Posted inରାଜ୍ୟ

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା ସମୟରେ ମାମଲାର ସୁପରିଚାଳନା କରୁ ନ ଥିବାରୁ ଏହା ବୋଝ ସଦୃଶ ହେଉଛି। ଏହି ପରିପ୍ରେକ୍ଷୀରେ ଅଦାଲତି ମାମଲା ପୂର୍ତ୍ତ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପରିସ୍ଥିତି ଏପରି ହୋଇଛି ଯେ ବିଭାଗକୁ ଆଇନବିଭାଗର ପରାମର୍ଶ ନେବାପାଇଁ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରିବା ଆବଶ୍ୟକ ହୋଇପଡ଼ିଛି।
ଏସଂକ୍ରାନ୍ତରେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ ଆଇନ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ପତ୍ର ଲେଖି ଆଡ୍‌ଭୋକେଟ ଜେନେରାଲଙ୍କ ସମନ୍ବୟରେ ଏକ କର୍ମଶାଳା କରାଇବାକୁ ଅନୁରୋଧ କରିଛନ୍ତି। ଅତିରିକ୍ତ ସଚିବ ଏ ସଂକ୍ରାନ୍ତରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ଆଡ୍‌ଭୋକେଟ ଜେନେରାଲଙ୍କଠାରୁ ମାମଲାର ପ୍ରାପ୍ତି ସ୍ବୀକାର ପାଇବାରେ ବିଳମ୍ବ ହେଉଥିବାରୁ ଅଦାଲତି ମାମଲାରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏପରି କି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାର ତୁରନ୍ତ ପଦକ୍ଷେପ ନେଇପାରୁ ନାହାନ୍ତି। ରାଜ୍ୟର ସ୍ବାର୍ଥ ପାଇଁ ତୁରନ୍ତ ଅପିଲ୍‌ ଦାଖଲ କରିବା ଆବଶ୍ୟକ ହେଉଥିଲେ ମଧ୍ୟ ରିଟ୍‌ ଅପିଲ୍‌, ଏଲ୍‌ଏଏ ଓ ଆର୍‌ଏସ୍‌ଏ ମାମଲାରେ ବିଳମ୍ବ ହେଉଛି। ଏହାଦ୍ୱାରା ସରକାରଙ୍କ ବିରୋଧରେ ପ୍ରତିକୂଳ ଅଦାଲତି ଆଦେଶ ଆସୁଛି ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ୁଛି। ଆଡ୍‌ଭୋକେଟ୍‌ ଜେନେରାଲଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ମଧ୍ୟରେ ଫାଇଲ୍‌ ଆଦାନପ୍ରଦାନରେ ବିଳମ୍ବ ଓ ଲଜିଷ୍ଟିକ୍‌ ସମସ୍ୟା ଯୋଗୁ ବିଭାଗୀୟ ଅଧିକାରୀଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି। ଗୋଟିଏ ଲେଖାଏ ମାମଲାରେ ବାରମ୍ବାର ଓକିଲ ପରିବର୍ତ୍ତନ ହେବାରୁ ମାମଲାର ପୂର୍ବ ଇତିହାସ ଓ ତଥ୍ୟ ବୁଝିବାରେ ସମସ୍ୟା ହେଉଛି; ଯଦ୍ଦ୍ବାରା କି ସରକାରଙ୍କ ପକ୍ଷକୁ ଦୁର୍ବଳ କରୁଛି। ସେହିପରି ଆବଶ୍ୟକ ଇଣ୍ଟରଲୋକ୍ୟୁଟରି ଆବେଦନ (ଆଇଏ) ଦାଖଲ ହେବା ପରେ ମଧ୍ୟ ମାମଲାଗୁଡ଼ିକ ଶୁଣାଣି ପାଇଁ ତାଲିକାଭୁକ୍ତ ହେବାରେ ବିଳମ୍ବ ହେଉଛି। ଫଳରେ ସ୍ଥଗିତାଦେଶ ଦୀର୍ଘ ସମୟ ଧରି ବଳବତ୍ତର ରହୁଛି ଓ ସରକାରଙ୍କ ସ୍ବାର୍ଥ ପ୍ରଭାବିତ ହେଉଛି। ବିଶେଷକରି ଜମି ଓ ଜଙ୍ଗଲ ବିଭାଗ ସମ୍ପର୍କିତ ଜମି ଅଧିଗ୍ରହଣ ମାମଲାରେ ସିଭିଲ୍‌ ଡିପୋଜିଟ୍‌ ସମ୍ପର୍କିତ ପ୍ରକ୍ରିୟାଗତ ସମସ୍ୟା ରହିଛି। ଏହାର ତୁରନ୍ତ ସମାଧାନ ନ ହେଲେ ସରକାରଙ୍କ ଆର୍ଥିକ ଦାୟିତ୍ୱ ବଢ଼ିବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ସଚିବ ଆଇନ ବିଭାଗକୁ ଦର୍ଶାଇଛନ୍ତି।
ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୧ ଫେବୃଆରୀରେ ତତ୍କାଳୀନ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖି ନ୍ୟାୟିକ ମାମଲା ବୋଝ ହ୍ରାସ କରାଇବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଲିଟିଗେଶନ ମ୍ୟାନେଜମେଣ୍ଟ ସିଷ୍ଟମ(ଏଲ୍‌ଏମ୍‌ଏସ୍‌)କୁ ତ୍ୱରାନ୍ବିତ କରିବାକୁ କହିଥିଲେ। ମାତ୍ର ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡରେ ପ୍ରାୟ ୯ହଜାର ୩୫୧ ନ୍ୟାୟିକ ମାମଲା ରହିଥିଲା। ଏହାପରଠାରୁ ମାମଲା ବଢୁଥିଲେ ମଧ୍ୟ ସେସବୁକୁ ସୁପରିଚାଳନା କରାଯାଉ ନ ଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?