ମଇଦାନରେ ୩ ଦଳର ନେତା, ଜମୁଛି ପ୍ରଚାର

ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ। କିଏ କାହାକୁ ପଛରେ ପକାଇବ ସେନେଇ ଚାଲିଛି ଅଙ୍କ କଷା। ପ୍ରାର୍ଥୀମାନେ ସୋସିଆଲ ମିଡିଆ ସମେତ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି। ଧୀରେ ଧୀରେ ନିର୍ବାଚନୀ ପାଣିପାଗ ଉଷ୍ମ ହେଉଛି।
୨୦୧୨ ଓ ୨୦୧୭ରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ବିଜେଡି ହାତରେ ରହିଥିଲା। ଏଥର ମଧ୍ୟ ବିଜେଡି ଅଧ୍ୟକ୍ଷ ଆସନ ହାତେଇବା ପାଇଁ ଯୋଜନା କରି ଗୋଟି ଚଳାଉଛି। ୨୦୧୨ରେ ବିଜେଡି ୨୫ଟି ଏବଂ ୨୦୧୭ରେ ୨୦ଟି ସିଟ୍‌ ହାସଲ କରିଥିବା ବେଳେ ଭାଜପା ୧୦ଟି ଆସନ ପାଇଥିଲା। ତେବେ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଏଥର କିନ୍ତୁ ବାତାବରଣ ଭିନ୍ନ। ଭାଜପା ପୂର୍ବାପେକ୍ଷା ଅଧିକ ସିଟ୍‌ ପାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି। ପ୍ରାର୍ଥୀଙ୍କ ସପକ୍ଷରେ ସମ୍ପୃକ୍ତ ଦଳର ବରିଷ୍ଠ ନେତାମାନେ ପ୍ରଚାର ଚଳାଇଛନ୍ତି। ବିଜେଡି ଲାଗି ସ୍ଥାନୀୟ ବିଧାୟକ, ଭାଜପା ନିମନ୍ତେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ସକାଶେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ପ୍ରଚାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧାରେ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ବେଗୁନିଆରେ ବିଧାୟକ ରାଜେନ୍ଦ୍ର ସାହୁ ପ୍ରଚାର ଜାରି ରଖିଛନ୍ତି। ୨୦୧୭ରେ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା ୩ ଆସନ ଜିତିଥିଲା। ଏଥର ଗଡ଼ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛି। ଭାଜପା ପ୍ରାର୍ଥୀ ପୃଥିରାଜ ହରିଚନ୍ଦନ ଘନ ଘନ କର୍ମୀ ସମାବେଶ କରୁଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସମସ୍ତ ୬ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜିତିିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ କଂଗ୍ରେସର ଟାଣୁଆ ନେତା ପ୍ରଦୀପ ସ୍ବାଇଁ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେଡି ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କ ପାଇଁ ଏହି ନିର୍ବାଚନ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି।
ଜିଲା ସଭାପତି ବିଭୂତି ବଳବନ୍ତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ଯୋଜନା, ମହିଳା ସଶକ୍ତୀକରଣ ଓ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ଦଳ ଗୁରୁତ୍ୱ ଦେଉଛି। ବିଜେଡି ସବୁ ଆସନରେ ଜିତିବ। ସେହିପରି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଉଛୁ। ଗ୍ରାମାଞ୍ଚଳରେ ଭାଜପା ପ୍ରତି ଲୋକଙ୍କ ଆସ୍ଥା ରହିଛି। ଭାଜପା ପ୍ରାର୍ଥୀ ପୂର୍ବାପେକ୍ଷା ଅଧିକ ଆସନରେ ଜିତିିବେ। ଅନ୍ୟପକ୍ଷରେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେଡି ଓ ଭାଜପା ଶାସନରେ ଜନତା ଅତିଷ୍ଠ ହେଲେଣି। ଚାଷୀ ସମସ୍ୟା, ଦରଦାମ୍‌ ବୃଦ୍ଧି, ନାରୀ ନିର୍ଯାତନା, ବେରୋଜଗାର ବଢିଛି। ବିକାଶ ଆଳରେ ହରିଲୁଟ ଚାଲିଛି। ଆବାସ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଶିଳ୍ପ କି ରୋଜଗାର କିଛି ନାହିଁ। ଗ୍ରାମାଞ୍ଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏସବୁ ଦୃଷ୍ଟିରୁ ଜନତା ଏଥର ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସ ପ୍ରାର୍ଥୀ ବାଜିମାତ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସ୍‌ଆର୍‌ସି

କଟକ ଅଫିସ,୨୫।୯: କଟକ ମୁଣ୍ଡୁଳି ଜଳ ସ୍ରୋତରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ଶନିବାର ଧବଳେଶ୍ୱରରୁ ଉଦ୍ଧାର ହୋଇଥିବା ନେଇ ଏସ୍‌ଆରସି...

ଅନୁକମ୍ପା ରାଶିକୁ ଅପେକ୍ଷା

ଢେଙ୍କାନାଳ,୨୮।୭(ରତନ ନାୟାର): ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା। ରାଜ୍ୟ ପରିବହନ...

ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି...

ବଲାଙ୍ଗୀର ଲୋକନୃତ୍ୟରେ ଝୁମିଲେ ଦର୍ଶକ

ରାଇକିଆ ୧୦।୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ରାଇକିଆ ମହୋତ୍ସବ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଗୁନ୍ଧାଣୀ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଣିଜ୍ୟ ଓ...

ଟ୍ରକ୍‌ ଧକ୍କାରେ ଜଣଙ୍କ ଜୀବନଗଲା

ବରଗଡ଼ ଅଫିସ,୨୭।୧୨: ବରଗଡ଼ ସହର ବ୍ରହ୍ମବିହାର-ଗୋବିନ୍ଦପାଲି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କା ଦେବା ଯୋଗୁ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ...

ପୁଣି ଚାଲିଲା ମାଙ୍କଡ଼ା ଖଣି, କ୍ରଶର

ଖଇରା,୪।୪ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ବନ୍ଦ ପଡିଥିବା ସମସ୍ତ ମାଙ୍କଡା ଖଣି ଓ...

ନ୍ୟାୟ ନ ପାଇ ମହିଳା ନିରାଶ :ଜିଲାପାଳଙ୍କ ଗାଡ଼ି ଆଗରେ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୨।୧୦(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୩୫୪ଟି...

ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ, ୨ ଯୁବକ ଅଟକ

ଆଳି, ୯।୧୦ (ଡି.ଏନ୍‌.ଏ.): ଆଳି ଥାନା ଅଞ୍ଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ବୁଧବାର ମାନପୁର ଅଞ୍ଚଳର ୨ଜଣ ଯୁବକଙ୍କୁ ପୋଲିସ...

Advertisement
Archives

Model This Week