ପ୍ରଭୁତ୍ୱର ଜିନ୍ଦାବାଦ

ଡ.ସତ୍ୟନାରାୟଣ ମିଶ୍ର

ଣତନ୍ତ୍ରରେ ଆଦର୍ଶଗତ ବିଚାରଧାରାକୁ ବିଶ୍ଳେଷଣ କଲେ ନିୟମାନୁମୋଦିତ ଧାରାଗୁଡ଼ିକୁ ନିର୍ବିଦ୍ୱନ୍ଦ୍ୱରେ ଗ୍ରହଣ କରିବାକୁ ଜନସାଧାରଣ ବାଧ୍ୟ ହୋଇଥାନ୍ତି କାରଣ ସାର୍ବଜନୀନ ନିୟମ ହେଉଛି ସମାଜର ସମସ୍ତ ବର୍ଗର ହିତ ପାଇଁ ଉଦ୍ଦିଷ୍ଟ। ଏ ଦୃଷ୍ଟିରୁ ବିଚାର କଲେ ଜନସାଧାରଣ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ, ବିକ୍ଷୋଭ, ଆଲୋଚନା, ଧାରଣା, ଅନଶନ ଆଦି କରିଥାନ୍ତି ସରକାରଙ୍କ ନିକଟରୁ ଉପଯୁକ୍ତ ଦାବି ହାସଲ ନିମନ୍ତେ। କେତେକ ସମୟରେ ସରକାରଙ୍କର ଶାସନ ପଦ୍ଧତିରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଯାଇଥାଏ; ଯାହା ନାଗରିକଙ୍କ ହିତ ପାଇଁ ଉଦ୍ଦିଷ୍ଟ ନ ଥାଏ। ଉକ୍ତ ନୀତିର ପୁନର୍ବିଚାର ପାଇଁ ଜନସାଧାରଣଙ୍କ ଦ୍ୱାରା ପ୍ରତିବାଦ ବା ବିକ୍ଷୋଭ ମାଧ୍ୟମରେ ଆଲୋଚନା ଦ୍ୱାରା ସିଦ୍ଧ ହୋଇଥାଏ ଓ ଏଥିରେ ଉଭୟେ ସରକାରଙ୍କର ଓ ଜନସାଧାରଣଙ୍କର ହିତ ନିହିତ ହୋଇଥାଏ। ବିରୋଧ କରିବାର ଅଧିକାର ହୁଏତ କୌଣସି ସଭାର ସ୍ବାଧୀନତା, ସଙ୍ଗଠନର ସ୍ବାଧୀନତା ଏବଂ ବାକ୍‌ ସ୍ବାଧୀନତାର ଅଧିକାର ହୋଇପାରେ। ଅନ୍ୟପକ୍ଷରେ ବିରୋଧ କରିବା ବା ଜାତୀୟ ସୁରକ୍ଷା କିମ୍ବା ଜନ ନିରାପତ୍ତା ପାଇଁ ବିପଦ ନୁହେଁ । ଏହା ନିଶ୍ଚିତ ଭାବରେ ନାଗରିକ ଅବମାନନା ନୁହେଁ, ଯେତେବେଳେ ବିରୋଧ କରିବା ଶାସନ ବ୍ୟବସ୍ଥାର ନିୟମ ଉଲ୍ଲଂଘନ କରେ ନାହିଁ। ବିରୋଧ, ଅହିଂସା ପ୍ରତିରୋଧର ଅଭିଯାନ କିମ୍ବା ନାଗରିକ ପ୍ରତିରୋଧଗୁଡ଼ିକ ହେଉଛି ଏକ ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ଶୃଙ୍ଖଳାକୁ ସକାରାତ୍ମକ ଭାବରେ ସମର୍ଥନ କରିବାର ଚରିତ୍ର।
ବିରୋଧ ହେଉଛି କାର୍ଯ୍ୟ ପ୍ରତି ଆପତ୍ତି, ନାପସନ୍ଦ କିମ୍ବା ଅସନ୍ତୋଷର ଏକ ସାଧାରଣ ଅଭିବ୍ୟକ୍ତି। ସାଧାରଣତଃ ରାଜନୈତିକ ବିରୋଧକୁ ସହଯୋଗର କାର୍ଯ୍ୟ ଭାବରେ ଚିନ୍ତା କରାଯାଇପାରେ; ଯେଉଁଥିରେ ବହୁ ଲୋକ ସତତ ଉପସ୍ଥିତ ରହି ସହଯୋଗ କରନ୍ତି ଓ ଏହାର ସମ୍ଭାବ୍ୟ ଖର୍ଚ୍ଚ ଓ ପରିଣାମ ବାଣ୍ଟିପାରନ୍ତି।
ବ୍ୟକ୍ତିଗତ ବିବୃତିଠାରୁ ଆରମ୍ଭ କରି ଜନ ପ୍ରଦର୍ଶନ ପର୍ଯ୍ୟନ୍ତ ବିରୋଧ ଅନେକ ଭିନ୍ନ ରୂପ ନେଇପାରେ। ଜନମତ କିମ୍ବା ସରକାରୀ ନୀତି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିବାବେଳେ ସର୍ବସାଧାରଣରେ ସେମାନଙ୍କ ମତାମତ ଶୁଣିବା ପାଇଁ ଏକ ବିରୋଧ ପ୍ରଦର୍ଶନ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏକ ସୁପ୍ରୟାସ। ମାତ୍ର ଯେଉଁଠାରେ ବିରୋଧ ଏକ ନିର୍ଦ୍ଦିଷ୍ଟ ମନ୍ଦ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏକ ବ୍ୟବସ୍ଥିତ ତଥା ହିଂସା ଅଭିଯାନର ଏକ ଅଂଶ ଓ ଚାପର ବ୍ୟବହାର ସହିତ ଜଡ଼ିତ ହୁଏ, ସେତେବେଳେ ବିରୋଧର ସୀମା ଅତିକ୍ରମ ହୋଇଥାଏ ଓ ଜନସାଧାରଣ ସହଜରେ ଗ୍ରହଣ କରିପାରି ନ ଥାନ୍ତି। ବିଭିନ୍ନ ପ୍ରକାରର ଆତ୍ମ-ଅଭିବ୍ୟକ୍ତି ଓ ବିରୋଧ ବେଳେବେଳେ ସରକାରୀ ନୀତି, ଅର୍ଥନୈତିକ ପରିସ୍ଥିତି, ଧାର୍ମିକ ଓ ସାମାଜିକ ସଂରଚନା କିମ୍ବା ଗଣମାଧ୍ୟମ ଏକଚାଟିଆ ଦ୍ୱାରା ସୀମିତ ରହିଥାଏ। ବିରୋଧର ଏକ ପ୍ରତିକ୍ରିୟା ହେଉଛି ଦଙ୍ଗା ଓ ପୋଲିସର ଅପବ୍ୟବହାର। ଯେତେବେଳେ ଏହିପରି ପ୍ରତିବନ୍ଧକ ଘଟେ, ବିରୋଧଗୁଡ଼ିକ ସେତେବେଳେ ଖୋଲା ଖୋଲି ଭାବେ ନାଗରିକ ଅବମାନନା, ପ୍ରତିବନ୍ଧକ ବିରୋଧରେ ଅଧିକ ସୂକ୍ଷ୍ମ ପ୍ରତିରୋଧର ରୂପ ଧାରଣ କିମ୍ବା ସଂସ୍କୃତିର ହିଂସାତ୍ମକ ଆକ୍ରମଣର ରୂପ ନେଇଥାଏ। ବିରୋଧ ନିଜେ ବେଳେବେଳେ ପ୍ରତିବାଦର ବିଷୟ ହୋଇପାରେ। ଏପରି ପରିସ୍ଥିତିରେ, ପ୍ରତିବାଦକାରୀମାନେ ବ୍ୟକ୍ତି, ନୀତି, କାର୍ଯ୍ୟ ଇତ୍ୟାଦି ପାଇଁ ସେମାନଙ୍କର ସମର୍ଥନ ପ୍ରଦର୍ଶନ କରନ୍ତି; ଯାହା ମୂଳ ବିରୋଧର ବିଷୟ।
ଅନେକ ସମୟରେ ଦେଖାଯାଏ ଯେ ବିକ୍ଷୋଭକାରୀ ବା ପ୍ରତିବାଦକାରୀମାନେ ବେଳେବେଳେ ହିଂସାତ୍ମକ ସଂଘର୍ଷ କରିଥାନ୍ତି ଓ ସେଥିଯୋଗୁ ସାଧାରଣ ନାଗରିକଙ୍କର ଦୈନନ୍ଦିନ ଜୀବନ ବ୍ୟାହତ ହୋଇଥାଏ ଓ ଜାତୀୟ ସମ୍ପତ୍ତି ଅନେକ ନଷ୍ଟ ହୋଇଥାଏ। ଭାରତୀୟ ସମ୍ବିଧାନର ଧାରା ୧୯ (୧) (କ) ସାଧୀନ ବକ୍ତବ୍ୟ ତଥା ଅଭିବ୍ୟକ୍ତିର ନାଗରିକଙ୍କୁ ଦିଆଯାଇଥିବା ଏକ ମୌଳିକ ଅଧିକାର, ଯେଉଁଥିରେ ଶାନ୍ତିପୂର୍ଣ୍ଣ ଜନ ପ୍ରଦର୍ଶନ ଅନ୍ତର୍ଭୁକ୍ତ। ସ୍ବାଧୀନତା ସଂଗ୍ରାମ ସମୟରେ ଭାରତୀୟମାନେ ଶାନ୍ତିପୂର୍ଣ୍ଣ ବିରୋଧ ମାଧ୍ୟମରେ ମୁକ୍ତି ପାଇଁ ସେମାନଙ୍କର ମୂଳଦୁଆ ନିର୍ମାଣ କରିଥିଲେ। ମହାତ୍ମା ଗାନ୍ଧୀ ସତ୍ୟାଗ୍ରହକୁ ଅହିଂସା ପ୍ରତିରୋଧ ଉପରେ ଆଧାର କରି ଏକ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ସତ୍ୟକୁ ଏହାର ଶକ୍ତି ଭାବରେ ରଖିଥିଲେ। ପରବର୍ତ୍ତୀ ସମୟରେ, ଅନେକ ଗତିବିଧି ଅହିଂସା-ଶାନ୍ତିପୂର୍ଣ୍ଣ ପଦଯାତ୍ରା ଉପରେ ଆଧାରିତ ଥିଲା; ଯାହାଦ୍ୱାରା ଭାରତୀୟ ସ୍ବାଧୀନତା ଅଣାଯାଇଥିଲା। ସମାବେଶର ସ୍ବାଧୀନତା ଏକ ମୌଳିକ ଅଧିକାର ଓ ସୁସ୍ଥ ତଥା ଜୀବନ୍ତ ଗଣତାନ୍ତ୍ରିକତାକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କୁ ଓ ହେତୁବାଦୀ ପ୍ରସଙ୍ଗକୁ ସ୍ବର ଦେବାରେ ତଥା ସେମାନଙ୍କ କାର୍ଯ୍ୟକଳାପ ପାଇଁ ଅନୁଷ୍ଠାନଗୁଡ଼ିକୁ ଧରି ରଖିବାରେ ବିରୋଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ଆମେ ଗ୍ରହଣ କରୁଥିବା ଅନେକ ଅଧିକାର ଏବଂ ସ୍ବାଧୀନତା କାର୍ଯ୍ୟ ମାଧ୍ୟମରେ ସୁରକ୍ଷିତ ହୋଇପାରିଛେ; ଯାହା ସନ୍ଦେହ ନାହିଁ ଯେ ସେହି ସମୟରେ ଅନେକଙ୍କ ପାଇଁ ଅସନ୍ତୋଷ ଏବଂ ଅସୁବିଧା ସୃଷ୍ଟି କରିଥିବ।
ବିକ୍ଷୋଭ ବା ସମାବେଶରେ ଗୋଟିଏ ପରିଚିତ ଶବ୍ଦ ବ୍ୟବହାର ହୋଇଥାଏ ତାହା ହେଉଛି ଜିନ୍ଦାବାଦ। ଜିନ୍ଦାବାଦର ଅର୍ଥ ହେଉଛି ଆନ୍ଦୋଳନ ଦୀର୍ଘସ୍ଥାୟୀ ହେଉ ବା ଜୀବନ୍ତ ହେଉ। ସ୍ବାଧୀନତା ସଂଗ୍ରାମ ସମୟରେ ଯେଉଁ ଆନ୍ଦୋଳନ ହେଉଥିଲା ତାହାର ଲକ୍ଷ୍ୟ ଥିଲା ସାମୂହିକ ସ୍ବାର୍ଥ, ଯାହା ଭାରତର ସ୍ବାଧୀନତା ପ୍ରାପ୍ତି। ଏଥିରେ ବ୍ୟକ୍ତି ସଂଗ୍ରାମ କରୁଥିଲା ସମଷ୍ଟିର ସ୍ବାର୍ଥ ପାଇଁ, ଦେଶର ସ୍ବାର୍ଥ ପାଇଁ।
କିନ୍ତୁ ଆଜିର ସମାଜରେ ବିକ୍ଷୋଭ, ସମାବେଶ, ପ୍ରତିବାଦ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବ୍ୟକ୍ତିଗତ ସ୍ବାର୍ଥ ନିହିତ। ରାଜନୈତିକ ସମାବେଶରେ ଜନସାଧାରଣଙ୍କୁ କେବଳ ଦଳର ମୁନିବଙ୍କ ଜୟଗାନ କରିବାକୁ ଅର୍ଥ ଖର୍ଚ୍ଚ କରି ସଭାସ୍ଥଳକୁ ଅଣାଯାଇଥାଏ।
ସେମାନେ ସମୟୋଚିତ ପ୍ରଭୁଙ୍କର ଜୟଗାନ କରିଥାନ୍ତି ଓ ଜିନ୍ଦାବାଦର ଆଦର୍ଶକୁ ଭ୍ରଷ୍ଟ କରିଥାନ୍ତି। ନୈତିକ ଜୀବନରେ ତୋଷାମଦି ହେଉଛି ଏକ ରୋଗ; ଯାହା ମଣିଷର ମାନସିକ ଚିନ୍ତା ବ୍ୟବସ୍ଥାକୁ ଆଘାତ ଦେଇଥାଏ ଓ ଅକାରଣରେ ଜୟଗାନ କରିବାକୁ ବାଧ୍ୟ କରିଥାଏ। ବର୍ତ୍ତମାନର ସମାଜରେ ଅନେକ ଯୁବତୀ ଯୁବକ, ବୟସ୍କ ବ୍ୟକ୍ତି ତଥା ବୃଦ୍ଧା ବୃଦ୍ଧମାନେ କିଛି ଟଙ୍କା ପାଇଁ ବା ସାମୟିକ ସ୍ବାର୍ଥର ବଶବର୍ତ୍ତୀ ହୋଇ ଜିନ୍ଦାବାଦ କରିବାକୁ ପ୍ରତିବାଦ ବା ସମାବେଶରେ ଉପସ୍ଥିତ ହୋଇଥାନ୍ତି। ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ ସେମାନଙ୍କର ଭବିଷ୍ୟତ କେତେ ବିଶୃଙ୍ଖଳିତ। ଅନେକ କ୍ଷେତ୍ରରେ ଜଣା ଯାଇଥାଏ ଯେ ଯେଉଁମାନେ ସମାବେଶକୁ ଆସିଥାନ୍ତି ସେମାନଙ୍କୁ ଯଦି ପ୍ରଶ୍ନ କରାଯାଏ କେଉଁ ପ୍ରସଙ୍ଗରେ ଆସିଛନ୍ତି ତାହା ମଧ୍ୟ ସେମାନେ ଅଜ୍ଞ। ସେମାନଙ୍କର କାର୍ଯ୍ୟ କେବଳ ଜିନ୍ଦାବାଦ କହି ଶକ୍ତି ପ୍ରଦର୍ଶନକୁ ଦୃଢ଼ୀଭୂତ କରିବା। ଏକବିଂଶ ଶତାବ୍ଦୀରେ ମଣିଷ ସମାଜ ଦାବି କରିଥାଏ ଯେ ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନ ବିଜ୍ଞାନ କୌଶଳରେ ମଣିଷ ବହୁତ ଅଗ୍ରଗତି କରିଅଛି, ମାତ୍ର ତୋଷମଦିର ନଗ୍ନ ଚରିତ୍ରରେ ପ୍ରଭୁତ୍ୱର ଜିନ୍ଦାବାଦ ଗଣତାନ୍ତ୍ରିକ ବିଚାରଧାରା ପ୍ରତି ଏକ ବିପଦ ବୋଲି ସ୍ବୀକାର କରିବାକୁ ପଡ଼ିବ। ଅନ୍ୟପକ୍ଷରେ ସମାବେଶରେ ନିଯୁକ୍ତ ହେଉଥିବା ଉକ୍ତ ତୋଷାମଦକାରୀମାନେ ବା ସେମାନଙ୍କର ତତ୍ତ୍ୱାବଧାରକମାନେ ସାଧାରଣ ଜନତାଙ୍କୁ ଯେପରି ବ୍ୟବହାର କରିଥାନ୍ତି ତାହା ଦ୍ୱାରା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ ଗଣତନ୍ତ୍ରର ଅବକ୍ଷୟର ଗତି କେଉଁ ଧାରାରେ ଅଗ୍ରଗତି ହେଉଅଛି ଓ ସଭ୍ୟତା କେତେ ଶିକ୍ଷଣୀୟ ହୋଇଛି। ତେଣୁ ଜୀବନର ଅନ୍ଧକାର ଆଚ୍ଛନ୍ନ ହେବା ପୂର୍ବରୁ କ୍ଷଣିକ ସ୍ବାର୍ଥର ପ୍ରଭୁତ୍ୱର ଜିନ୍ଦାବାଦ ନ କରି ନିଜର ମାତା ପିତା ବା ପରମେଶ୍ୱରଙ୍କର ଜିନ୍ଦାବାଦ କରିବା ଶ୍ରେୟ ହେବ; ଯେଉଁଥିରେ ରହିଛି ସ୍ବାଭିମାନ ଓ ଆଦର୍ଶର ଜିନ୍ଦାବାଦ।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମଧୁସୂଦନ ନଗର,ଭୁବନେଶ୍ବର
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri