ବେଆଇନ ଭାବେ ସରକାରୀ ଫ୍ଲାଟ୍‌ ବିକିବା ଘଟଣା: ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ,୭ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକିନେବା ଘଟଣାରେ ଗିରଫ ହୋଇଥିବା ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣଙ୍କୁ ମଧୁପାଟଣା ପୋଲିସ ରବିବାର ୩ ଦିନିଆ ରିମାଣ୍ଡରେ ନେଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ ପରେ ପୋଲିସ ରିମାଣ୍ଡ୍‌ ପାଇଁ ଆବେଦନ କରିଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟରୁ ଅନୁମତି ଦେବା ପରେ ପୋଲିସ ରାଜାଙ୍କୁ ନେଇ ଅଧିକ ପଚରାଉଚରା ଚଳାଇଛି। ଅପରପକ୍ଷେ ସିଏମ୍‌ସି ପକ୍ଷରୁ ରବିବାର ରାଜାଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୩୭/୨୨) ରୁଜୁ କରିଛି। ଉକ୍ତ ଅଭିଯୋଗରେ ଦର୍ଶାଯାଇଛି, ରାଜା ସିଏମ୍‌ସିର ଅନ୍ଦରପୁରସ୍ଥିତ ଫ୍ଲାଟ୍‌ଗୁଡିକ ବେଆଇନ ଭାବେ ବିକ୍ରି କରିଛନ୍ତି। ରାଜା ବେଆଇନ ବିକ୍ରି ସମୟରେ ଲୋକଙ୍କୁ ଯେଉଁ ନୋଟାରି ଆଫିଡାଭିଟ୍‌ ଦେଇଥିଲେ, ସେଥିରେ ସିଏମ୍‌ସିର ନାମ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ସିଏମ୍‌ସି ୫୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜାଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଥିଲା। ଠକେଇର ଶିକାର ହୋଇଥିବା ଅନେକ ବସ୍ତିବାସିନ୍ଦାଙ୍କ ଅଭିଯୋଗ ପରେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ସମୟରେ ତାଙ୍କ ନିକଟରୁ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଥିଲା। ଉକ୍ତ ଟଙ୍କାକୁ ଆଗାମୀ ଦିନରେ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଦେବା ପାଇଁ ପୋଲିସ ପ୍ରୟାସ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ରସେନ ଗାଦିଚ୍ୟୁତ, କଂସଙ୍କ ସିଂହାସନ ଆରୋହଣ

ଅମରପାଲି,୨୮।୧୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ହାଇକୋର୍ଟର...

ପୂର୍ଣ୍ଣ ହେବ ଶୂନ୍ୟଦାଣ୍ଡ

ଢେଙ୍କାନାଳ ଅଫିସ,  ୧।୭  ପଡୁଥିବ ଆଲଟଚାମର। ଘଣ୍ଟଘଣ୍ଟା, ଖୋଳତାଳ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିବ ପରିବେଶ। ଭକ୍ତବତ୍ସଳ ନାମକୁ ସାର୍ଥକ କରିବା ପାଇଁ ଭାବବିନୋଦିଆ ମହାପ୍ରଭୁ...

ଘର ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ

ଜି.ଉଦୟଗିରି,୨୦ା୧୧(ଡି.ଏନ୍‌.ଏ.): କିଛି ମାସର ବ୍ୟବଧାନ ପରେ ପୁଣି ଜି.ଉଦୟଗିରି ସହରରେ ଚୋର ଦଳ ମାତିଛନ୍ତି। ଶନିବାର ଶ୍ରୀରାମ ପଦାଠାରେ ନୂତନ ଭାବେ ନିର୍ମିତ ଏକ ସରକାରୀ...

ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ...

୩ ସନ୍ତାନ ପାଇଁ ରଦ୍ଦ ହେଲା ସମିତିସଭ୍ୟ ପଦ

ଚଣ୍ଡିଖୋଲ,୨୧।୫(ଡି.ଏନ.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଭୁଷଣ୍ଡପୁର ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ଚଣ୍ଡିଖୋଲ କୋର୍ଟର ସବ୍‌ଜଜ ସୌଭାଗ୍ୟ ରଞ୍ଜନ...

ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮...

୨୫ ଲକ୍ଷ ଟଙ୍କା ଲୋଭରେ ୨୫ ହଜାର ଗଲା

ଲାଞ୍ଜିଗଡ,୨୮।୪(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଲାଞ୍ଜିଗଡ ଡମ୍ବବିଶିପଡାର ଜଣେ ବ୍ୟକ୍ତି ଅନ୍‌ ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜେନ୍ଦ୍ର ପରାଭୋଇ। ଦିନ ମଜୁରିଆ ଭାବେ କାମ...

ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ...

Advertisement
Archives

Model This Week