ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ ବନ୍ୟାଜଳ ଜନସାଧାରଣଙ୍କୁ ପ୍ରଭାବିତ କରିଛି। ସିମୁଳିଆ ବ୍ଲକ ଜାମୁଝାଡି ନିକଟସ୍ଥ ଶଙ୍ଖପୋଲ ବାରୁଣୀ ନିକଟରେ ଥିବା କାଂଶବାଂଶର ଜଳପତ୍ତନ ବିପଦ ସଂକେତ ୭.୫୦ ମିଟର ରହିଥିବା ବେଳେ ଶୁକ୍ରବାର ଏହା ୭.୨୮ମି.ରେ ପ୍ରବାହିତ ହେଉଥିଲା। ଶନିବାର ବୃଦ୍ଧ ପାଇ ୭.୬୫ମି. ଅର୍ଥାତ ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି।

ଏନେଇ ନଦୀ ଉପକୂଳବର୍ତ୍ତୀ ବାଉରିପଦା ପଞ୍ଚାୟତର ବାଉରିପଦା, ସଇଗାଁ, ପଣ୍ଡୁ, ନିଶ୍ଚନ୍ତା, କୁରୁକୁରୁଆ, ଆନନ୍ଦପୁର ପଞ୍ଚାୟତର ଆନନ୍ଦପୁର, ମହମ୍ମଦପୁର, ଅଜିପୁର, ଜାମୁଝାଡି ପଞ୍ଚାୟତର ପାଟୁଳୀ, ଗୋପାଳପୁର, ନହରପଦା, ଦୀପ, ବାଟୀ ପଞ୍ଚାୟତର ଆଙ୍କୁଲା, କବୀରପୁର, ହରସିଂହପୁର, ଚାଲୁଣୀଗାଁ ପଞ୍ଚାୟତର କହ୍ନେଇବାଙ୍କ, ବାଇଁଶୀବାଟୀ, ମଙ୍ଗରାଜପୁର, କ୍ଷୀରକୋଣା ପଞ୍ଚାୟତର ନରଣପୁର, ମଳିକସାହି, ରାମପୁର ଆଦି ପଞ୍ଚାୟତ ପାଣି ଘେରରେ ରହିଛି ।

ପଣ୍ଡୁ ଅଞ୍ଚଳର କିଶୋର ଚନ୍ଦ୍ର ମହାକୁଡ କହନ୍ତି, ଗତ ରାତି ପ୍ରାୟ ୨ଟାରେ ହଠାତ୍‌ ଗାଁରେ ପାଣି ପଶିବା ଆରମ୍ଭ ହୋଇଥିଲା ା ସକାଳେ ଗାଁ ରାସ୍ତାରେ ୩ଫୁଟ ପାଣି ବଢ଼ିଯିବା ଯୋଗୁ ଲୋକଙ୍କ ଘରେ ପାଣି ପଶିଛି। ଫଳରେ ଲୋକ ଗାଁ ସ୍କୁଲରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଚୁଡା ବଣ୍ଟନ କରାଯାଇଛି। ବାଉରିପଦା ଗାଁ ମଧ୍ୟରେ ପାଣିସୁଅ ଚାଲିବା ଯୋଗୁ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପାଣିରେ ବୁଡିଯାଇଛି। ଫଳରେ ବିଦ୍ୟୁତ ସରବରାହ ବନ୍ଧ ରହିଥିବା ସମିତିସଭ୍ୟ ଗଜେନ୍ଦ୍ର ସେଠି ସୂଚନା ଦେଇଛନ୍ତି।

ଜଳସ୍ତର ବୃଦ୍ଧି ଯୋଗୁ ସିମୁଳିଆ ବ୍ଲକର ବିଭିନ୍ନ ଅଙ୍ଗନୱାଡି ସମେତ ସାଇଦୁଃଖି ସଙ୍ଖାଳୀ ହାଇସ୍କୁଲ, ବରିହା ୟୁଜିଏମଇ, ଆଶାମଣୀ ହାଇସ୍କୁଲ, ବରବାଙ୍କ ପ୍ରାଥମିକ, ମାହେଶ୍ୱରୀ ସଂସ୍କୃତ ବିଦ୍ୟାଳୟ, ପାଟୁଳୀ ହାଇସ୍କୁଲ ଶନିବାର ବନ୍ଧ ରହିଥିଲା।

ନଦୀ ପତ୍ତନଠାରୁ ପ୍ରାୟ ୫ଫୁଟ ଉଚ୍ଚରେ ଥିବା ସାଇଦୁଃଖି ସଙ୍ଖାଳୀ ହାଇସ୍କୁଲରେ ଶୁକ୍ରବାର ରାତ୍ରୀରେ ପାଣି ପଶିବା ଆରମ୍ଭ ହୋଇଥିଲା। ଖବରପାଇ ଶିକ୍ଷକମାନେ ପହଞ୍ଚି ମଧ୍ୟାହ୍ନ ଚାଉଳ ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲେ। ହେଲେ ଏହା ସମ୍ଭବ ନ ହେବାରୁ ଚାଉଳ ପାଣିରେ ବୁଡି ନଷ୍ଟ ହୋଇଯାଇଥିବା ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଦିଲୀପ କୁମାର ରଥ ସୂଚନା ଦେଇଛନ୍ତି। ବିଧାୟକ ପଦ୍ମଲୋଚନ ପଣ୍ଡା ଶନିବାର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?