ଏସ୍‌ସିବିରେ ଆଖିବୁଜିଲେ ଯକୃତ ପ୍ରତିରୋପିତ ମାନସ

କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦ୍ୱିତୀୟ ଯକୃତ ପ୍ରତିରୋପିତ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯) ବୁଧବାର ଆଖି ବୁଜିଛନ୍ତି। ସେ ଗତ ଜାନୁଆରୀ ୨୨ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ମେଡିକାଲର ଅତିରିକ୍ତ ଅଧୀକ୍ଷକ ତଥା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ର ନୋଡାଲ ଅଫିସର ପ୍ରଫେସର ଡା. ମନୋଜ ପଟ୍ଟନାୟକ କହିଛନ୍ତି, ଶରୀର ସଂକ୍ରମିତ ହେବାରୁ ମାନସ ଅସୁସ୍ଥ ହୋଇଥିଲେ। ଏପରି କି ପୂର୍ବରୁ ଥରେ ସେ ଏଭଳି ଅସୁସ୍ଥ ହେବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପେଟରେ ପାଣି ଜମିବା, ଧଇଁସଇଁ ହେବାରୁ ସେ ଦ୍ୱିତୀୟଥର ସଂକ୍ରମିତ ହୋଇଥିଲେ। ସଂକ୍ରମଣ ବଢ଼ିବାରୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ମାନସ ଲିଭର ସିରୋସିସ ରୋଗରେ ୬ ବର୍ଷ ହେବ ପୀଡିତ ଥିଲେ। ୨୦୨୪ ସେପ୍ଟେମ୍ବର ୯ରେ ଏସ୍‌ସିବିରେ ତାଙ୍କର ଯକୃତ ପ୍ରତିରୋପଣ କରାଯାଇଥିଲା। ପତ୍ନୀ ଛବି ମୁଦୁଲିଙ୍କ ଯକୃତର ୫୫ ପ୍ରତିଶତ ଅଂଶ ମାନସଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏହି ପ୍ରତିରୋପଣ କାର୍ଯ୍ୟରେ ହାଇଦ୍ରାବାଦ୍‌ସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ନିର୍ଦ୍ଦେଶକ ପି. ବାଲାଚନ୍ଦ୍ରନ ମେନନ୍‌ଙ୍କ ସମେତ ୪ ଜଣିଆ ଡାକ୍ତରୀ ଟିମ୍‌ ସହ ଏସ୍‌ସିବିର ଡାକ୍ତରୀ ଟିମ୍‌ ସାମିଲ ଥିଲେ। ହେଲେ ଇତିମଧ୍ୟରେ ମାନସଙ୍କ ଶରୀର ଦୁଇଥର ଅସୁସ୍ଥ ହେବାରୁ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତେବେ ଏସ୍‌ସିବିରେ ଦ୍ୱିତୀୟ ଯକୃତ ପ୍ରତିରୋପଣ ପରେ ଏବେ ଏଦିଗରେ ଏକ ପ୍ରକାର ରୋକ୍‌ ଲାଗିଛି। ଏପରି କି ଏଆଇଜି ଟିମ୍‌ ପ୍ରାୟ ୫ ମାସ ହେବ ଏସ୍‌ସିବିକୁ ଆସୁ ନ ଥିବା ଏବଂ ପ୍ରତିରୋପିତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁ ନ ଥିବା ଜଣାପଡିଛି। ଏ ସମ୍ପର୍କରେ ମେଡିକାଲର ଡା. ମନୋଜ କହିଛନ୍ତି, ଏଆଇଜି ଟିମ୍‌ ମେଡିକାଲ ନ ଆସି ଆଭାସୀ ମାଧ୍ୟମରେ ରୋଗୀଙ୍କ ସହ କଥା ହୋଇ ସମସ୍ୟା ବୁଝିଥାନ୍ତି। ଟିମ୍‌ର ଡାକ୍ତର ଯେକୌଣସି ଔଷଧ ଓ ଚିକିତ୍ସା କରିବାକୁ କହିଥାନ୍ତି ତାହାକୁ ଏସ୍‌ସିବିର ଡାକ୍ତର କରିଥାନ୍ତି। ଅନ୍ୟପଟେ ଟିମ୍‌ ଭାରତରେ ଉପସ୍ଥିତ ନ ଥିବା ଯୋଗୁ ଏସ୍‌ସିବି ଆସି ପାରୁ ନ ଥିବା ମନୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?