ବଢୁଛି ଚୋରାମଦ କାରବାର

ବଇଣ୍ଡା,୧୮।୪(ଡି.ଏନ.ଏ.): ଆଠମଲ୍ଲିକ ଓ ଠାକୁରଗଡ଼ ଥାନା ଅଞ୍ଚଳରେ କିଛିଦିନ ହେଲା ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ବିଶେଷକରି ଜାମୁଡୋଲି, ଲୁହାସିଂହା, ନଅଁଗା, ଠାକୁରଗଡ଼, କୃତ୍ତିବାସପୁର, ପାଇକସାହି, ଟାପଢୋଲ, ସାପଘରା, କୁରୁମଟାପ, ସାନହୁଲା, ପେଡିପଥର, ଆମ୍ବସରମୁଣ୍ଡା ଆଦି ପଞ୍ଚାୟତରେ ଅସାଧୁ ବ୍ୟବସାୟୀମାନେ ସକ୍ରିୟ ହୋଇପଡ଼ିଥିବା ଦେଖାଯାଉଛି। ଏଠାରେ ଥିବା କେତେକ ତେଜରାତି, ପାନ ଦୋକାନ, ଝୁମ୍ପୁଡି ହୋଟେଲ, ଢାବା ଆଦିରେ ଏହି ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। କିନ୍ତୁ ଅବକାରୀ ବିଭାଗ ପକ୍ଷରୁ ଠିକ୍‌ ଭାବେ ଚଢାଉ କରାଯାଉ ନ ଥିବା ଯୋଗୁ ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି। ଏହି ଅଞ୍ଚଳରେ ଥିବା ଏକ ମଦ ଦୋକାନ ଓ ଦେଶୀ ମଦ ଭାଟି ମ୍ୟାନେଜର ବ୍ୟବସାୟ ବୃଦ୍ଧି ନିମନ୍ତେ ଦୈନିକ ବାଇକ୍‌ ମାଧ୍ୟମରେ ଚୋରା ମଦ ଗ୍ରାମାଞ୍ଚଳକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏଥିସହ ଜଙ୍ଗଲିଆ ସ୍ଥାନଗୁଡିକରେ ଦେଶୀ ମହୁଲି ମଦ ରନ୍ଧା ଯାଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ଅବକାରୀ ବିଭାଗ ପକ୍ଷରୁ କେଉଁଠି କେମିତି ଚଢ଼ାଉ କରାଯାଇ ୫ ରୁ ୧୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଉଥିବାବେଳେ ମଦ ମାଫିଆମାନଙ୍କୁ ଧରିବାରେ ବିଫଳ ହେଉଛି। ଫଳରେ ମଦ ମାଫିଆମାନେ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଏହି କାରବାର ଜାରି ରଖିଥିବା ଜୁମୁଡୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ବିଭାଗ ପକ୍ଷରୁ ଅନେକ ସମୟରେ ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri