ବିକାଶ କମ୍‌, ବିବାଦ ବେଶି

ଅନୁଗୋଳ ଅଫିସ,୩୦ା୩: ଅନୁଗୋଳ ପୌରପରିଷଦ ଗଠନକୁ ବର୍ଷେ ପୂରିଗଲା। ହେଲେ ଅଳିଆ ସମସ୍ୟାର ଠିକଣା ଭାବେ ସମାଧାନ ହୋଇପାରିଲା ନାହିଁ। ୱାର୍ଡର ସୀମାକୁ ନେଇ ଉପୁଜିଥିବା ବିବାଦ ମଧ୍ୟ ତୁଟିଲା ନାହିଁ। ପ୍ଲାଷ୍ଟିକ୍‌ମୁକ୍ତ ଅନୁଗୋଳ ସହର ଲକ୍ଷ୍ୟ ପୂରଣ ହୋଇପାରି ନ ଥିବାବେଳେ ସହରରୁ ଜବରଦଖଲ ହଟାଇବା କାର୍ଯ୍ୟ ମଧ୍ୟ ଆଗେଇପାରି ନାହିଁ। ଏ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୌର ପ୍ରଶାସନ ଓ ନଗରପାଳଙ୍କ ମଧ୍ୟରେ କଳି ଯୋଗୁ ବର୍ଷେ ମଧ୍ୟରେ ୬ ଥର ବୈଠକ ବସିଥିବା ବେଳେ ଏଥିରେ ବିକାଶ ଆଲୋଚନା କମ୍‌ ଓ ବିବାଦ ବେଶି ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି।
ଅନୁଗୋଳ ପୌର ପରିଷଦ ଗଠନ ମାର୍ଚ୍ଚ ୨୦୨୨ରେ ହୋଇଥିଲା। ଦୀର୍ଘଦିନ ଧରି ପ୍ରଶାସନ ହାତରେ ଥିବା ଏହି ପରିଷଦକୁ ନୂଆ ପ୍ରତିନିଧି ମିଳିଥିଲା। ହେଲେ ଆରମ୍ଭରୁ ହିଁ ବିକାଶ ଆଲୋଚନା ପରିବର୍ତ୍ତେ ବିରୋଧ ଦେଖିବାକୁ ମିଳିଥିଲା। ଏହାର ପ୍ରଥମ ବୈଠକ ୨୦୨୨ ଏପ୍ରିଲ ୨୨ରେ ବସିବା ମାତ୍ରେ ନିର୍ବାଚନ ପୂର୍ବରୁ ଟେଣ୍ଡରକୁ ନେଇ ବିବାଦ ଦେଖାଦେଇଥିଲା। ଅନୁଗୋଳ ମହୋତ୍ସବରେ ନିମନ୍ତ୍ରଣ ନ କରିବା ଓ ପାସ୍‌ ଆବଣ୍ଟନକୁ ନେଇ ନିନ୍ଦା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ସେହିପରି ଅନ୍ୟ ଯେଉଁ ୫ଟି ବୈଠକ ହୋଇଥିଲା, ସେଥିମଧ୍ୟରୁ ପ୍ରାୟ ୪ଟି ବୈଠକରେ ପ୍ରଶାସନ ଓ ନଗରପାଳଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଏପରି କି ନଗରପାଳଙ୍କ ମନମୁଖି ବୈଠକ ତାରିଖ ନିର୍ଦ୍ଧାରଣରେ ଅସନ୍ତୋଷବ୍ୟକ୍ତ କରି ଗୋଟିଏ ବୈଠକକୁ କାଉନସିଲରମାନେ ବର୍ଜନ କରିଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରେ ନିର୍ମାଣ କରାଯାଉଥିବା ଦୋକାନ ଘର ଆବଣ୍ଟନକୁ ନଗରପାଳଙ୍କ ସହ ତାଙ୍କ ଗୋଷ୍ଠୀ ବିରୋଧ କରିଥିଲେ। ଦୋକାନଘର ଗୁଡ଼ିକ ଟେଣ୍ଡର ପ୍ରକ୍ରିୟାରେ ଆବଣ୍ଟନ କରା ନ ଯାଇ ଲଟେରି ମାଧ୍ୟମରେ ବଣ୍ଟନ କରାଯିବାକୁ ଦାବି କରିଥିଲେ। କିନ୍ତୁ ଶେଷରେ ତାହା ଟେଣ୍ଡର ମାଧ୍ୟମରେ ଆବଣ୍ଟନ କରାଯାଇଥିଲା। ଏଥିସହ ଗାଡ଼ି ପାର୍କିଂ ପାଇଁ ହୋଇଥିବା ଜାଗା ଚିହ୍ନଟକୁ ମଧ୍ୟ ପୌରପରିଷଦ ବୈଠକରେ ବିରୋଧ କରାଯାଇଥିଲା। ସହରର ସ୍ବାଗତ ଫାଟକ ହେମସୁରପଡ଼ା ଅଞ୍ଚଳରେ ଲାଗୁଥିବା ସମୟରେ ନଗରପାଳଙ୍କ ପୁଅ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏପରି କି ଏସ୍‌ଡିଏ (ସ୍ଲମ୍‌ ଡେଭେଲପମେଣ୍ଟ ଆସୋସିଏଶନ୍‌)କୁ ନିଜେ ନଗରପାଳ ମଧ୍ୟ ବିରୋଧ କରିଥିବା ଦେଖାଯାଇଥିଲା। ୯୯ଟି ଟେଣ୍ଡରରେ ନଗରପାଳ ଦସ୍ତଖତ ନ କରିବାରୁ ଜିଲା ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଥିଲା। ତେବେ ଏପରି କଳି, ବିବାଦ ଓ ବିରୋଧ ଭିତରେ ମଧ୍ୟ ଅନୁଗୋଳ ପୌରାଞ୍ଚଳରେ କିଛିଟା ଉନ୍ନୟନ କାର୍ଯ୍ୟ କରାଯାଇଛି। ଘର ଭଙ୍ଗା ପରେ ରାସ୍ତାରେ ପଡ଼ିରହୁଥିବା ବିଭିନ୍ନ ସାମଗ୍ରୀରୁ ଫେବର ପ୍ରସ୍ତୁତ କରିବାକୁ ପୌର ପ୍ରଶାସନ ଲକ୍ଷ୍ୟ ରଖିଛି। ଏ ନେଇ ସି ଆଣ୍ଡ ଡି ୱେଷ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପଞ୍ଚମହଲା ଠାରେ ନିର୍ମାଣ କରାଯିବାର ଯୋଜନା ହୋଇଛି। ଏଥିରେ ଇଟା, କଂକ୍ରିଟ୍‌ ଓ ସିମେଣ୍ଟରୁ ଫେବର ପ୍ରସ୍ତୁତ କରାଯାଇ ଠିକାଦାରଙ୍କୁ ବିକ୍ରି କରାଯିବ। ଏଥିସହ ଇଟା, ଗୋଡ଼ି, ବାଲି ଓ ସିମେଣ୍ଟରେ ମଧ୍ୟ ନୂଆ ଫେବର ପ୍ରସ୍ତୁତ କରାଯିବ। ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରିବେ ବୋଲି ପୌରପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ ଚାଲିଛି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଗୋଳ ସହରର ବିକାଶ କାର୍ଯ୍ୟ ଚାଲିଛି। ଏ ନେଇ ଯେତେବେଳେ ଯାହା ନିର୍ଦ୍ଦେଶ ଆସୁଛି ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରାଯାଇ ତାହା ପାଳନ କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ, ନିର୍ବାହୀ ଅଧିକାରୀ
ବୈଠକ ହେଉ ନ ଥିବାରୁ ଉନ୍ନତିରେ ବାଧା
ପୌରପରିଷଦ ବୈଠକ ଠିକ୍‌ ସମୟରେ ହୋଇପାରୁ ନାହିଁ। ବର୍ଷକ ମଧ୍ୟରେ ମାତ୍ର ୬ଥର ବୈଠକ ହୋଇଛି। ତେଣୁ ସହରର ଉନ୍ନତି କାର୍ଯ୍ୟରେ ବାଧା ଉପୁଜୁଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଉନ୍ନୟନ କାର୍ଯ୍ୟ ଠିକ୍‌ରେ ହୋଇପାରୁ ନାହିଁ।
-ବଳରାମ ଜେନା, କାଉନସିଲର, ୧୯ନଂ. ଓ୍ବାର୍ଡ
ଅନେକ ଥର ବିବାଦ ଦେଖାଦେଇଛି
ଗତ ଏକବର୍ଷ ମଧ୍ୟରେ ଅନେକ ଥର ପୌର ପ୍ରଶାସନ ଓ ନଗରପାଳଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏପରି କି ନଗରପାଳଙ୍କ ମନମୁଖି କାର୍ଯ୍ୟ ପାଇଁ ବିଭିନ୍ନ ବୈଠକରେ ବିରୋଧ କରାଯାଇଛି। ଆସୁଥିବା ଅର୍ଥରେ ସହରର କିଭଳି ବିକାଶ ହେବ ସେ ଦିଗରେ ସମସ୍ତେ ଧ୍ୟାନ ଦିଅନ୍ତୁ।
-ସରିତା ମିଶ୍ର, କାଉନସିଲର,୯ନଂ. ଓ୍ବାର୍ଡ
କଳିରେ ବଳି ପଡ଼ିଗଲା ଉନ୍ନୟନ
ପୌରପରିଷଦ ଗଠନକୁ ବର୍ଷେ ବିତିଗଲା। ନୂଆ ପରିଷଦ ପରେ ସହରବାସୀଙ୍କ ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ଲୋକମାନେ ଆଶା ବାନ୍ଧିଥିଲେ। ହେଲେ ପ୍ରଶାସନ ଓ ନଗରପାଳଙ୍କ କଳିରେ ଉନ୍ନୟନ କାର୍ଯ୍ୟ ବଳି ପଡ଼ିଗଲା। ପଛୁଆ ରହିଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ଶେଷ କରାଯାଉ।
-ଭୂପେଶ ଚନ୍ଦ୍ର ପ୍ରଧାନ, ବୁଦ୍ଧିଜୀବୀ
କିଛି ବିବାଦ ନାହିଁ
ଆମ ମଧ୍ୟରେ ବାଦ ବିବାଦ ନାହିଁ। ପୌରପରିଷଦ କ’ଣ କରିଛି ଆମେ ଲେଖିକରି ଦେଇଦେବୁ। ତେବେ ବୈଠକ ୬ଥର କ’ଣ ୨ ଥର ହେଲେ ବି ଚଳିବ।
-ଅକ୍ଷୟ କୁମାର ସାମନ୍ତ, ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri