Posted inଜାତୀୟ

ଅପରେଶନ ଗଙ୍ଗା: ମାର୍ଚ୍ଚ ୧୧ସୁଦ୍ଧା ୧୦୦ ବିମାନରେ ସ୍ୱଦେଶ ଫେରିବେ ଭାରତୀୟ, ଏବେବି ସୁମିରେ ଫସି ରହିଛନ୍ତି କେତେଜଣ ଛାତ୍ର

ନୂଆଦିଲ୍ଲୀ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ଅପରେଶନ ଗଙ୍ଗାକୁ ଜୋରଦାର କରାଯାଇଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ତେବେ ୟକ୍ରେନରେ ଫସି ରହିଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ପାଖାପାଖି ୧୩ ହଜାର ଭାରତୀୟ ସ୍ୱଦେଶ ଫେରି ଆସିଲେଣି । ହେଲେ ଏବେବି ସୁମି ଅଞ୍ଚଳରେ ଫସି ରହିଥିବା ୭୦୦ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି । କାରଣ ଏହି ଅଞ୍ଚଳର ଦୁଇଟି ସୀମାରେ ଭିଷଣ ଲଢେଇ ଜାରି ରହିଛି । ତେଣୁ ଏଭଳି ପରିସ୍ଥିତିରେ ସୁମିରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଜୀବନକୁ ବାଜି ଲଗାଇବା ସହ ସମାନ ବୋଲି କୁହାଯାଉଛି । ତେବେ ସୁମିରେ ଥିବା ଭାରତୀୟଙ୍କ ସହ କେନ୍ଦ୍ର ସରକାର ସର୍ବଦା ସମ୍ପର୍କରେ ଥିବା ବେଳେ ଏବେ ସେମାନେ ସୁରକ୍ଷିତ ଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ଅପରେଶନ ଗଙ୍ଗା ମାଧ୍ୟମରେ ଏବେ ସୁଦ୍ଧା ୬୩ ବିମାନରେ ୧୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଗଲାଣି । ୧୧ ମାର୍ଚ୍ଚ ସୁଦ୍ଧା ୧୦୦ ବିମାନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇ ସାରିଛି । ଏଥିରେ ବାୟୁସେନା ସହ ୬ଟି ଘରୋଇ କମ୍ପାନୀର ବିମାନକୁ ସାମିଲ କରାଯାଇଛି । ୨୬ ଫେବୃୟାରୀରୁ ଭାରତ ସରକାରଙ୍କ ଦ୍ୱାରା ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୁଦ୍ଧରେ ଲଢି ଚର୍ଚ୍ଚାକୁ ଆସିଥିବା ଅଧିକାରୀ

କୋଲକାତା,୧୪।୭: ପଶ୍ଚିମବଙ୍ଗରେ କରୋନା ବିରୋଧରେ ଲଢେଇକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଧିକାରୀ ଦେବଦତ୍ତା ରାୟ ଶେଷରେ କରୋନା ନିକଟରେ ହାର ମାନିଛନ୍ତି। ଜୀବନ ଯୁଦ୍ଧରେ ହାରି...

ତୀଲକ, ହିଜାବ ପାଇଁ ୨ ଛାତ୍ରୀଙ୍କୁ ପିଟିଲେ ଶିକ୍ଷକ

ରାଜୋରି( ଜମ୍ମୁ-କଶ୍ମୀର), ୭।୪: ଜମ୍ମୁ-କଶ୍ମୀରର ରାଜୋରି ଜିଲାରେ ଦୁଇ ଛାତ୍ରୀଙ୍କୁ ମାଡ଼ ମାରିବା ପାଇଁ ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଛାତ୍ରୀଙ୍କୁ...

ଦେଶରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ: ନୀତୀଶ କୁମାର

ନାଳନ୍ଦା,୨୯।୯: ଦେଶରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦୋହରାଇଛନ୍ତି। ମଙ୍ଗଳବାର ନାଲନ୍ଦାରେ ସେ କହିଛନ୍ତି ଯେ...

୨୦୧୬ ସେପ୍ଟେମ୍ବରରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ,୨୧।୫: ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ୨୦୧୬ ସେପ୍ଟେମ୍ବର ମାସରେ କରାଯାଇଥିଲା। ଉରି ଗ୍ୟାରିଶନ୍‌ ଆକ୍ରମଣର ପ୍ରତିଶୋଧ ନେବା ଲାଗି ସେନା ପକ୍ଷରୁ ଏଭଳି ପଦକ୍ଷେପ...

ଅନୀଲ ଦେଶମୁଖ ଜାମିନ ମାମଲା, ସୁପ୍ରିମ୍‌କୋର୍ଟରେ ସିବିଆଇ…

ନୂଆଦିଲ୍ଲୀ,୧୭।୧୨ : ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା...

ଅଭିଯୋଗ ନ ଆସିଲେ ବି ଦାୟର କରନ୍ତୁ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୪: ସୁପ୍ରିମକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଶୁକ୍ରବାର ହେଟ୍‌ ସ୍ପିଚ୍‌ ଏବଂ ଘୃଣା ମନ୍ତବ୍ୟ ଉପରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

କରୋନା ପ୍ରଭାବ: ମୋଦି ଖେଳିବେନି ହୋଲି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣର ପ୍ରଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋଲି ମିଳନ ସମାରୋହ ଉପରେ ମଧ୍ୟ ପଡ଼ିଛି। ମୋଦି ଚଳିତ ଥର କୌଣସି ହୋଲି ମିଳନ...

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା।...

Advertisement
Archives

Model This Week