ବିକାଶ କମ୍‌, ବିବାଦ ବେଶି

ଅନୁଗୋଳ ଅଫିସ,୩୦ା୩: ଅନୁଗୋଳ ପୌରପରିଷଦ ଗଠନକୁ ବର୍ଷେ ପୂରିଗଲା। ହେଲେ ଅଳିଆ ସମସ୍ୟାର ଠିକଣା ଭାବେ ସମାଧାନ ହୋଇପାରିଲା ନାହିଁ। ୱାର୍ଡର ସୀମାକୁ ନେଇ ଉପୁଜିଥିବା ବିବାଦ ମଧ୍ୟ ତୁଟିଲା ନାହିଁ। ପ୍ଲାଷ୍ଟିକ୍‌ମୁକ୍ତ ଅନୁଗୋଳ ସହର ଲକ୍ଷ୍ୟ ପୂରଣ ହୋଇପାରି ନ ଥିବାବେଳେ ସହରରୁ ଜବରଦଖଲ ହଟାଇବା କାର୍ଯ୍ୟ ମଧ୍ୟ ଆଗେଇପାରି ନାହିଁ। ଏ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୌର ପ୍ରଶାସନ ଓ ନଗରପାଳଙ୍କ ମଧ୍ୟରେ କଳି ଯୋଗୁ ବର୍ଷେ ମଧ୍ୟରେ ୬ ଥର ବୈଠକ ବସିଥିବା ବେଳେ ଏଥିରେ ବିକାଶ ଆଲୋଚନା କମ୍‌ ଓ ବିବାଦ ବେଶି ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି।
ଅନୁଗୋଳ ପୌର ପରିଷଦ ଗଠନ ମାର୍ଚ୍ଚ ୨୦୨୨ରେ ହୋଇଥିଲା। ଦୀର୍ଘଦିନ ଧରି ପ୍ରଶାସନ ହାତରେ ଥିବା ଏହି ପରିଷଦକୁ ନୂଆ ପ୍ରତିନିଧି ମିଳିଥିଲା। ହେଲେ ଆରମ୍ଭରୁ ହିଁ ବିକାଶ ଆଲୋଚନା ପରିବର୍ତ୍ତେ ବିରୋଧ ଦେଖିବାକୁ ମିଳିଥିଲା। ଏହାର ପ୍ରଥମ ବୈଠକ ୨୦୨୨ ଏପ୍ରିଲ ୨୨ରେ ବସିବା ମାତ୍ରେ ନିର୍ବାଚନ ପୂର୍ବରୁ ଟେଣ୍ଡରକୁ ନେଇ ବିବାଦ ଦେଖାଦେଇଥିଲା। ଅନୁଗୋଳ ମହୋତ୍ସବରେ ନିମନ୍ତ୍ରଣ ନ କରିବା ଓ ପାସ୍‌ ଆବଣ୍ଟନକୁ ନେଇ ନିନ୍ଦା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ସେହିପରି ଅନ୍ୟ ଯେଉଁ ୫ଟି ବୈଠକ ହୋଇଥିଲା, ସେଥିମଧ୍ୟରୁ ପ୍ରାୟ ୪ଟି ବୈଠକରେ ପ୍ରଶାସନ ଓ ନଗରପାଳଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଏପରି କି ନଗରପାଳଙ୍କ ମନମୁଖି ବୈଠକ ତାରିଖ ନିର୍ଦ୍ଧାରଣରେ ଅସନ୍ତୋଷବ୍ୟକ୍ତ କରି ଗୋଟିଏ ବୈଠକକୁ କାଉନସିଲରମାନେ ବର୍ଜନ କରିଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରେ ନିର୍ମାଣ କରାଯାଉଥିବା ଦୋକାନ ଘର ଆବଣ୍ଟନକୁ ନଗରପାଳଙ୍କ ସହ ତାଙ୍କ ଗୋଷ୍ଠୀ ବିରୋଧ କରିଥିଲେ। ଦୋକାନଘର ଗୁଡ଼ିକ ଟେଣ୍ଡର ପ୍ରକ୍ରିୟାରେ ଆବଣ୍ଟନ କରା ନ ଯାଇ ଲଟେରି ମାଧ୍ୟମରେ ବଣ୍ଟନ କରାଯିବାକୁ ଦାବି କରିଥିଲେ। କିନ୍ତୁ ଶେଷରେ ତାହା ଟେଣ୍ଡର ମାଧ୍ୟମରେ ଆବଣ୍ଟନ କରାଯାଇଥିଲା। ଏଥିସହ ଗାଡ଼ି ପାର୍କିଂ ପାଇଁ ହୋଇଥିବା ଜାଗା ଚିହ୍ନଟକୁ ମଧ୍ୟ ପୌରପରିଷଦ ବୈଠକରେ ବିରୋଧ କରାଯାଇଥିଲା। ସହରର ସ୍ବାଗତ ଫାଟକ ହେମସୁରପଡ଼ା ଅଞ୍ଚଳରେ ଲାଗୁଥିବା ସମୟରେ ନଗରପାଳଙ୍କ ପୁଅ ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏପରି କି ଏସ୍‌ଡିଏ (ସ୍ଲମ୍‌ ଡେଭେଲପମେଣ୍ଟ ଆସୋସିଏଶନ୍‌)କୁ ନିଜେ ନଗରପାଳ ମଧ୍ୟ ବିରୋଧ କରିଥିବା ଦେଖାଯାଇଥିଲା। ୯୯ଟି ଟେଣ୍ଡରରେ ନଗରପାଳ ଦସ୍ତଖତ ନ କରିବାରୁ ଜିଲା ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଥିଲା। ତେବେ ଏପରି କଳି, ବିବାଦ ଓ ବିରୋଧ ଭିତରେ ମଧ୍ୟ ଅନୁଗୋଳ ପୌରାଞ୍ଚଳରେ କିଛିଟା ଉନ୍ନୟନ କାର୍ଯ୍ୟ କରାଯାଇଛି। ଘର ଭଙ୍ଗା ପରେ ରାସ୍ତାରେ ପଡ଼ିରହୁଥିବା ବିଭିନ୍ନ ସାମଗ୍ରୀରୁ ଫେବର ପ୍ରସ୍ତୁତ କରିବାକୁ ପୌର ପ୍ରଶାସନ ଲକ୍ଷ୍ୟ ରଖିଛି। ଏ ନେଇ ସି ଆଣ୍ଡ ଡି ୱେଷ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପଞ୍ଚମହଲା ଠାରେ ନିର୍ମାଣ କରାଯିବାର ଯୋଜନା ହୋଇଛି। ଏଥିରେ ଇଟା, କଂକ୍ରିଟ୍‌ ଓ ସିମେଣ୍ଟରୁ ଫେବର ପ୍ରସ୍ତୁତ କରାଯାଇ ଠିକାଦାରଙ୍କୁ ବିକ୍ରି କରାଯିବ। ଏଥିସହ ଇଟା, ଗୋଡ଼ି, ବାଲି ଓ ସିମେଣ୍ଟରେ ମଧ୍ୟ ନୂଆ ଫେବର ପ୍ରସ୍ତୁତ କରାଯିବ। ଏହାକୁ ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରିବେ ବୋଲି ପୌରପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟ ଚାଲିଛି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଗୋଳ ସହରର ବିକାଶ କାର୍ଯ୍ୟ ଚାଲିଛି। ଏ ନେଇ ଯେତେବେଳେ ଯାହା ନିର୍ଦ୍ଦେଶ ଆସୁଛି ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରାଯାଇ ତାହା ପାଳନ କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ, ନିର୍ବାହୀ ଅଧିକାରୀ
ବୈଠକ ହେଉ ନ ଥିବାରୁ ଉନ୍ନତିରେ ବାଧା
ପୌରପରିଷଦ ବୈଠକ ଠିକ୍‌ ସମୟରେ ହୋଇପାରୁ ନାହିଁ। ବର୍ଷକ ମଧ୍ୟରେ ମାତ୍ର ୬ଥର ବୈଠକ ହୋଇଛି। ତେଣୁ ସହରର ଉନ୍ନତି କାର୍ଯ୍ୟରେ ବାଧା ଉପୁଜୁଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଉନ୍ନୟନ କାର୍ଯ୍ୟ ଠିକ୍‌ରେ ହୋଇପାରୁ ନାହିଁ।
-ବଳରାମ ଜେନା, କାଉନସିଲର, ୧୯ନଂ. ଓ୍ବାର୍ଡ
ଅନେକ ଥର ବିବାଦ ଦେଖାଦେଇଛି
ଗତ ଏକବର୍ଷ ମଧ୍ୟରେ ଅନେକ ଥର ପୌର ପ୍ରଶାସନ ଓ ନଗରପାଳଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏପରି କି ନଗରପାଳଙ୍କ ମନମୁଖି କାର୍ଯ୍ୟ ପାଇଁ ବିଭିନ୍ନ ବୈଠକରେ ବିରୋଧ କରାଯାଇଛି। ଆସୁଥିବା ଅର୍ଥରେ ସହରର କିଭଳି ବିକାଶ ହେବ ସେ ଦିଗରେ ସମସ୍ତେ ଧ୍ୟାନ ଦିଅନ୍ତୁ।
-ସରିତା ମିଶ୍ର, କାଉନସିଲର,୯ନଂ. ଓ୍ବାର୍ଡ
କଳିରେ ବଳି ପଡ଼ିଗଲା ଉନ୍ନୟନ
ପୌରପରିଷଦ ଗଠନକୁ ବର୍ଷେ ବିତିଗଲା। ନୂଆ ପରିଷଦ ପରେ ସହରବାସୀଙ୍କ ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ଲୋକମାନେ ଆଶା ବାନ୍ଧିଥିଲେ। ହେଲେ ପ୍ରଶାସନ ଓ ନଗରପାଳଙ୍କ କଳିରେ ଉନ୍ନୟନ କାର୍ଯ୍ୟ ବଳି ପଡ଼ିଗଲା। ପଛୁଆ ରହିଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ଶେଷ କରାଯାଉ।
-ଭୂପେଶ ଚନ୍ଦ୍ର ପ୍ରଧାନ, ବୁଦ୍ଧିଜୀବୀ
କିଛି ବିବାଦ ନାହିଁ
ଆମ ମଧ୍ୟରେ ବାଦ ବିବାଦ ନାହିଁ। ପୌରପରିଷଦ କ’ଣ କରିଛି ଆମେ ଲେଖିକରି ଦେଇଦେବୁ। ତେବେ ବୈଠକ ୬ଥର କ’ଣ ୨ ଥର ହେଲେ ବି ଚଳିବ।
-ଅକ୍ଷୟ କୁମାର ସାମନ୍ତ, ନଗରପାଳ


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?