ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଗିରଫ

ନୀଳଗିରି, ୧୯।୩(ସ୍ବ.ପ୍ର.): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏନେଇ ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ବରହମ୍‌ପୁର ଥାନାରେ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରି ସ୍ବାମୀ ଦୀପ୍ତି କିଶୋର ବେହେରାଙ୍କୁ ଗିରଫ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
କପ୍ତିପଦା ଥାନା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତାଙ୍କୁ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ଦୀପ୍ତିକିଶୋର ବେହେରା ୩ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବାହାଘର ୬ମାସ ପରେ ଦୀପ୍ତିଙ୍କ ମା’ ବାପାଙ୍କ ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବି କରି ମାର୍‌ପିଟ୍‌ କରିଆସୁଥିଲେ। ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ବୈଠକ କରି ବୁଝାଶୁଝା କରିଥିଲେ। ଉକ୍ତ ଘଟଣା ବାରମ୍ବାର ହେବା ପରେ ଏନେଇ ଗତ ୨୦୨୦ ଜୁଲାଇ ୧୬ରେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଝିଅର ଭବିଷ୍ୟତକୁ ଲକ୍ଷ୍ୟ କରି ଉଭୟଙ୍କ ମଧ୍ୟରେ ଥାନାରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ବିରୋଧ କରିଥିଲେ ସବିତା। ଶୁକ୍ରବାର ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍‌ ହୋଇଥିଲା। ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାରପିଟ୍‌ ଯୋଗୁ ସବିତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ପ୍ରଶାନ୍ତ ମଣ୍ଡଳ ଶନିବାର ବରହମ୍‌ପୁର ଥାନାରେ ସ୍ବାମୀ ଦୀପ୍ତି କିଶୋର ବେହେରା, ଶାଶୁ କମଳା ବେହେରା, ମମତା ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭି ଜଗିବ ପୂଜାମଣ୍ଡପ

ଖୋର୍ଦ୍ଧା ଅଫିସ,୧୮।୯:  ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ପୂଜା ପାଇବେ ଜଗତ୍‌ଜନନୀ ମା’ଦୁର୍ଗା ଓ ଧନଲକ୍ଷ୍ମୀ। ଦୁଇବର୍ଷ ପରେ ବିନା କଟକଣାରେ ମା’ଙ୍କ ପୂଜାର୍ଚ୍ଚନା...

୩ରୁ ପଞ୍ଚାୟତ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ଆର.ଉଦୟଗିରି,୧ା୩(ଡି.ଏନ.ଏ.)-ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉ ନ ଥିବାରୁ...

ସଡ଼କ ଦୁର୍ଘଟଣା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଛଣପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି।...

ଛତିଶଗଡ଼ ଫେରିଯିବାକୁ ଜିଲାପାଳଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ

ରାଜନଗର,୧୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହାତିନା ଗ୍ରାମରେ ଇଟା ନିର୍ମାଣ ପାଇଁ ସୁଦୂର ଛତିଶଗଡ଼ ଚୁରେନ୍ଦ୍ରା ଜିଲାରେ ରାଜକୁମାର ବିଶ୍ୱକର୍ମା, ଲୀଳାବାଇ ଚୌହାନ୍‌, ସଂଗଲାଲ୍‌...

ଜିଲାପାଳ,ଏସପି ଅଫିସ ବିଶୋଧନ ହେଲା

କେନ୍ଦୁଝର,୪।୪, (ସ୍ବ.ପ୍ର.) :କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ରେ ସାନିଟାଇଜେସନ କାମ ଜୋର ସୋର ରେ ଚାଲିଛି। ଶନିବାର ଜିଲାପାଳ, ଏସପି ଙ୍କ କାର୍ଯ୍ୟାଳୟ...

ଋଣଭାରରୁ ବର୍ତ୍ତିବା ପାଇଁ ମାଗିଲେ ଇଚ୍ଛା ମୃତ୍ୟୁ

ବିଞ୍ଝାରପୁର,୩ା୧୨(ଡି.ଏନ.ଏ.): ଦାରିଦ୍ର୍ୟର ତାଡ଼ନା ସାଙ୍ଗକୁ ଅସହ୍ୟ ଋଣଭାର ସହି ନ ପାରି ଜଣେ ଯୁବକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ...

୨୬ ନଂ. ଜାତୀୟ ରାଜପଥରେ ଅଟକୁଥିବା ଗାଡ଼ିରୁ ତେଲ ଚୋରି: ପୋଲିସ ପ୍ରଶାସନର ନିଷ୍କ୍ରିୟତା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ପଟ୍ଟାଙ୍ଗୀ,୨୩।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମସ୍ତ...

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଗୋପାଳପୁର,୬ା୧(ଡି.ଏନ.ଏ.): ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ...

Advertisement
Archives

Model This Week