Posted inଜାତୀୟ

ନ୍ୟାଶନାଲ ଚାମ୍ପିୟନଙ୍କ ସହିତ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ: ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ବିବୃତ୍ତି ଏବଂ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ଶନିବାର ସେ ଜାତୀୟ ଚାମ୍ପିୟନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ଖେଳୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ, ଉଭୟ ଖେଳକୁ ବହୁତ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ’ଦୀର୍ଘ ସମୟ ପରେ ମୁଁ ଭାରତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ସଟ ଖେଳିବାରେ ସଫଳ ହେଲି।’

କେନ୍ଦ୍ର ମନ୍ତ୍ରୀ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ତିନି ହଜାରରୁ ଅଧିକ ୟୁଜର ଏହାକୁ ଲାଇକ ଆସିଥିବାବେଳେ ତିରିଶ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ବହୁ ସଂଖ୍ୟକ ୟୁଜର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି, ’ଆପଣ ଜଣେ ମହାନ ଖେଳାଳି ସାର୍‌, ଆପଣଙ୍କୁ ପୁନର୍ବାର କ୍ରୀଡ଼ା ମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛୁ। ଅନ୍ୟ ଜଣେ ଲେଖିଛନ୍ତି, ମହାନ ସାର୍‌। ଅନ୍ୟ ଜଣେ ଲେଖିଛନ୍ତି, ସାର୍‌ ଆପଣ ଜଣେ ପ୍ରକୃତ କ୍ରୀଡା ପ୍ରେମୀ ।

କିଛି ଦିନ ପୂର୍ବରୁ, କିରେନ ରିଜିଜୁ ମଧ୍ୟ ମୋରିଗାଓଁରେ ତାଙ୍କୁ ଦିଆଯାଇଥିବା ସୁସ୍ବାଦୁ ଆସାମୀୟ ରନ୍ଧା ଖାଦ୍ୟର ଏକ ଫଟୋ ଶେୟାର କରିଥିଲେ। ରିଜିଜୁ ତାଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ’ଏହା ହେଉଛି ପ୍ରକୃତ ଭାରତ .. ଆସାମର ମୋରିଗାଓଁରେ ଆମେ ପାରମ୍ପାରିକ ତିୱା ଖାଦ୍ୟ ଉପଭୋଗ କରିଥିଲୁ। ଅନେକ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଆମ ଆସାମ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଏପରି ସ୍ବାଦିଷ୍ଟ ସ୍ଥାନୀୟ ଖାଦ୍ୟ ଖାଇବା ଅତ୍ୟନ୍ତ ସନ୍ତୋଷଜନକ ।

ସୂଚନାଯୋଗ୍ୟ, ଶ୍ରୀଜା ଅକୁଲା, ଜାତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ। ସେ ହାଇଦ୍ରାବାଦର ମୂଳ ବାସିନ୍ଦା। ସେ ଗତ ବର୍ଷ ଏପ୍ରିଲରେ ଶିଲଂରେ ନିଜର ପ୍ରଥମ ଜାତୀୟ ଟାଇଟଲ ଜିତିବା ପରେ ବର୍ମିଂହାମରେ ନିଜ ଦେଶ ପାଇଁ ମିଶ୍ରିତ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ଜିନ୍‌ପିଙ୍ଗ୍‌ଙ୍କ ସାମୁଦ୍ରିକ ଅଭିସନ୍ଧି

ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍‌ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ...

ମହାତ୍ମା ଗାନ୍ଧୀଙ୍କୁ ଆମେରିକା ଦେବ ସର୍ବୋଚ୍ଚ ନାଗରିକ ସମ୍ମାନ!

ନ୍ୟୁୟର୍କ/ନୂଆଦିଲ୍ଲୀ,୧୪ ।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି...

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୭୯୩...

ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି...

ୟୁପିରେ ପୁଣି ଯୋଗୀ ସରକାର: ବିଧାୟକ ଦଳର ନେତା ନିର୍ବାଚିତ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ସରକାର ଶାସନ କରିବେ। ଗୁରୁବାର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ...

ଆତ୍ମନିର୍ଭର ଭାରତ ନିର୍ମାଣରେ କୋଭିଡ୍‌ ଏକ ସୁଯୋଗ: ମୋଦି

କୋଲକାତା,୧୨ା୬(ପି.ଟି.):ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କୋଭିଡ୍‌-୧୯ ସଙ୍କଟକୁ ଏକ ସୁଯୋଗରେ ରୂପାନ୍ତରିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁରୁବାର ଭିଡିଓ କନ୍‌ଫରେନ୍ସ...

Advertisement
Archives

Model This Week