କୁଜଙ୍ଗ,୬।୩(ଡି.ଏନ୍.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରସ୍ତାବିତ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ଦ୍ୱିତୀୟ ଥର ପାଇଁ ଜଗତ୍ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ୫ ଜଣିଆ ଆଇନଜୀବୀ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ଛାଉଣୀ ମଧ୍ୟରେ ଶନିବାର ଜନଶୁଣାଣି ହୋଇଛି। ଏଥିରେ ଢିଙ୍କିଆ, ଗୋବିନ୍ଦପୁର, ପାଟଣା, ମାହାଳ ଓ ତ୍ରିଲୋଚନପୁରର ଗ୍ରାମବାସୀ ଯୋଗଦେଇଥିଲେ। ମାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ପ୍ରଶାସନ ତରଫରୁ ବାରଣ କରାଯାଇଥିଲା। ଏପରି କି ଶୁଣାଣି ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟ ପଟେ ଜନଶୁଣାଣିରେ ପ୍ରକଳ୍ପ ବିରୋଧୀଙ୍କୁ କହିବାକୁ ସୁଯୋଗ ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ା
ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଗତ ଜାନୁୟାରୀ ୧୪ରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହାଇକୋର୍ଟରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ୫ଜଣିଆ ଟିମ୍ ଗତ ୧୯ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନାବେଳେ ବାଲିତୁଠ ଅଞ୍ଚଳର କେତେଜଣ ବ୍ୟକ୍ତି କମିଟି ସଦସ୍ୟଙ୍କୁ ବିରୋଧ କରି ଗଣ୍ଡଗୋଳ କରିଥିଲେ। ପରେ କମିଟି ସଦସ୍ୟ ଗ୍ରାମର ସ୍ଥିତି ଅନୁଧ୍ୟାନ କରି ହାଇକୋର୍ଟରେ ରିପୋର୍ଟ ପ୍ରଦାନ କରିଥିଲେ। ଗତ ୨୩ ତାରିଖରେ ଉକ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ବିଚାରପତି ଏସ୍.ମୁରଲୀଧର ଏବଂ ବିଚାରପତି ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଢିଙ୍କିଆର ବାସ୍ତବ ଚିତ୍ରର ସମ୍ପୂର୍ଣ୍ଣ ବିବରଣୀ ଆଣିବା ପାଇଁ କମିଟିକୁ ମାର୍ଚ୍ଚ ୫ରେ ଆଉ ଥରେ ଘଟଣାସ୍ଥଳ ଗସ୍ତ କରି ସେଠାରେ ଜନଶୁଣାଣି କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍କାର ଦେବଦାସ, ସୁକାନ୍ତ କୁମାର ଦଳେଇ, ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଞ୍ଜୟ କଟିକିଆ ପ୍ରମୁଖଙ୍କୁ ନେଇ ଗଠିତ କମିଟି ପୁନର୍ବାର ଢିଙ୍କିଆ ଗସ୍ତରେ ଆସି ଜନଶୁଣାଣିରେ ଯୋଗଦେଇଥିଲେ। ଅନ୍ୟ ପକ୍ଷରେ ପୋଲିସ ଚିହ୍ନିଥିବା ପ୍ରକଳ୍ପ ବିରୋଧୀମାନଙ୍କୁ ଏହି ସମୟରେ ଭିତରକୁ ଛାଡ଼ି ନ ଥିବା ନେଇ ଅଭିଯୋଗ ହୋଇଛି।
ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ନିକଟରେ ପୋଲିସ ପରିଚୟ ଯାଞ୍ଚ ଆଳରେ ବହୁ ଲୋକଙ୍କୁ ଭିତରକୁ ଛାଡି ନ ଥିଲା। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଆଇନଜୀବୀ କମିଟିର ସଦସ୍ୟମାନେ ଆସି ଜନସାଧାରଣଙ୍କୁ ଭିତରକୁ ଛାଡିବାକୁ ପୋଲିସକୁ କହିଥିଲେ। ଏହାପରେ ସେମାନଙ୍କୁ ଛଡ଼ାଯାଇଥିଲେ ମଧ୍ୟ ବିରୋଧୀମାନଙ୍କୁ କିଛି କହିବାକୁ ନ ଦେଇ ଧକ୍କା ମାରି ଭିତରୁ ତଡ଼ି ଦିଆଯାଇଥିବା ନେଇ ଢିଙ୍କିଆର ପାର୍ବତୀ ବେହେରା, ରଶ୍ମିତା ମଲ୍ଲିକ, ମନୋଜ ମଲ୍ଲିକ, ଗୋବିନ୍ଦପୁରର ବିଶ୍ୱନାଥ ନାୟକ, ତ୍ରିଲୋଚନପୁରର ଚନ୍ଦନ ବିଶ୍ୱାଳ ପ୍ରମୁଖ କହିଛନ୍ତି। ଏପରି କି ଢିଙ୍କିଆର ପୂର୍ବତନ ସରପଞ୍ଚ ଶଲିଳା ନାୟକ କେତେ ଜଣ ମହିଳାଙ୍କ ସହ ଭିତରକୁ ପ୍ରବେଶକରିବାକୁ ଉଦ୍ୟମ କରିବାରୁ ତାଙ୍କୁ ଫେରାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ା ଜାନୁୟାରୀ ୧୪ରେ ପୋଲିସ ମାଡ଼ରେ ଆହତ ହୋଇଥିବା ସ୍କୁଲ ଛାତ୍ରୀ ରାଲ୍ଲି ସ୍ବାଇଁଙ୍କୁ ୧୮ବର୍ଷରୁ କମ୍ ବୟସ ଦର୍ଶାଇ ପୋଲିସ ଭିତରକୁ ଛାଡ଼ି ନ ଥିଲା। ଆଇନଜୀବୀ କମିଟି ସଦସ୍ୟ ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ପରେ ତାଙ୍କୁ ପ୍ରବେଶ ଲାଗି ଅନୁମତି ମିଳିଥିଲେ ମଧ୍ୟ କହିବାକୁ ଦିଆଯାଇ ନ ଥିଲା। ଅପରପକ୍ଷେ ପାନବରଜ ଭାଙ୍ଗି ଜୀବିକା ହରାଇଥିବା ସଂଖ୍ୟାଧିକ ପଞ୍ଚାୟତବାସୀ ଶିଳ୍ପକୁ ସ୍ବାଗତ କରଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ଖଣ୍ଡନ କରିଥିଲେ। ଜୀବିକା ହରାଇଥିବାରୁ ଭବିଷ୍ୟତ ପାଇଁ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ଯଥାଶୀଘ୍ର ପ୍ରତିଷ୍ଠା କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ ସମ୍ପର୍କରେ ଏସ୍ପି ଅଖିଳେଶ୍ୱର ସିଂ କହିଥିଲେ ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିି ନିଆଯାଇଛି। ଆଇନଜୀବୀ କମିଟି ହାଇକୋର୍ଟ ପକ୍ଷରୁ ସେମିତି କିଛି ନିର୍ଦ୍ଦେଶ ଦିଆଯାଇ ନ ଥିବା କହିଥିବା ବେଳେ ବାରଣ ସମ୍ପର୍କରେ କିଛି କହି ନ ଥିଲେ।
ଜନଶୁଣାଣିର ସମସ୍ତ ବିବରଣୀର ଭିଡିଓ ରେକର୍ଡିଂ ହୋଇଥିବା ନେଇ ଜିଲା ପ୍ରଶାସନ ତରଫରୁ କୁହାଯାଇଛି। ଜନଶୁଣାଣି ବେଳେ କେତେଜଣ ଗ୍ରାମବାସୀ ପୋଲିସ ଭୟରେ ସେଠାକୁ ନ ଆସି ଗାଁରେ ବୁଲୁଥିବାର ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ଶୁଣାଣିରେ ଜିଲାପାଳ ପାରୁଲ ପଟୱାରୀ, ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ମାର୍ଚ୍ଚ ୧୧ରେ ଆଇନଜୀବୀ କମିଟି ଏହାର ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ଦାଖଲ କରିବେ ବୋଲି ଜଣାପଡିଛି।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All
ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…
ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…
ଭୟଙ୍କର ଦୁର୍ଘଟଣା; ଟ୍ରକ୍-ବାଇକ୍ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର
ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍-ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….
କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…
ରଣଜୀ ଟିମ୍ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ
ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…
ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା
ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍ ଇଞ୍ଜିନ ସରକାରରେ…
ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…
ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ
ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…
ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ
ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

