ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା। ପୋଲିସ ପୀଡ଼ିତାଙ୍କୁ ସୀମାଚଳମ୍‌ରୁ ଶୁକ୍ରବାର ଉଦ୍ଧାର କରିଥିବାବେଳେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଡୁମୂଳା ଗ୍ରାମର ପି. ସରୋଜ କୁମାର ପ୍ରଧାନ (୩୫)। ପୋଲିସ ଉକ୍ତ ଲଜିଂରୁ ଏକ ଗ୍ଲାସ୍‌ ଓ ଟ୍ରେନ୍‌ ଟିକେଟ ଜବତ କରିଛି। ଉଦ୍ଧାର ପରେ ବ୍ରହ୍ମପୁର ବଡ଼ବଜାର ଥାନାରେ ଧାରା ୧୬୧ରେ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୀଡ଼ିତା ଛାତ୍ରୀଙ୍କୁ ସରୋଜ ଖାଦ୍ୟ ଓ ପାନୀୟରେ ନିଶା ମିଶାଇ ଦେଇଥିଲେ। ସେ ଅଚେତ ହୋଇଯିବା ପରେ ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଉଭୟ ପୀଡ଼ିତା ଓ ବଳାତ୍କାରୀଙ୍କ ଡାକ୍ତରୀମାଇନା କରାଯାଇଛି। ମାମଲା ନମ୍ବର ୮୦/୨୩ରେ ସରୋଜଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଲଜିଂରୁ ପୋଲିସ ଜବତ କରିଥିବା ଗ୍ଲାସ୍‌ ଓ ବସ୍ତ୍ରର ସାଇଣ୍ଟିଫିକ୍‌ ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ଗତ ୧୬ ତାରିଖରେ ଜଣେ ଯୁକ୍ତ ୨ ଛାତ୍ରୀ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ତାଙ୍କୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୮୦/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ କରିଥିଲା। ଶୁକ୍ରବାର ସକାଳେ ପୀଡ଼ିତା ଜଣଙ୍କ କୌଶଳକ୍ରମେ ଉକ୍ତ ଲଜିଂରୁ ତାଙ୍କ ଭାଇଙ୍କୁ ଘଟଣା ସମ୍ପର୍କରେ ଫୋନ୍‌ କରି ଜଣାଇଥିଲେ। ପରେ ପୋଲିସ ଓ ଛାତ୍ରୀଙ୍କ ପରିବାର ସୀମାଚଳମ୍‌ରେ ପହଞ୍ଚିଥିଲେ। ପୋଲିସ ପୀଡ଼ିତାଙ୍କୁ ସେଠାରୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର...

କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା

କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ...

ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ...

୫ ବର୍ଷର ଶିଶୁକୁ ଝୁଣି ମାରିଲେ କୁକୁରପଲ

କୋକସରା,୨୪।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଖୁଣ୍ଟିଆ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଏକ ୫ ବର୍ଷର ଶିଶୁକୁ କୁକୁରପଲ ଗୋଡ଼ାଇ ଗୋଡ଼ାଇ...

ବିଜେଡି ଦଖଲରେ ପଦ୍ମପୁର ‘କ’ ଜିଲାପରିଷଦ ଜୋନ

ପଦ୍ମପୁର, ୨୭।୨(ଡି.ଏନ୍‌.ଏ.): ରାୟଗଡା ଜିଲା ପଦ୍ମପୁର ବ୍ଲକର ‘କ’ ଜୋନ୍‌ରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଡର୍‌ଗିନ୍‌ ଶବର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର...

ଗଞ୍ଜାମ ସହରରେ କରୋନା ସ୍ଥିତି ନିୟନ୍ତ୍ରଣ: ସୁସ୍ଥହାର ୯୩ %

ଗଞ୍ଜାମ,୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ମହାମାରୀ କରୋନା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସହରରେ ୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମାତ୍ର...

ଖଣିଜ ସମ୍ପଦ ଲୁଟୁଛନ୍ତି ମାଫିଆ

ଟିକିରି,୫।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ମାଳି ପର୍ବତ ଖଣିଜ ସମ୍ପଦରେ ଭରପୂର। ଏଠାରେ ବକ୍ସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଆଦି ଖଣିଜ ସମ୍ପଦ ରହିଛି। କୋଡ଼ିଙ୍ଗାମାଳି, ଶାଶୁବୋହୂମାଳିରେ...

Advertisement
Archives

Model This Week