![](https://www.dharitri.com/wp-content/uploads/2024/05/WhatsApp-Image-2024-05-23-at-3.31.27-PM.jpeg)
ନୂଆଦିଲ୍ଲୀ,୨୩।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ୭ଟି ଜନ୍ମରେ ମଧ୍ୟ ସେମାନଙ୍କ ସରକାର ଗଠନ ହେବ ନାହିଁ ବୋଲି ସେ କହିଛନ୍ତି।
ବିରୋଧୀ ମେଣ୍ଟ ଇଣ୍ଡିଆକୁ ଲକ୍ଷ୍ୟ କରି ସେ କହିଛନ୍ତି, ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଇଣ୍ଡିଆ ମିଳିତ ମେଣ୍ଟର ଲୋକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ଏମାନେ କୁହନ୍ତି, ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଜଣ ପ୍ରଧାନମନ୍ତ୍ରୀ ରହିବେ। ପାଞ୍ଚ ବର୍ଷରେ, ପାଞ୍ଚଜଣ ପ୍ରଧାନମନ୍ତ୍ରୀ ରହିଲେ ହରିୟାଣାବୀସୀ ୫୦୦୦ଥର ଥଟ୍ଟା କରିବେ। ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ସାମ୍ପ୍ରଦାୟିକ, ଅତ୍ୟଧିକ ଜାତିବାଦୀ, ଅତ୍ୟଧିକ ପରିବାର ଭିତ୍ତିକ।
ହରିୟାଣା ସହିତ ତାଙ୍କର ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ହରିୟାଣା ଏବଂ ପଞ୍ଜାବରୁ ମଧ୍ୟ ରାଜନୀତିର ସଜ୍ଞା ପାଇଛି। ମୁଁ ୧୯୯୫ରେ ହରିୟାଣାକୁ ଆସିଥିଲି। ମୁଁ ଏଠାରେ ମା’ ଏବଂ ଭଉଣୀଙ୍କ ହାତରୁ ଖାଦ୍ୟ ଖାଇଛି। ଆମର ହରିୟାଣାକୁ ନୂଆ ଉଚ୍ଚତାକୁ ନେବାକୁ ବହୁତ କାମ କରିବାକୁ ପଡିବ।