କ୍ଷେତ ବିଷମୁକ୍ତ ହେଉ

ବାଦଲ ଭୂୟାଁ

ସାମ୍ପ୍ରତିକ ସମୟରେ ଚାଷୀଟିଏ କ୍ଷେତରେ ଜୈବିକ ଖତ ପ୍ରୟୋଗ କରିବା ପ୍ରତି ଯେତିକି ଯତ୍ନବାନ ହେଉନାହିଁ ତା’ଠାରୁ ଅଧିକ ଯତ୍ନବାନ ହେଉଛି ଫସଲରେ ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିର ପ୍ରୟୋଗ ପ୍ରତି। ଏହାଦ୍ୱାରା ସେ ଯେ କେବଳ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରୁଛି ତା’ ନୁହେଁ, ନିଜର ଜୀବନକୁ ମଧ୍ୟ ବିଷାକ୍ତ କରୁଛି; ଯେଉଁଥିପାଇଁ ବେଳେ ବେଳେ ନିଜର ଜୀବନକୁ ହରାଇବାକୁ ପଡ଼ୁଛି। ଏଇ କୀଟନାଶକ ଯୋଗୁ ଗତବର୍ଷ ମହାରାଷ୍ଟ୍ରର ଅମରାବତୀ ଏବଂ ୟବତ୍‌ମାଲ ଜିଲାର ନିହାତି କମ୍‌ରେ ୪୦ଜଣ ଚାଷୀ ଓ କୃଷି ଶ୍ରମିକ ପ୍ରାଣ ହରାଇବା ସହିତ କୀଟନାଶକର ବିଫଳତା ଯୋଗୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ ଦେଖା ଦେଇଥିଲା; ଯେଉଁଥିପାଇଁ ଏସବୁ ଅଞ୍ଚଳର କେତେକ ଚାଷୀଙ୍କର ବ୍ୟାପକ ଫସଲ ହାନି ହୋଇଥିଲା ଏବଂ ତାକୁ ସହି ନ ପାରି ସେମାନଙ୍କ ମଧ୍ୟରୁ କିଛି ଚାଷୀ ଆତ୍ମହତ୍ୟା କରିଥିବାର ଖବର ମଧ୍ୟ ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ହୋଇଥିଲା। ପରେ ନକଲି କୀଟନାଶକ ଓଡ଼ିଶାର ଚାଷୀଙ୍କ ଦୁର୍ଦ୍ଦଶାର କାରଣ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା। କୀଟନାଶକ ଯୋଗୁ ଚାଷୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଏକ ଏସ୍‌ଆଇଟି ଗଠନ କରିଥିଲେ, ଯାହା ନିକଟରେ ତା’ର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରେ ଚାଷୀ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ କଳକୁ ଦାୟୀ କରାଯିବା ସଙ୍ଗେ ସଙ୍ଗେ ମୃତ୍ୟୁର ଶିକାର ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଦାୟୀ କରାଯାଇଛି, କାରଣ ଏହିସବୁ ଚାଷୀମାନେ ବିଷାକ୍ତ ଦ୍ରବ୍ୟ ବ୍ୟବହାର କରିବା ସମୟରେ ସୁରକ୍ଷାର ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାରେ ବିଫଳ ହୋଇଥିଲେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟିବ, ସେଥିପାଇଁ ଏସ୍‌ଆଇଟି କେତେଗୁଡ଼ିଏ ପ୍ରତିଷେଧମୂଳକ ବ୍ୟବସ୍ଥା ସୁପାରିସ କରିଛନ୍ତି। ସେଗୁଡ଼ିକ ଯଥାକ୍ରମେ କୀଟନାଶକର ମାନ ପରୀକ୍ଷା କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବସମ୍ପନ୍ନ ଗୁଣାତ୍ମକ ମାନ ଯାଞ୍ଚ କର୍ମଚାରୀ ନିଯୁକ୍ତ,ଜିଲା ଓ ଗ୍ରାମାଞ୍ଚଳର ହସ୍ପିଟାଲଗୁଡ଼ିକରେ ଆଇସିୟୁ ପ୍ରତିଷ୍ଠା କରିବା ସହିତ ଯେଉଁସବୁ ଚାଷୀ ବା କୃଷି ଶ୍ରମିକ କୀଟନାଶକ ବ୍ୟବହାର ସମ୍ପର୍କିତ ନିୟମାବଳୀଗୁଡ଼ିକୁ ନ ମାନିବେ, ସେମାନଙ୍କ ପାଇଁ ଆଇପିସିରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବା ଇତ୍ୟାଦି ରହିଛି। ଏତଦ୍‌ବ୍ୟତୀତ କମିଟି ମନୋକ୍ରୋଟୋଫସ୍‌ ଏବଂ ପଞ୍ଜୀକୃତ ହୋଇ ନ ଥିବା ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରକ ଦ୍ରବ୍ୟଗୁଡ଼ିକ ଉପରେ ନିଷେଧାଦେଶ ଜାରି କରିଛନ୍ତି।
ଭାରତରେ କୃଷିର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ତଥା ଅଧିକାଂଶ କୃଷକଙ୍କ ଶିକ୍ଷାର ସ୍ତର ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ଏସ୍‌ଆଇଟିର ଏପରି ସୁପାରିସକୁ ନିରପେକ୍ଷ କହିବା ସହଜ ନୁହେଁ, ଯଦିଓ ଏଭଳି ପ୍ରସ୍ତାବ ଅତ୍ୟଧିକ ମହତ୍ତ୍ୱାକାଂକ୍ଷୀ ମନେହୁଏ। କାରଣ ଏହି ରିପୋର୍ଟରେ ଚାଷୀ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରାଯାଇଥିବା ଭଳି ମନେହୁଏ। ଏହା ପରିବର୍ତ୍ତେ ବରଂ କୀଟନାଶକଗୁଡ଼ିକର ଉପତ୍ାଦକମାନେ ସେମାନଙ୍କର ଭୂମିକା ଓ ଦାୟିତ୍ୱକୁ ଠିକ୍‌ ନିର୍ବାହ କରୁଛନ୍ତି କି ନାହିଁ, ସେସବୁର ଉତ୍ତମ ରୂପେ ତଦାରଖ କରାଯିବାର ଆବଶ୍ୟକତା ରହିଛି। ବସ୍ତୁତଃ, କୀଟନାଶକ ଆଇନରେ ଉଲ୍ଲେଖ ଅଛି ଯେ ସେଗୁଡ଼ିକୁ କିପରି ନିରାପଦରେ ବ୍ୟବହାର କରାଯାଇ ପାରିବ ଏବଂ ବ୍ୟବହାର ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ପଦକ୍ଷେପ ନେବାକୁ କୀଟନାଶକଗୁଡ଼ିକର ଉପତ୍ାଦନକର୍ତ୍ତା ଓ ଡିଷ୍ଟ୍ରିିବ୍ୟୁଟରମାନେ ବ୍ୟବହାରକାରୀମାନଙ୍କ ପାଇଁ ଉତ୍ତମ ପ୍ରଶିକ୍ଷଣର ବ୍ୟବସ୍ଥା କରିବା ଆବଶ୍ୟକ। ଏତଦ୍‌ବ୍ୟତୀତ ମହାରାଷ୍ଟ୍ରର ଚାଷୀମାନଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ମନୋକ୍ରୋଟୋଫସ୍‌ ଏବଂ ଅକ୍ସିଡିମେଟନ୍‌ମେଥିଲ୍‌ ନାମକ ଦୁଇଗୋଟି କୀଟନାଶକକୁ ଦାୟୀ କରାଯାଇଥିବା ବେଳେ ମାରାତ୍ମକ ବିଷାକ୍ତ ଦ୍ରବ୍ୟ ହୋଇଥିବାରୁ ଏ ଦୁଇଟିକୁ ପ୍ରଥମ ଶ୍ରେଣୀର କୀଟନାଶକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏ ଦୁଇଟି କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଭାରତବର୍ଷରେ ବ୍ୟାପକ ଭାବରେ ବ୍ୟବହାର ହେଉଛି। ଏକ ସିଏସଇ ରିପୋର୍ଟର ତଥ୍ୟ ଅନୁସାରେ ୨୦୧୫-୧୬ରେ ଦେଶରେ ଯେତିକି ଓଜନର କୀଟନାଶକ ଦ୍ରବ୍ୟ ବ୍ୟବହୃତ ହୋଇଥିଲା, ତା’ର ପାଖାପାଖି ୩୦ ପ୍ରତିଶତ ଥିଲା ପ୍ରଥମ ଶ୍ରେଣୀର କୀଟନାଶକ। ତେଣୁ ମୋଟାମୋଟି ଏତିକି କୁହାଯାଇପାରେ ଯେ କୀଟନାଶକ ଦ୍ରବ୍ୟଗୁଡ଼ିକର ବ୍ୟବହାର ପାଇଁ ଦେଶରେ ଏକ ନୂଆ କୀଟନାଶକ ପରିଚାଳନା ଆଇନର ଆବଶ୍ୟକତା ରହିଛି।
ପୁରୁଣା ସୋନାରୀ, ଜାମ୍‌ସେଦପୁର,
ମୋ-୯୨୦୪୬୫୨୦୬୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?