ନେତୃତ୍ୱ ନିଅନ୍ତୁ ଯୁବପିଢ଼ି

ଭୁବନେଶ୍ୱର, ୨୫।୧୧ (ବ୍ୟୁରୋ): ବିଶ୍ୱ ସମ୍ମୁଖରେ ବଡ଼ ଆହ୍ବାନ ଭାବେ ଉଭା ହୋଇଥିବା ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହେବା ଦରକାର। ଏ ଦିଗରେ ବିଶେଷକରି ଯୁବପିଢ଼ି ଆଗକୁ ଆସି ନେତୃତ୍ୱ ନେବାର ସମୟ ଉପନୀତ ବୋଲି ‘ଧରିତ୍ରୀ’ର ୪୮ତମ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ ବା ଯୁବ ସମ୍ମିଳନୀରେ ମତପ୍ରକାଶ ପାଇଛି।
ବୁଧବାର ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ‘କ୍ଲାଇମେଟ୍‌ ଚେଞ୍ଜ୍‌: ଫୋକସ୍‌ ଓଡ଼ିଶା’ ଶୀର୍ଷକ ସମ୍ମିଳନୀରେ ଦୁଇଟି ଅଧିବେଶନରେ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜଳବାୟୁ ପରିବର୍ତ୍ତନକୁ ନିଜେ କିପରି ଅନୁଭବ କରିଥିଲେ ସେ ନେଇ ବକ୍ତବ୍ୟ ରଖିଥିଲେ। ୨୦ ବର୍ଷରେ ଓଡ଼ିଶା ୯ଟି ବାତ୍ୟା ଦେଖିଥିବା ବେଳେ ଗତ ୩ ବର୍ଷରେ ୬ଟି ବାତ୍ୟା ଦେଖିଛି। କିନ୍ତୁ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସଫଳ ହୋଇପାରିଛୁ। ତେବେ କେବଳ ସରକାର ନୁହେଁ, ଜନସାଧାରଣଙ୍କ ସହଯୋଗ ନିହାତି ଲୋଡ଼ା। ବିପର୍ଯ୍ୟୟ ବେଳେ ସାଧାରଣତଃ ଦୁଇଟି ଶଦ୍ଦ ପୋଷ୍ୟ ଓ ପ୍ରଶମନ କଥା ଆଲୋଚନା ହୁଏ। ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ସାମିଲ ହେବା ଲାଗି ବ୍ୟକ୍ତିଗତ ସ୍ତରରୁ ସାମୂହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ଉନ୍ନୟନ କମିଶନର କହିଥିଲେ। ୟୁନିସେଫ୍‌ ଓଡ଼ିଶାର କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ମୋନିକା ଓ. ନେଲ୍‌ସନ କହିଥିଲେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶା ସମେତ ସମଗ୍ର ବିଶ୍ୱ ଉପରେ ପଡ଼ିଛି। ପପୁଆ ଆଣ୍ଡ୍‌ ନ୍ୟୁ ଗିନିରେ କାର୍ଯ୍ୟ କରୁଥିବା ସମୟରେ ସେଠାକାର ପିଲାମାନେ ଗୋଟିଏ ସ୍ଥାନରେ ପଢ଼ୁଥିଲେ। ବିପର୍ଯ୍ୟୟ ଯୋଗୁ କିଛି ଦିନ ପରେ ସେମାନେ ଆଉ ଗୋଟେ ସ୍ଥାନରେ ପଢ଼ୁଥିବା ସେ ଦେଖିବାକୁ ପାଇଥିଲେ। ସେହିଠାରୁ ସେ ଜଳବାୟୁ ପରିବର୍ତ୍ତନ କିଭଳି ପିଲାଙ୍କ ଉପରେ ପ୍ରଭାବ ପକାଇଥିଲା ତାହା ଅନୁଭବ କରିଥିଲେ। କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇ କମିଶନର ନିକ୍‌ ଲୋ କାର୍ଯ୍ୟକ୍ରମରେ ଭାଗନେଇ ‘ଧରିତ୍ରୀ’ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଯୁବପିଢ଼ି ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ଅସ୍ତରଙ୍ଗର ଯୁବ ପରିବେଶକର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ ଜଳବାୟୁ ପରିବର୍ତ୍ତନକୁ ନିଜ ଗାଁରୁ ଅନୁଭବ କରିଥିଲେ ବୋଲି ମତ ଦେଇଥିଲେ। ସେ କହିଥିଲେ, ଆମ ଗାଁ ନିକଟରେ ଥିବା ଦେବୀ ନଦୀରେ ପୂର୍ବରୁ ଅଲିଭ୍‌ ରିଡ୍‌ଲେ ସାମୂହିକ ଅଣ୍ଡାଦାନ କରିବାକୁ ଆସନ୍ତି। କିନ୍ତୁ ଗତ କିଛିବର୍ଷ ହେବ ବେଆଇନ ଟ୍ରଲର ଚଳାଚଳ ଯୋଗୁ ଏଠାରେ ପ୍ରତିବର୍ଷ ପ୍ରାୟ ୩୦ହଜାର ଅଲିଭ୍‌ ରିଡ୍‌ଲେଙ୍କର ମୃତ୍ୟୁ ଘଟୁଛି। ଯଦି ସେମାନଙ୍କ ସୁରକ୍ଷା ପାଇଁ ଆମେ ଚିନ୍ତା ନ କରିବା ତେବେ ଆଗକୁ ଏହି ମୁହାଣରେ ଆଉ ଅଲିଭ୍‌ ରିଡ୍‌ଲେ ଦେଖିବାକୁ ମିଳିବେ ନାହିଁ। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଉପୁଜୁଥିବା ସମସ୍ୟାଗୁଡ଼ିକୁ ଚିହ୍ନି ଏହିଭଳି ଛୋଟ ପଦକ୍ଷେପ ନେବା ପାଇଁ ନେତୃତ୍ୱ ନିଆଯାଇପାରିଲେ, ଏଭଳି ଗମ୍ଭୀର ସଙ୍କଟକୁ ଏଡ଼ାଇ ଦିଆଯାଇପାରିବ।
ଦ୍ୱିତୀୟ ଅଧିବେଶନରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ଦିନକୁ ଦିନ ପରିବେଶରେ ଅତ୍ୟଧିକ କାର୍ବନ ଫୁଟ୍‌ପ୍ରିଣ୍ଟ ବା ଅଙ୍ଗାରକାମ୍ଳ ଭାଗ ବଢ଼ୁଛି। ତାପଜ ବିଦ୍ୟୁତ୍‌ ଶକ୍ତି ଯୋଗୁ ଏହାର ମାତ୍ରା ବୃଦ୍ଧି ପାଉଛି। ଦୁଇଟି ଉପାୟରେ ମାଇକ୍ରୋ ଓ ମାକ୍ରୋ ସ୍ତରରେ ପଦକ୍ଷେପ ନିଆଗଲେ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଏ ଦିଗରେ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର, ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଏବଂ ଜଙ୍ଗଲ ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ କହିଥିଲେ। ଏଥିରେ ଓଡ଼ିଶାର ଜଳ ମାନବ ରଞ୍ଜନ କୁମାର ପଣ୍ଡା ଯୋଗଦେଇ କହିଥିଲେ, ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଜଳସ୍ତର ବୃଦ୍ଧି ପାଇ ସାତଭାୟା ସମେତ ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ଗାଁ ନିଶ୍ଚିହ୍ନ ହୋଇଗଲାଣି। ଅନ୍ୟପକ୍ଷରେ ପାଣିର ଗୁରୁତ୍ୱକୁ ଅନେକେ ହୃଦୟଙ୍ଗମ କରିପାରୁ ନାହାନ୍ତି। ଆଜିର ସମୟରେ ଶିକ୍ଷିତ ମୁର୍ଖଙ୍କ ସଂଖ୍ୟା ବଢ଼ିଚାଲିଛି। କୌଣସି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ ନ କରି ଉପରଠାଉରିଆ ଭାବେ ଦେଖାଯାଉଥିବାରୁ ସମସ୍ୟାର ଉଚିତ ସମାଧାନ କରାଯାଇପାରୁ ନାହିଁ। ତେଣୁ ଏବେଠାରୁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରାଯିବା ଦରକାର ବୋଲି ରଞ୍ଜନ କହିଛନ୍ତି। ଜାତିସଂଘ ଜଳବାୟୁ ପରିବର୍ତ୍ତନର ଯୁବପରାମର୍ଶଦାତା ଗୋଷ୍ଠୀର ସଦସ୍ୟ ଅର୍ଚ୍ଚନା ସୋରେଙ୍ଗ କହିଥିଲେ, ଜଳବାୟୁ ପରିବର୍ତ୍ତନ ଲଢ଼େଇ ପାଇଁ ଯେଉଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି, ସେଥିରେ ଯୁବପିଢ଼ି ବିଶେଷକରି ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ। ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ସୂତ୍ରଧର ପାଲଟିଲେଣି। ବର୍ତ୍ତମାନ ଆମେ ଏକାଠି ହୋଇ କାମ କରିବାର ସମୟ ଆସିଛି। ପରମ୍ପରାକୁ ବଜାୟ ରଖି ପଦକ୍ଷେପ ନିଆଗଲେ ଆମ୍ଭେମାନେ ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ କମାଇବାରେ ସଫଳ ହୋଇପାରିବା। ଏକ ଉଦାହରଣ ଦେଇ ସେ କହିଥିଲେ, ଆଦିବାସୀଙ୍କ ଜୀବନଚର୍ଯ୍ୟାରେ ଜଙ୍ଗଲର ପ୍ରମୁଖ ଭୂମିକା ରହିଥିଲା। ଏବର ପିଢ଼ି ବାଉଁଶ ଦାନ୍ତକାଠି ଜାଣି ପାରୁନାହାନ୍ତି। ପ୍ଲାଷ୍ଟିକ ବ୍ରଶ୍‌ରେ ଦାନ୍ତ ଘଷୁଥିବା ଲୋକଙ୍କୁ ଯଦି ବିକଳ୍ପ ଭାବେ ବାଉଁଶ କାଠିରେ ଦାନ୍ତ ଘଷିବାକୁ କୁହାଯାଏ ଏବଂ ତାହାକୁ ସବୁଜ ପରିବର୍ତ୍ତନର ଆଖ୍ୟା ଦିଆଯାଏ, ତେବେ ସେଥିରେ କିଛି ନୂତନତ୍ୱ ରହିଛି ବୋଲି କୁହାଯାଇ ପାରିବ ନାହିଁ। କାରଣ ଆଗରୁ ଆମର ବାପା ଜେଜେବାପା ଜଙ୍ଗଲଜାତ ଦ୍ରବ୍ୟକୁ ନେଇ ବଞ୍ଚୁଥିଲେ। ଏହି ଅବସରରେ ସେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ମଞ୍ଚରେ ଭାଗ ନେଇ ଅର୍ଜନ କରିଥିବା ଅଭିଜ୍ଞତାକୁ ବଖାଣିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନକୁ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସମ୍ପାଦକ ସୁଜିତ ମହାପାତ୍ର ଏବଂ ଦ୍ୱିତୀୟ ଅଧିବେଶନକୁ ବରିଷ୍ଠ ମୁକ୍ତବୃତ୍ତି ସାମ୍ବାଦିକ ସମ୍ପଦ ପଟ୍ଟନାୟକ ସଞ୍ଚାଳନା କରିଥିଲେ। ଏଥିରେ ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନର ୧୦ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଜଳବାୟୁ ସଂକ୍ରାନ୍ତୀୟ ନିଜ ବ୍ୟକ୍ତିଗତ ଅଭିଜ୍ଞତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁମ୍ବାଇରୁ ଆସିଥିବା କବି ତଥା ଗୀତିକାର କାବିସ୍‌ ସେଠ୍‌ ସ୍ବରଚିତ କବିତା ଆବୃତ୍ତି କରିବା ସହ ସଙ୍ଗୀତ ପରିବେଷଣ କରିଥିଲେ। ସମ୍ମିଳନୀରେ ସ୍ନେହାଶିଷ ଦାସ ଓ ଶାଶ୍ୱତ ପତିଙ୍କ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରାଯାଇଥିଲା। ‘ଫ୍ରାଇଡେ୍‌ଜ୍‌ ଫର୍‌ ଫ୍ୟୁଚର’ ଓଡ଼ିଶା ଶାଖାର ସଦସ୍ୟଙ୍କ ଦ୍ୱାରା ନୃତ୍ୟାଭିନୟ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେଇ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପାଦକ ତଥାଗତ ସତପଥୀ କହିଥିଲେ, ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ‘ଧରିତ୍ରୀ’ ଗୁଣ୍ଡୁଚି ମୂଷା ଭୂମିକା ନିର୍ବାହ କରୁଛି। ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଅତିଥିମାନଙ୍କୁ ମେମେଣ୍ଟୋ ଏବଂ ଯୁବବକ୍ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଶୋଭନା ମିଶ୍ର ସଂଯୋଜନା କରିଥିଲେ।
ଏହି ଯୁବ ସମ୍ମିଳନୀର ଓଡ଼ିଶା ଖଣି ନିଗମ(ଓଏମ୍‌ସି) ମୁଖ୍ୟ ପ୍ରାୟୋଜକ ଥିବା ବେଳେ ‘ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍‌’, ‘ଜେଏସ୍‌ଡବ୍ଲ୍ୟୁ’, ‘ ଜିନ୍ଦଲ ପାନ୍ଥର’ ଓ ‘ବେଦାନ୍ତ’ ସହକାରୀ ପ୍ରାୟୋଜକ ଥିଲେ। ସେହିପରି କୋଲକାତା ସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନ, ବକୁଳ ଫାଉଣ୍ଡେଶନ, ଓ୍ବାଟର ଇନିସିଏଟିଭ୍‌, ଓଡ଼ିଶା ପରିବେଶ କଂଗ୍ରେସ, ଫ୍ରାଇଡେ୍‌ଜ୍‌ ଫର୍‌ ଫ୍ୟୁଚର, ଓଡ଼ିଶା ଲୋକାଲ, ଓଡ଼ିଶା ପରିବେଶ ସମିତି ପାର୍ଟନର ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri