ପଳାଶୁଣୀରେ ଲକ୍ଷ୍ମୀନାରାୟଣ ମନ୍ଦିର ତୋରଣ

ଭୁବନେଶ୍ୱର,୧୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ରବିବାରଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଥିବାବେଳେ ଦୁର୍ଗାପୂଜା ପାଇଁ ଆୟୋଜକମାନେ ସେମାନଙ୍କ ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ରାଜଧାନୀର ଅନ୍ୟତମ ମଣ୍ଡପ ପଳାଶୁଣୀରେ ଏଥର ମଧ୍ୟପ୍ରଦେଶର ଲକ୍ଷ୍ମୀନାରାୟଣ ମନ୍ଦିର ଆକୃତିର ତୋରଣରେ ପୂଜା ପାଇବେ ମା’। ଏହାର ଉଚ୍ଚତା ଏବଂ ଓସାର ୫୦ଫୁଟ ରହିଛି। ମା’ଙ୍କ ମୂର୍ତ୍ତି ଓ ମେଢ଼ର ଉଚ୍ଚତା ୨୦ଫୁଟ ରହିବ। ଏଥିସହ ପାର୍ଶ୍ୱରେ ମଧ୍ୟ ଦେବଦେବୀଙ୍କ ମୂର୍ତ୍ତି ସ୍ଥାନ ପାଇବ। ଅଭିମନ୍ୟୁ ବେହେରା ଓ ୫ ସାଥୀ କାରିଗର ମୂର୍ତ୍ତି କାମରେ ଲାଗିପଡିଛନ୍ତି। ସେହିପରି କୋଲକାତାରୁ ୧୫ଜଣ କାରିଗର ତୋରଣ କାର୍ଯ୍ୟରେ ଲାଗିଛନ୍ତି। ଚଳିତ ବର୍ଷ ୨୫ ଲକ୍ଷର ବଜେଟ୍‌ ରହିଛି।
ଚିଲିକାର ମା’ ନାରାୟଣୀଙ୍କ ଆଜ୍ଞାମାଳ ଆଣି ଷଷ୍ଠୀ ପୂଜା ଆରମ୍ଭ ହୁଏ। ବିଲ୍ବବରଣ, କଳସ ପୂଜା, ସପ୍ତମୀରେ ଚକ୍ଷୁଦାନ, ପୂଜା, ଅଷ୍ଟମୀରେ ମା’ଙ୍କ ପାଖେ ଖେଚୁଡ଼ି ଭୋଗ କରି ୪ହଜାର ଭକ୍ତଙ୍କୁ ବଣ୍ଟାଯିବ। ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା ହେବ। ୧୦ଟି ସିସି କ୍ୟାମେରା ଲଗାଯିବ। ସେହିପରି ପୋଲିସ ମିତ୍ର ୩୦ଜଣ ଓ ସ୍ବେଚ୍ଛାସେବୀ ୧୦୦ଜଣ ନିୟୋଜିତ ରହିବେ। ମାଛ ମାର୍କେଟ୍‌ ପାଖେ ପାର୍କିଂର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ସାରେ ଭଜନ ସମାରୋହ ଓ ମେଲୋଡି କାର୍ଯ୍ୟକ୍ରମ ହେବ। ଦଶମୀରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ରାବଣପୋଡ଼ି ହେବ। ଶୃଙ୍ଖଳିତ ଭାବେ ପାରମ୍ପରିକ ବାଦ୍ୟ ସହ ରୂପାଲି ଛକ ପର୍ଯ୍ୟନ୍ତ ଭସାଣି ଯାତ୍ରା ହେବ। ସେଠାରୁ ଫେରି କୁଆଖାଇ ନଦୀସ୍ଥିତ ଅସ୍ଥାୟୀ ପୁଷ୍କରିଣୀରେ ମା’ଙ୍କୁ ବିସର୍ଜନ କରାଯିବ।

ରାଜଧାନୀର ଆବାହନ ମଣ୍ଡପ
୧୯୮୫ରୁ ପଳାଶୁଣୀ ହାଟରେ ୧୪ହଜାର ଟଙ୍କା ଖର୍ଚ୍ଚ କରାଯାଇ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ପଳାଶୁଣୀ ଦୁର୍ଗାପୂଜା ୩୯ ବର୍ଷରେ ପାଦ ଥାପିଛି। ରାଜଧାନୀରେ ଏହା ହେଉଛି ଆବାହନ ମଣ୍ଡପ। ଏଠାରୁ ଦର୍ଶନ ସାରି ଭକ୍ତମାନେ ଅନ୍ୟସବୁ ସ୍ଥାନକୁ ଯାଆନ୍ତି। ସବୁଥର ପରି ଏବର୍ଷ ମଧ୍ୟ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
– ପ୍ରଭାତ କୁମାର ପରିଡ଼ା, ସଭାପତି
ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ
ରାବଣପୋଡ଼ି ଏଥର ମୁଖ୍ୟ ଆକର୍ଷଣ ରହିବ। ପାଖାପାଖି ୪୦ ଫୁଟ୍‌ ଉଚ୍ଚର ରାବଣ ପ୍ରସ୍ତୁତ କରାଯିବ। ଏହି ସମୟରେ କିଭଳି କିଛି ଅସୁବିଧା ନ ହେବ ସେ ନେଇ ଧ୍ୟାନ ଦିଆଯାଇଛି। ଶୃଙ୍ଖଳାର ସହ ଏହି କାର୍ଯ୍ୟ ସମାପନ ହେବା ନେଇ କମିଟି ପକ୍ଷରୁ ପ୍ରୟାସ କରାଯାଉଛି।
-ରମେଶ ସାହୁ, ଉପସଭାପତି
ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ସୁରକ୍ଷା ବ୍ୟବସ୍ଥା ନେଇ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏବେ ଖରା ମଧ୍ୟ ରହୁଛି। ତେଣୁ ଲୋକମାନେ କିଭଳି ସୁରୁଖୁରୁରେ ଦର୍ଶନ କରିବେ ତାହାକୁ ଆମେ ପ୍ରାଧାନ୍ୟ ଦେଉଛୁ। ଧାଡ଼ିରେ ଆସି ଲୋକମାନେ ମା’ଙ୍କ ପୂଜା କରିବେ। ବରିଷ୍ଠ ନାଗରିକ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଦୃଷ୍ଟି ରହିବ।
-ଅଶୋକ କୁମାର ସାହୁ, ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri