ମଇଦାନରେ ୩ ଦଳର ନେତା, ଜମୁଛି ପ୍ରଚାର

ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ। କିଏ କାହାକୁ ପଛରେ ପକାଇବ ସେନେଇ ଚାଲିଛି ଅଙ୍କ କଷା। ପ୍ରାର୍ଥୀମାନେ ସୋସିଆଲ ମିଡିଆ ସମେତ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି। ଧୀରେ ଧୀରେ ନିର୍ବାଚନୀ ପାଣିପାଗ ଉଷ୍ମ ହେଉଛି।
୨୦୧୨ ଓ ୨୦୧୭ରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତରେ ରହିଥିଲା। ଏଥର ମଧ୍ୟ ବିଜେଡି ଅଧ୍ୟକ୍ଷ ଆସନ ହାତେଇବା ପାଇଁ ଯୋଜନା କରି ଗୋଟି ଚଳାଉଛି। ୨୦୧୨ରେ ବିଜେଡି ୨୫ଟି ଏବଂ ୨୦୧୭ରେ ୨୦ଟି ସିଟ୍‌ ହାସଲ କରିଥିବା ବେଳେ ଭାଜପା ୧୦ଟି ଆସନ ପାଇଥିଲା। ତେବେ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଏଥର କିନ୍ତୁ ବାତାବରଣ ଭିନ୍ନ। ଭାଜପା ପୂର୍ବାପେକ୍ଷା ଅଧିକ ସିଟ୍‌ ପାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି। ପ୍ରାର୍ଥୀଙ୍କ ସପକ୍ଷରେ ସମ୍ପୃକ୍ତ ଦଳର ବରିଷ୍ଠ ନେତାମାନେ ପ୍ରଚାର ଚଳାଇଛନ୍ତି। ବିଜେଡି ଲାଗି ସ୍ଥାନୀୟ ବିଧାୟକ, ଭାଜପା ନିମନ୍ତେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ସକାଶେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ପ୍ରଚାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧାରେ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ବେଗୁନିଆରେ ବିଧାୟକ ରାଜେନ୍ଦ୍ର ସାହୁ ପ୍ରଚାର ଜାରି ରଖିଛନ୍ତି। ୨୦୧୭ରେ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା ୩ ଆସନ ଜିତିଥିଲା। ଏଥର ଗଡ଼ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛି। ଭାଜପା ପ୍ରାର୍ଥୀ ପୃଥିରାଜ ହରିଚନ୍ଦନ ଘନ ଘନ କର୍ମୀ ସମାବେଶ କରୁଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସମସ୍ତ ୬ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜିତିିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ କଂଗ୍ରେସର ଟାଣୁଆ ନେତା ପ୍ରଦୀପ ସ୍ବାଇଁ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେଡି ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କ ପାଇଁ ଏହି ନିର୍ବାଚନ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି।
ଜିଲା ସଭାପତି ବିଭୂତି ବଳବନ୍ତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ଯୋଜନା, ମହିଳା ସଶକ୍ତୀକରଣ ଓ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ଦଳ ଗୁରୁତ୍ୱ ଦେଉଛି। ବିଜେଡି ସବୁ ଆସନରେ ଜିତିବ। ସେହିପରି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଉଛୁ। ଗ୍ରାମାଞ୍ଚଳରେ ଭାଜପା ପ୍ରତି ଲୋକଙ୍କ ଆସ୍ଥା ରହିଛି। ଭାଜପା ପ୍ରାର୍ଥୀ ପୂର୍ବାପେକ୍ଷା ଅଧିକ ଆସନରେ ଜିତିିବେ। ଅନ୍ୟପକ୍ଷରେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେଡି ଓ ଭାଜପା ଶାସନରେ ଜନତା ଅତିଷ୍ଠ ହେଲେଣି। ଚାଷୀ ସମସ୍ୟା, ଦରଦାମ୍‌ ବୃଦ୍ଧି, ନାରୀ ନିର୍ଯାତନା, ବେରୋଜଗାର ବଢିଛି। ବିକାଶ ଆଳରେ ହରିଲୁଟ ଚାଲିଛି। ଆବାସ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଶିଳ୍ପ କି ରୋଜଗାର କିଛି ନାହିଁ। ଗ୍ରାମାଞ୍ଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏସବୁ ଦୃଷ୍ଟିରୁ ଜନତା ଏଥର ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସ ପ୍ରାର୍ଥୀ ବାଜିମାତ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?