Posted inଜାତୀୟ

ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଲାଗିଛି ଝଗଡା: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ୭ଟି ଜନ୍ମରେ ମଧ୍ୟ ସେମାନଙ୍କ ସରକାର ଗଠନ ହେବ ନାହିଁ ବୋଲି ସେ କହିଛନ୍ତି।
ବିରୋଧୀ ମେଣ୍ଟ ଇଣ୍ଡିଆକୁ ଲକ୍ଷ୍ୟ କରି ସେ କହିଛନ୍ତି, ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଇଣ୍ଡିଆ ମିଳିତ ମେଣ୍ଟର ଲୋକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ଏମାନେ କୁହନ୍ତି, ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଜଣ ପ୍ରଧାନମନ୍ତ୍ରୀ ରହିବେ। ପାଞ୍ଚ ବର୍ଷରେ, ପାଞ୍ଚଜଣ ପ୍ରଧାନମନ୍ତ୍ରୀ ରହିଲେ ହରିୟାଣାବୀସୀ ୫୦୦୦ଥର ଥଟ୍ଟା କରିବେ। ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ସାମ୍ପ୍ରଦାୟିକ, ଅତ୍ୟଧିକ ଜାତିବାଦୀ, ଅତ୍ୟଧିକ ପରିବାର ଭିତ୍ତିକ।
ହରିୟାଣା ସହିତ ତାଙ୍କର ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ହରିୟାଣା ଏବଂ ପଞ୍ଜାବରୁ ମଧ୍ୟ ରାଜନୀତିର ସଜ୍ଞା ପାଇଛି। ମୁଁ ୧୯୯୫ରେ ହରିୟାଣାକୁ ଆସିଥିଲି। ମୁଁ ଏଠାରେ ମା’ ଏବଂ ଭଉଣୀଙ୍କ ହାତରୁ ଖାଦ୍ୟ ଖାଇଛି। ଆମର ହରିୟାଣାକୁ ନୂଆ ଉଚ୍ଚତାକୁ ନେବାକୁ ବହୁତ କାମ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?