Posted inଜାତୀୟ

ବାହାଘର ପରେ କିସ୍‌ କଲେ ନବଦମ୍ପତି, ମଞ୍ଚରେ ମାଡ ଖାଇଲେ ବର ପକ୍ଷ

ନୂଆଦିଲ୍ଲୀ,୨୩।୫: ବାହାଘର ପରେ ବର କନ୍ୟା ପ୍ରତି ସର୍ବସାଧାରଣରେ ଭଲ ପାଇବା ଦେଖାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ବର କନ୍ୟାକୁ ବିବାହ ସମୟରେ କିସ୍‌ କରିବା ପରେ ଦୁଇପକ୍ଷ ଢେଙ୍ଗାବାଡି ଧରି ମୁହାଁମୁହିଁ ହୋଇଛନ୍ତି।

ଉତ୍ତରପ୍ରଦେଶ ହାପୁରର ଅଶୋକ ନଗରରେ ଅନୁଷ୍ଠିତ ବିବାହ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା କାରଣ କନ୍ୟା ପରିବାର ବରଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ମଞ୍ଚ ଉପରେ ମାଡ ମାରିଥିଲେ।

ବରର ଏପରି କାର୍ଯ୍ୟରେ କ୍ରୋଧିତ ହୋଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ କନ୍ୟା ପରିବାର ସଦସ୍ୟ ବାଡ଼ି ଧରି ମଞ୍ଚ ଉପରକୁ ଯାଇ ବରର ପରିବାରକୁ ପିଟିଥିଲେ। ଏହି ସଂଘର୍ଷରେ ବରର ପିତାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।

ସଂଘର୍ସ ପରେ ପୋଲିସକୁ ଡକାଯାଇ ଉଭୟ ପରିବାରର ୭ ଜଣଙ୍କୁ ଅଟକ ରଖାଯାଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୋଲିସର ସୂଚନାନୁସାରେ, ବରର ପିତା ସୋମବାର ରାତିରେ ଦୁଇ ଝିଅଙ୍କ ବିବାହର ବ୍ୟବସ୍ଥା କରିଥିଲେ। ପ୍ରଥମ ବିବାହରେ କୌଣସି ଅସୁବିଧା ବିନା ସମାପ୍ତ ହୋଇଥିବାବେଳେ ଦ୍ୱିତୀୟ ବିବାହରେ ବିବାଦ ସୃଷ୍ଟି ହୋଇଥିଲା।

କନ୍ୟା ପରିବାର ଅଭିଯୋଗ କରିଛନ୍ତି ଯେ ବର ମଞ୍ଚରେ ଜବରଦସ୍ତ କିସ୍‌ କରିଥିବାବେଳେ ବର କହିଛନ୍ତି ଯେ ବରମାଳା ବଦଳ ପରେ କନ୍ୟା କିସ୍‌ କରିବାକୁ ଜିଦ୍‌ ଧରିଥିଲେ।

ହାପୁରର ବରିଷ୍ଠ ପୋଲିସ ଅଧିକାରୀ ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଉଭୟ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ ଏବଂ ଅଭିଯୋଗ ନ ହେବା ପଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ତେବେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୧ ଅନୁଯାୟୀ ଜନସାଧାରଣଙ୍କ ଶାନ୍ତି ଭଙ୍ଗ କରିଥିବା ଅଭିଯୋଗରେ ଏହି ୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri