Posted inଜାତୀୟ

ବାହାଘର ପରେ କିସ୍‌ କଲେ ନବଦମ୍ପତି, ମଞ୍ଚରେ ମାଡ ଖାଇଲେ ବର ପକ୍ଷ

ନୂଆଦିଲ୍ଲୀ,୨୩।୫: ବାହାଘର ପରେ ବର କନ୍ୟା ପ୍ରତି ସର୍ବସାଧାରଣରେ ଭଲ ପାଇବା ଦେଖାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ବର କନ୍ୟାକୁ ବିବାହ ସମୟରେ କିସ୍‌ କରିବା ପରେ ଦୁଇପକ୍ଷ ଢେଙ୍ଗାବାଡି ଧରି ମୁହାଁମୁହିଁ ହୋଇଛନ୍ତି।

ଉତ୍ତରପ୍ରଦେଶ ହାପୁରର ଅଶୋକ ନଗରରେ ଅନୁଷ୍ଠିତ ବିବାହ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା କାରଣ କନ୍ୟା ପରିବାର ବରଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ମଞ୍ଚ ଉପରେ ମାଡ ମାରିଥିଲେ।

ବରର ଏପରି କାର୍ଯ୍ୟରେ କ୍ରୋଧିତ ହୋଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ କନ୍ୟା ପରିବାର ସଦସ୍ୟ ବାଡ଼ି ଧରି ମଞ୍ଚ ଉପରକୁ ଯାଇ ବରର ପରିବାରକୁ ପିଟିଥିଲେ। ଏହି ସଂଘର୍ଷରେ ବରର ପିତାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।

ସଂଘର୍ସ ପରେ ପୋଲିସକୁ ଡକାଯାଇ ଉଭୟ ପରିବାରର ୭ ଜଣଙ୍କୁ ଅଟକ ରଖାଯାଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୋଲିସର ସୂଚନାନୁସାରେ, ବରର ପିତା ସୋମବାର ରାତିରେ ଦୁଇ ଝିଅଙ୍କ ବିବାହର ବ୍ୟବସ୍ଥା କରିଥିଲେ। ପ୍ରଥମ ବିବାହରେ କୌଣସି ଅସୁବିଧା ବିନା ସମାପ୍ତ ହୋଇଥିବାବେଳେ ଦ୍ୱିତୀୟ ବିବାହରେ ବିବାଦ ସୃଷ୍ଟି ହୋଇଥିଲା।

କନ୍ୟା ପରିବାର ଅଭିଯୋଗ କରିଛନ୍ତି ଯେ ବର ମଞ୍ଚରେ ଜବରଦସ୍ତ କିସ୍‌ କରିଥିବାବେଳେ ବର କହିଛନ୍ତି ଯେ ବରମାଳା ବଦଳ ପରେ କନ୍ୟା କିସ୍‌ କରିବାକୁ ଜିଦ୍‌ ଧରିଥିଲେ।

ହାପୁରର ବରିଷ୍ଠ ପୋଲିସ ଅଧିକାରୀ ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଉଭୟ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ ଏବଂ ଅଭିଯୋଗ ନ ହେବା ପଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

ତେବେ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୧ ଅନୁଯାୟୀ ଜନସାଧାରଣଙ୍କ ଶାନ୍ତି ଭଙ୍ଗ କରିଥିବା ଅଭିଯୋଗରେ ଏହି ୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri