ଅନୁଗୋଳରେ ଲାଇଫ ଲାଇନ ଏକ୍ସପ୍ରେସ

ଅନୁଗୋଳ ଅଫିସ, ୧୪।୧୧: ଅନୁଗୋଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିିଟାଲ ଇନ୍‌ ଟ୍ରେନ ଲାଗିଛି। ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍‌ରେ ରହି ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବା ସହ ଔଷଧ ପ୍ରଦାନ କରିବ। ଏଥିରେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବାବେଳେ ଅଭିଜ୍ଞ ଡାକ୍ତରମାନେ ଆବଶ୍ୟକସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର ମଧ୍ୟ କରିପାରିବେ। ତେଣୁ ଏହାକୁ ଲାଇଫ ଲାଇନ ଏକ୍ସପ୍ରେସ କୁହାଯାଉଥିବା ପରିଚାଳନା ସଂସ୍ଥା ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେଶନ୍‌ ପକ୍ଷରୁ କୁହାଯାଇଛି। ଏହି ଟ୍ରେନରେ ୨ଟି ଅସ୍ତ୍ରୋପଚାର ବଗି ରହିଛି। ଏହି ସେବା ପାଇଁ ଦେଶର ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନ ସେମାନଙ୍କ ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି (ସିଏସ୍‌ଆର୍‌)ରୁ ଅର୍ଥ ଯୋଗାଇ ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଫାଉଣ୍ଡେଶନ ବିଭିନ୍ନ ସ୍ଥାନକୁ ଯାଇ ସେବା ଯୋଗାଇ ଦେଉଛି ବୋଲି ସଂସ୍ଥାର ଅଧିକାରୀ ପ୍ରଫେସର ରୋହିଣୀ ଭି. ଚୋଗୁଲୁ କହିଛନ୍ତି। ରୋଗୀଙ୍କୁ ନେବା ଆଣିବା ପାଇଁ ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ରଖାଯାଇଛି। ଟ୍ରେନ୍‌ ଭିତରେ ଅତ୍ୟାଧୁନିକ ହସ୍ପିଟାଲ ସାରା ବିଶ୍ୱରେ ପ୍ରଥମ ବୋଲି ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେଶନ ପରିଚାଳକ ବିବେକ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା...

ମରାମତି ଦାବିରେ ରାଜପଥ ଅବରୋଧ

ବଅଁରପାଳ,୨୬।୧୧(ଡି.ଏନ.ଏ.) – ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୟ ରାଜପଥର ବହୁ ସ୍ଥାନ ଶୋଚନୀୟ ହୋଇପଡିଛି। ଅନୁଗୋଳ ଠାରୁ ଜୋରଗଡ଼ିଆ ପର୍ଯ୍ୟନ୍ତ ଅନେକ ସ୍ଥାନରେ...

ବ୍ୟାଙ୍କସମୂହର ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ୨୬୦୬.୯୬ କୋଟି ଋଣ ଯୋଗାଣ ଲକ୍ଷ୍ୟ

ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ଜିଲାର ବ୍ୟାଙ୍କଗୁଡ଼ିକର ଏକ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ...

ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି...

ହାଟ କରୁଛି ହଟହଟା

ଖମାର,୧୯।୪(ଡି.ଏନ.ଏ.) ପାଲଲହଡ଼ା ବ୍ଲକ ଖମାର ବଜାର ରାସ୍ତା ପାର୍ଶ୍ୱରେ ସୋମବାରିଆ ବସୁଥିବା ସାପ୍ତାହିକ ହାଟ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲୁଛି। ଏଥିଯୋଗୁ ବେପାରୀ, ଗ୍ରାହକ ଓ...

କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ସ୍କୁଲ ଶ୍ରେଣୀଗୃହ ନିର୍ମାଣ ହେଉନି: ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୦।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହେଉନାହିଁ। ଫଳରେ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ...

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ: ‘ମଦ ରାଜସ୍ବ ସରକାରଙ୍କ ଲକ୍ଷ୍ୟ ନୁହେଁ’

ଅନୁଗୋଳ ଅଫିସ, ୧୫।୧ – ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅନୁଗୋଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲା...

ବିପଜ୍ଜନକ ଅବସ୍ଥାରେ ଛାତ୍ରୀଛାତ୍ର ପରିବହନ

ପାଲଲହଡ଼ା, ୨୩ା୨(ଡି.ଏନ.ଏ.) – ବାରମ୍ବାର ଦୁର୍ଘଟଣା ସତ୍ତ୍ୱେ ବିପଦଜନକ ଅବସ୍ଥାରେ ଚାଲିଛି ସ୍କୁଲ ପିଲା ପରିବହନ। ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ମଧ୍ୟ ଏପରି ଦେଖିବାକୁ...

Advertisement
Archives

Model This Week