର ୩୦ ବିଜୟୀ ସମିତିସଭ୍ୟଙ୍କୁ ନେଇ ଯେଉଁ ରାଜନୀତି ଚାଲିଛି ତାକୁ ଦେଖିଲେ ବ୍ଲକ୍‌ କାହା ହାତକୁ ସେକଥା ଏବେ କହିବା ଅସମ୍ଭବ। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଆସୁଥିବା ୧୧ ପଞ୍ଚାୟତ ମଧ୍ୟରୁ ୮ଟି ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହେବା ପରେ ସେମାନେ ଗୋଟିଏ ଧାରାରେ ରହିଛନ୍ତି। ସେଥିମଧ୍ୟରୁ ବାକି ବାସୁଦେବପୁର, ପ୍ରତାପ ପୁରୁଷୋତ୍ତମପୁର ଓ କେରାଣ୍ଡିପୁର ଭିନ୍ନ ଦିଗରେ ରହିଛନ୍ତି। ଏଥିରୁ ୨ଟି ପଞ୍ଚାୟତ ଭାଜପା ହାତରେ ରହିଥିବା ବେଳେ ବାସୁଦେବପୁର ପଞ୍ଚାୟତ ବିଜେଡି ସପକ୍ଷରେ ରହିଛି। ତେଣୁ ରାଜ୍ୟ ଯୋଜନା ବୋର୍ଡ ସଞ୍ଜୟ କୁମାର ଦାସବର୍ମାଙ୍କ ହାତରେ ୧୧ଟିରୁ ୯ଟି ଆସନ ରହିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଅନୁରୂପ ଭାବେ ପୁରୀ ନିର୍ବାଚନ ମଣ୍ଡଳୀର ୧୯ ପଞ୍ଚାୟତରେ ବିଜୟୀ ହୋଇଥିବା ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ଏଠାରେ ବିଜେଡିର ଦୁଇ ଗୋଷ୍ଠୀ ଓ ଭାଜପାର ସଂଖ୍ୟାବଳ ମୁଖ୍ୟତଃ ପ୍ରମୁଖ ସମସ୍ୟ ପାଲଟିଛି। ସଂଖ୍ୟାକୁ ନେଇ ଏମାନଙ୍କ ମୁହଁରୁ ଯାହା ଶୁଣାଯାଉଛି ତାହା ସହଜରେ ଗ୍ରହଣ କରାଯାଇନପାରେ। ୧୯ ପଞ୍ଚାୟତର ସମିତି ସଭ୍ୟଙ୍କ ମଧ୍ୟରୁ ବିଜେଡି ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ହାତରେ ୧୦, ୧୨ ଓ ୧୩ ଏହି ସଂଖ୍ୟାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ବିଜେଡିରେ ଥାଇ ବିଭିନ୍ନ ସରକାରୀ କାମରେ ନିଜ ପତିଆରା ଜାହିର କରିଥିବା ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରତି ଆଗ୍ରହ ଦେଖାଇ କେତେ ଜଣ ସମିତିସଭ୍ୟ ତାଙ୍କ ସପକ୍ଷରେ ମଧ୍ୟ ରହିଛନ୍ତି। ସେହିସଂଖ୍ୟା ବିଜେଡି ମୁହଁରୁ ୨ ଶୁଣାଯାଉଥିବା ବେଳେ ଶୁଭାଶିଷ ସଂଖ୍ୟା ୫ ବୋଲି ଦାବି କରି ଆସୁଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସପକ୍ଷରେ ୪ ଜଣ ସମିତି ସଭ୍ୟ ରହିଥିବା କୁହାଯାଉଛି। ଏହି ସଂଖ୍ୟା ଖେଳ ମଧ୍ୟରେ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବା ଘୋଡ଼ା ବେପାରକୁ ବେଶ ସୁହାଇଛି। କୌଣସି ମତେ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବା ପାଇଁ ମହେଶ୍ୱର ମହାନ୍ତି, ଶୁଭାଶିଷ ଖୁଣ୍ଟିଆ ଓ ଜୟନ୍ତ ଷଡ଼ଙ୍ଗୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଯେଉଁଠି ସଞ୍ଜୟଙ୍କ ହାତରେ ସଂଖ୍ୟା ୯ ରହିଥିବାରୁ ସେ ଏକପ୍ରକାର ନିଶ୍ଚିତ ହୋଇ ବସିଛନ୍ତି। ସଞ୍ଜୟଙ୍କ ୧୧ ପଞ୍ଚାୟତରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇପାରେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ମହେଶ୍ୱରଙ୍କ ସମର୍ଥନ ଏହି ଦିଗରେ ନିଶ୍ଚିତ ଆବଶ୍ୟକ ପଡ଼ିବ। ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦିବାକର ପାତ୍ର ଏଥର ପୁଣି ଏହି ଆସନ ଅଳଙ୍କୃତ କରିବା ପାଇଁ ଇଚ୍ଛୁକ ଅଛନ୍ତି। ହେଲେ ମହେଶ୍ୱର-ସଞ୍ଜୟଙ୍କ ଯୋଡ଼ି ଆଗରେ ବିରୋଧୀ ଗୋଷ୍ଠୀ ମଧ୍ୟ ମୁଣ୍ଡ ନୁଆଁଇବାର ନାମ ଧରୁନାହାନ୍ତି। କୌଣସି ମତେ ବିରୋଧୀ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବାକୁ କଳବଳ କୌଶଳ ଲଗାଇ ଦେଇଛନ୍ତି। ତେବେ ବିଜେଡିରେ କ’ଣ ଚାଲିଛି ସେକଥା କହିବା କଷ୍ଟକର। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଚାଲିଥିବା ଏହି ଅଙ୍କକଷାର ପ୍ରକୃତ ଚିତ୍ର ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଇଛି ଯେ, ପୁରୀ ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବା ଲାଗି ଗତ ୩୦ ବର୍ଷ ମଧ୍ୟରେ ଏଭଳି ରାଜନୈତିକ ଖେଳ କେବେ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri