କ୍ଷେତ ବିଷମୁକ୍ତ ହେଉ

ବାଦଲ ଭୂୟାଁ

ସାମ୍ପ୍ରତିକ ସମୟରେ ଚାଷୀଟିଏ କ୍ଷେତରେ ଜୈବିକ ଖତ ପ୍ରୟୋଗ କରିବା ପ୍ରତି ଯେତିକି ଯତ୍ନବାନ ହେଉନାହିଁ ତା’ଠାରୁ ଅଧିକ ଯତ୍ନବାନ ହେଉଛି ଫସଲରେ ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିର ପ୍ରୟୋଗ ପ୍ରତି। ଏହାଦ୍ୱାରା ସେ ଯେ କେବଳ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରୁଛି ତା’ ନୁହେଁ, ନିଜର ଜୀବନକୁ ମଧ୍ୟ ବିଷାକ୍ତ କରୁଛି; ଯେଉଁଥିପାଇଁ ବେଳେ ବେଳେ ନିଜର ଜୀବନକୁ ହରାଇବାକୁ ପଡ଼ୁଛି। ଏଇ କୀଟନାଶକ ଯୋଗୁ ଗତବର୍ଷ ମହାରାଷ୍ଟ୍ରର ଅମରାବତୀ ଏବଂ ୟବତ୍‌ମାଲ ଜିଲାର ନିହାତି କମ୍‌ରେ ୪୦ଜଣ ଚାଷୀ ଓ କୃଷି ଶ୍ରମିକ ପ୍ରାଣ ହରାଇବା ସହିତ କୀଟନାଶକର ବିଫଳତା ଯୋଗୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ ଦେଖା ଦେଇଥିଲା; ଯେଉଁଥିପାଇଁ ଏସବୁ ଅଞ୍ଚଳର କେତେକ ଚାଷୀଙ୍କର ବ୍ୟାପକ ଫସଲ ହାନି ହୋଇଥିଲା ଏବଂ ତାକୁ ସହି ନ ପାରି ସେମାନଙ୍କ ମଧ୍ୟରୁ କିଛି ଚାଷୀ ଆତ୍ମହତ୍ୟା କରିଥିବାର ଖବର ମଧ୍ୟ ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ହୋଇଥିଲା। ପରେ ନକଲି କୀଟନାଶକ ଓଡ଼ିଶାର ଚାଷୀଙ୍କ ଦୁର୍ଦ୍ଦଶାର କାରଣ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା। କୀଟନାଶକ ଯୋଗୁ ଚାଷୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଏକ ଏସ୍‌ଆଇଟି ଗଠନ କରିଥିଲେ, ଯାହା ନିକଟରେ ତା’ର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରେ ଚାଷୀ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ କଳକୁ ଦାୟୀ କରାଯିବା ସଙ୍ଗେ ସଙ୍ଗେ ମୃତ୍ୟୁର ଶିକାର ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଦାୟୀ କରାଯାଇଛି, କାରଣ ଏହିସବୁ ଚାଷୀମାନେ ବିଷାକ୍ତ ଦ୍ରବ୍ୟ ବ୍ୟବହାର କରିବା ସମୟରେ ସୁରକ୍ଷାର ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାରେ ବିଫଳ ହୋଇଥିଲେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟିବ, ସେଥିପାଇଁ ଏସ୍‌ଆଇଟି କେତେଗୁଡ଼ିଏ ପ୍ରତିଷେଧମୂଳକ ବ୍ୟବସ୍ଥା ସୁପାରିସ କରିଛନ୍ତି। ସେଗୁଡ଼ିକ ଯଥାକ୍ରମେ କୀଟନାଶକର ମାନ ପରୀକ୍ଷା କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବସମ୍ପନ୍ନ ଗୁଣାତ୍ମକ ମାନ ଯାଞ୍ଚ କର୍ମଚାରୀ ନିଯୁକ୍ତ,ଜିଲା ଓ ଗ୍ରାମାଞ୍ଚଳର ହସ୍ପିଟାଲଗୁଡ଼ିକରେ ଆଇସିୟୁ ପ୍ରତିଷ୍ଠା କରିବା ସହିତ ଯେଉଁସବୁ ଚାଷୀ ବା କୃଷି ଶ୍ରମିକ କୀଟନାଶକ ବ୍ୟବହାର ସମ୍ପର୍କିତ ନିୟମାବଳୀଗୁଡ଼ିକୁ ନ ମାନିବେ, ସେମାନଙ୍କ ପାଇଁ ଆଇପିସିରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବା ଇତ୍ୟାଦି ରହିଛି। ଏତଦ୍‌ବ୍ୟତୀତ କମିଟି ମନୋକ୍ରୋଟୋଫସ୍‌ ଏବଂ ପଞ୍ଜୀକୃତ ହୋଇ ନ ଥିବା ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରକ ଦ୍ରବ୍ୟଗୁଡ଼ିକ ଉପରେ ନିଷେଧାଦେଶ ଜାରି କରିଛନ୍ତି।
ଭାରତରେ କୃଷିର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ତଥା ଅଧିକାଂଶ କୃଷକଙ୍କ ଶିକ୍ଷାର ସ୍ତର ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ଏସ୍‌ଆଇଟିର ଏପରି ସୁପାରିସକୁ ନିରପେକ୍ଷ କହିବା ସହଜ ନୁହେଁ, ଯଦିଓ ଏଭଳି ପ୍ରସ୍ତାବ ଅତ୍ୟଧିକ ମହତ୍ତ୍ୱାକାଂକ୍ଷୀ ମନେହୁଏ। କାରଣ ଏହି ରିପୋର୍ଟରେ ଚାଷୀ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରାଯାଇଥିବା ଭଳି ମନେହୁଏ। ଏହା ପରିବର୍ତ୍ତେ ବରଂ କୀଟନାଶକଗୁଡ଼ିକର ଉପତ୍ାଦକମାନେ ସେମାନଙ୍କର ଭୂମିକା ଓ ଦାୟିତ୍ୱକୁ ଠିକ୍‌ ନିର୍ବାହ କରୁଛନ୍ତି କି ନାହିଁ, ସେସବୁର ଉତ୍ତମ ରୂପେ ତଦାରଖ କରାଯିବାର ଆବଶ୍ୟକତା ରହିଛି। ବସ୍ତୁତଃ, କୀଟନାଶକ ଆଇନରେ ଉଲ୍ଲେଖ ଅଛି ଯେ ସେଗୁଡ଼ିକୁ କିପରି ନିରାପଦରେ ବ୍ୟବହାର କରାଯାଇ ପାରିବ ଏବଂ ବ୍ୟବହାର ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ପଦକ୍ଷେପ ନେବାକୁ କୀଟନାଶକଗୁଡ଼ିକର ଉପତ୍ାଦନକର୍ତ୍ତା ଓ ଡିଷ୍ଟ୍ରିିବ୍ୟୁଟରମାନେ ବ୍ୟବହାରକାରୀମାନଙ୍କ ପାଇଁ ଉତ୍ତମ ପ୍ରଶିକ୍ଷଣର ବ୍ୟବସ୍ଥା କରିବା ଆବଶ୍ୟକ। ଏତଦ୍‌ବ୍ୟତୀତ ମହାରାଷ୍ଟ୍ରର ଚାଷୀମାନଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ମନୋକ୍ରୋଟୋଫସ୍‌ ଏବଂ ଅକ୍ସିଡିମେଟନ୍‌ମେଥିଲ୍‌ ନାମକ ଦୁଇଗୋଟି କୀଟନାଶକକୁ ଦାୟୀ କରାଯାଇଥିବା ବେଳେ ମାରାତ୍ମକ ବିଷାକ୍ତ ଦ୍ରବ୍ୟ ହୋଇଥିବାରୁ ଏ ଦୁଇଟିକୁ ପ୍ରଥମ ଶ୍ରେଣୀର କୀଟନାଶକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏ ଦୁଇଟି କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଭାରତବର୍ଷରେ ବ୍ୟାପକ ଭାବରେ ବ୍ୟବହାର ହେଉଛି। ଏକ ସିଏସଇ ରିପୋର୍ଟର ତଥ୍ୟ ଅନୁସାରେ ୨୦୧୫-୧୬ରେ ଦେଶରେ ଯେତିକି ଓଜନର କୀଟନାଶକ ଦ୍ରବ୍ୟ ବ୍ୟବହୃତ ହୋଇଥିଲା, ତା’ର ପାଖାପାଖି ୩୦ ପ୍ରତିଶତ ଥିଲା ପ୍ରଥମ ଶ୍ରେଣୀର କୀଟନାଶକ। ତେଣୁ ମୋଟାମୋଟି ଏତିକି କୁହାଯାଇପାରେ ଯେ କୀଟନାଶକ ଦ୍ରବ୍ୟଗୁଡ଼ିକର ବ୍ୟବହାର ପାଇଁ ଦେଶରେ ଏକ ନୂଆ କୀଟନାଶକ ପରିଚାଳନା ଆଇନର ଆବଶ୍ୟକତା ରହିଛି।
ପୁରୁଣା ସୋନାରୀ, ଜାମ୍‌ସେଦପୁର,
ମୋ-୯୨୦୪୬୫୨୦୬୫


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri