ରାତି ପାହିଲେ ଲମ୍ବା ଧାଡ଼ି

ବଇଣ୍ଡା,୯।୬(ଡି.ଏନ.ଏ.): ବସୁଧା ଯୋଜନାରେ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ସମସ୍ତେ କିପରି ବିଶୁଦ୍ଧ ପାଇପ୍‌ ପାଣି ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତର ୬ ଗଁାକୁ ଏ କ୍ଷେତ୍ରରେ ଅବହେଳା କରାଯାଉଛି। ଏହି ପଞ୍ଚାୟତର ୩ଟି ଗ୍ରାମ ଆଦିବାସୀବହୁଳ ହୋଇଥିଲେ ହେଁ ଏଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ଉକ୍ତ ୬ଟି ଗ୍ରାମରେ ପାଇପ୍‌ ପ୍ରକଳ୍ପ ନିର୍ମାଣ ତ ଦୂରର କଥା ଅଚଳ ଅବସ୍ଥାରେ ଥିବା ନଳକୂଅଗୁଡ଼ିକର ମରାମତି ମଧ୍ୟ କରାଯାଉନାହିଁ। ଜଳସ୍ତର ହ୍ରାସ କାରଣରୁ ବହୁ ନଳକୂଅ ଓ ଖୋଲାକୂଅରୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ରାତି ପାହିଲେ ପାଣି ପାଇଁ ମହିଳାମାନେ ନଳକୂଅ ନିକଟରେ ଧାଡ଼ି ଲଗାଉଥିବା ଦେଖାଯାଉଛି।
କୃତ୍ତିବାସପୁର ପଞ୍ଚାୟତର ୮ଟି ଗ୍ରାମ ମଧ୍ୟରୁ ୬ଟି ଗଁା ତିଳେଶ୍ୱର, ତେନ୍ତୁଳିପଥର, ଖଡକବାହାଳ, ଆମ୍ବଦର, ବନମାଳୀପୁର ଓ ଭାଗୀରଥିପୁରରେ ପାନୀୟ ଜଳ ପାଇଁ ଦୀର୍ଘଦିନ ହେଲା ଲୋକେ ଡହଳବିକଳ ହେଉଛନ୍ତି। ଏଠାରେ ପିଇବା ପାଣିର ସୁବିଧା ପାଇଁ ୯୪ଟି ନଳକୂଅ ରହିଛି। କିନ୍ତୁ ସେଥିରୁ ୮ଟି ଅଚଳ ଥିବାବେଳେ ଜଳସ୍ତର ହ୍ରାସ ଯୋଗୁ ୧୫ଟି ନଳକୂଅରୁ ପାଣି ବାହାରୁନାହିଁ। ଫଳରେ ଉକ୍ତ ଗ୍ରାମଗୁଡ଼ିକରେ ଜଳ ସଙ୍କଟ ଦେଖାଦେଇଛି। ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାରୁ ପାଣି ପାଇଁ ଉକ୍ତ ୬ ଗ୍ରାମବାସୀ ଦୈନିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଦିବାସୀବହୁଳ ୩ ଗ୍ରାମ ତିଳେଶ୍ୱର, ଆମ୍ବଦର, ଭାଗୀରଥିପୁରର ଲୋକେ ଖୋଲା କୂଅ, ନାଳରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ବନମାଳୀପୁର ଗ୍ରାମବାସୀ ବହୁବାର ପଞ୍ଚାୟତ, ଜିଲା ପ୍ରଶାସନ ଓ ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରିଛନ୍ତି। ହେଲେ ପଦକ୍ଷେପ ନିଆଯାଉନାହିଁ। ଆଠମଲ୍ଲିକ ଉପଖଣ୍ଡର ସମସ୍ତ ପଞ୍ଚାୟତକୁ ମେଗା ଜଳ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କେବଳ ପ୍ରତିଶ୍ରୁତି ଦେଉଥିବାବେଳେ କେବେ ପ୍ରକଳ୍ପ ହେବ ତାହା ଜଣାପଡ଼ୁନି। ତୁରନ୍ତ ଜଳଯୋଗାଣ ପ୍ରକଳ୍ପ ସହ ଅଚଳ ନଳକୂଅ ମରାମତି କରିବା ପାଇଁ ତିଳେଶ୍ୱର ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ କୃତ୍ତିବାସପୁର ସରପଞ୍ଚ ଜୟନ୍ତ କୁମାର ସାହୁ କହିଛନ୍ତି, କିଭଳି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବ ସେ ନେଇ ଜଳ ଯୋଗାଣ ବିଭାଗ ଓ ବ୍ଲକ ପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯିବ।

ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ପାଣି ପାଇଁ ଦୈନିକ ନଳକୂଅ ନିକଟରେ ଲମ୍ବା ଲାଇନ ଲଗାଉଛୁ। କେତୋଟି ନଳକୂଅରୁ ଆବଶ୍ୟକତା ଅନୁଯାୟୀ ପାଣି ବାହାରୁ ନ ଥିବାରୁ ସମସ୍ୟା ବଢ଼ି ବଢ଼ି ଚାଲିଛି। ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉ।
-ସିତ୍ରା ନାୟକ, ତିଳେଶ୍ୱର

ଅଭିଯୋଗ କଲେ ସୁଫଳ ମିଳୁନାହିଁ
ଜଳସ୍ତର ହ୍ରାସ କାରଣରୁ ନଳକୂଅ ଓ କୂଅରୁ ପାଣି ପାଇବାରେ ସମସ୍ୟା ହେଉଛି। ଅଧଘଣ୍ଟାଏରେ ବାଲତିଏ ପାଣି ବାହାରୁଛି। ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ବହୁବାର ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ।
-ଅନିମା ସାହୁ, ତେନ୍ତୁଳିପଥର

ଆଦିବାସୀବହୁଳ ଗ୍ରାମକୁ ଅବହେଳା
ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ୍‌ ଜଳ ଯୋଗାଇ ଦେବାକୁ ପୂର୍ବରୁ ପଞ୍ଚାୟତ ପକ୍ଷରୁ ବହୁବାର ଅଭିଯୋଗ କରାଯାଇଛି। ଏପରି କି ଆଦିବାସୀବହୁଳ ଗ୍ରାମଗୁଡ଼ିକୁ ମଧ୍ୟ ପ୍ରଶାସନ ଅବହେଳା କରୁଛି। ତୁରନ୍ତ ପ୍ରକଳ୍ପ ନିର୍ମାଣ କରାଯାଉ।
-ସିଦ୍ଧେଶ୍ୱର ସାହୁ, ପୂର୍ବତନ ସରପଞ୍ଚ

ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ
କୃତ୍ତିବାସପୁର ପଞ୍ଚାୟତରେ ଲାଗି ରହିଥିବା ପାଣି ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ଅଚଳ ନଳକୂଅ ମରାମତି କରାଯିବ। ମେଗା ଜଳ ପ୍ରକଳ୍ପ ଜରିଆରେ ଆଗାମୀ ଦିନରେ ଜଳ ଯୋଗାଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
-ସନ୍ତୋଷ କୁମାର ସାହୁ, ଆଠମଲ୍ଲିକ ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri