Posted inଜାତୀୟ

ନ୍ୟାଶନାଲ ଚାମ୍ପିୟନଙ୍କ ସହିତ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ: ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ବିବୃତ୍ତି ଏବଂ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ଶନିବାର ସେ ଜାତୀୟ ଚାମ୍ପିୟନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ଖେଳୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ଉଭୟ ଖେଳକୁ ବହୁତ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ’ଦୀର୍ଘ ସମୟ ପରେ ମୁଁ ଭାରତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ସଟ ଖେଳିବାରେ ସଫଳ ହେଲି।’

କେନ୍ଦ୍ର ମନ୍ତ୍ରୀ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ତିନି ହଜାରରୁ ଅଧିକ ୟୁଜର ଏହାକୁ ଲାଇକ ଆସିଥିବାବେଳେ ତିରିଶ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ବହୁ ସଂଖ୍ୟକ ୟୁଜର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି, ’ଆପଣ ଜଣେ ମହାନ ଖେଳାଳି ସାର୍‌, ଆପଣଙ୍କୁ ପୁନର୍ବାର କ୍ରୀଡ଼ା ମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛୁ। ଅନ୍ୟ ଜଣେ ଲେଖିଛନ୍ତି, ମହାନ ସାର୍‌। ଅନ୍ୟ ଜଣେ ଲେଖିଛନ୍ତି, ସାର୍‌ ଆପଣ ଜଣେ ପ୍ରକୃତ କ୍ରୀଡା ପ୍ରେମୀ ।

କିଛି ଦିନ ପୂର୍ବରୁ, କିରେନ ରିଜିଜୁ ମଧ୍ୟ ମୋରିଗାଓଁରେ ତାଙ୍କୁ ଦିଆଯାଇଥିବା ସୁସ୍ବାଦୁ ଆସାମୀୟ ରନ୍ଧା ଖାଦ୍ୟର ଏକ ଫଟୋ ଶେୟାର କରିଥିଲେ। ରିଜିଜୁ ତାଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ’ଏହା ହେଉଛି ପ୍ରକୃତ ଭାରତ .. ଆସାମର ମୋରିଗାଓଁରେ ଆମେ ପାରମ୍ପାରିକ ତିୱା ଖାଦ୍ୟ ଉପଭୋଗ କରିଥିଲୁ। ଅନେକ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଆମ ଆସାମ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଏପରି ସ୍ବାଦିଷ୍ଟ ସ୍ଥାନୀୟ ଖାଦ୍ୟ ଖାଇବା ଅତ୍ୟନ୍ତ ସନ୍ତୋଷଜନକ ।

ସୂଚନାଯୋଗ୍ୟ, ଶ୍ରୀଜା ଅକୁଲା, ଜାତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ। ସେ ହାଇଦ୍ରାବାଦର ମୂଳ ବାସିନ୍ଦା। ସେ ଗତ ବର୍ଷ ଏପ୍ରିଲରେ ଶିଲଂରେ ନିଜର ପ୍ରଥମ ଜାତୀୟ ଟାଇଟଲ ଜିତିବା ପରେ ବର୍ମିଂହାମରେ ନିଜ ଦେଶ ପାଇଁ ମିଶ୍ରିତ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?