Posted inଜାତୀୟ

ଗନ୍ଦେରବଲ ଆକ୍ରମଣ ପଛରେ ଲଶ୍କର

ଜମ୍ମୁ,୨୨ା୧୦: ଅନ୍ୟ ହିନ୍ଦୁ ମହିଳାଙ୍କ ଭଳି ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିଥିବା ରୁଚି ଅବରୋଲ ରବିବାର ସ୍ବାମୀଙ୍କ ଭିଡିଓ କଲ୍‌କୁ ଅପେକ୍ଷା କରିଥିଲେ। ଫୋନ୍‌ ଆସିଥିଲେ ସେ କରଓ୍ବା ଚଉଥ୍‌ ବ୍ରତ ଭାଙ୍ଗି ଖାଦ୍ୟ ଗ୍ରହଣ କରିଥାଆନ୍ତେ। କିନ୍ତୁ ଯେଉଁ କଲ୍‌ ଆସିଥିଲା, ତାହା ତାଙ୍କୁ ବିଧବା ସଜାଇଦେଲା। ‘ଶଶିଭୂଷଣ ଅବରୋଲ ଆଉ ନାହାନ୍ତି। ଗନ୍ଦେରବଲରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସେ ନିହତ ହୋଇଛନ୍ତି’ ବୋଲି ଖବର ମିଳିବା ପରେ ରୁଚିଙ୍କ ପାଦତଳୁ ମାଟି ଖସିଯାଇଥିଲା। ଆର୍କିଟେକ୍ଚରାଲ ଡିଜାଇନର ଶଶୀ ହେଉଛନ୍ତି ଶ୍ରୀନଗର-ଲେହ ଜାତୀୟ ରାଜପଥରେ ନିର୍ମାଣାଧୀନ ଟନେଲରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରୁ ଅନ୍ୟତମ।
ଟନେଲ ନିର୍ମାଣରେ ନିୟୋଜିତ ଟିମ୍‌ ରାତିରେ କାର୍ଯ୍ୟରୁ ନିଜ କ୍ୟାମ୍ପ୍‌କୁ ଫେରୁଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଜମ୍ମୁର ତାଲାବ ତିଲ୍ଲୋ ବାସଭବନରେ ସୋମବାର ସକାଳେ ରୁଚି ନିଜ ୩ ବର୍ଷୀୟା ଝିଅଙ୍କୁ ଧରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ କରଓ୍ବା ଚଉଥ୍‌ ଉପବାସ କରିବା ସହ ମନ୍ଦିରକୁ ଯାଉଥିଲି। ସନ୍ଧ୍ୟାରେ ତାଙ୍କ ସହ କଥା ହୋଇଥିଲି। କୌଣସି ପ୍ରକାର ବିପଦ ଥିବା ନେଇ ସେ କିଛି କହି ନ ଥିଲେ। କିଛି ସମୟ କଥା ହେବା ପରେ ଘରକୁ ଫେରି ପୁଣି କଲ୍‌ କରିଥିଲି। ସେ ଫୋନ୍‌ ଉଠାଇ ନ ଥିଲେ। ଏହା ପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ସେ କଲ୍‌ବ୍ୟାକ୍‌ କରିବେ ବୋଲି ଅପେକ୍ଷା କରିଥିଲି, କିନ୍ତୁ କଲ୍‌ ଆସି ନ ଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେହି କିଛି ଜଣାଇ ନ ଥିଲେ। ଟିଭି ଦେଖି ସ୍ବାମୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଲି’ ବୋଲି ରୁଚି କହିଛନ୍ତି।
ରୁଚିଙ୍କ ସମ୍ପର୍କୀୟା ନଣନ୍ଦ ଦିବ୍ୟା କହିଛନ୍ତି, ଭାଉଜ ଉପବାସ ଭାଙ୍ଗିବାକୁ ମନା କରିଦେଇଥିଲେ। ତାଙ୍କ ଜୀବନ ଛାରଖାର ହୋଇଗଲା। କରଓ୍ବା ଚଉଥ ପର୍ବ ଆମପାଇଁ ଏକ ବିପର୍ଯ୍ୟୟର ଦିବସ ପାଲଟିଗଲା। ଭୀରୁ ଆତଙ୍କବାଦୀଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଛନ୍ତି। ଶଶୀ ନିଜ ପରିବାରର ଜଣେ ମାତ୍ର ରୋଜଗାରିଆ ଥିଲେ। ସେ ଭାଉଜଙ୍କ ସହ ତାଙ୍କ ଝିଅ ଓ ଇଞ୍ଜିନିୟରିଂ ପଢ଼ୁଆ ପୁଅକୁ ଛାଡ଼ି ଚାଲିଗଲେ। ଶଶୀଙ୍କ ବାପା ପରିବାରକୁ ଆର୍ଥିକ ସହାୟତା ଓ ଝିଅ ଊର୍ବଶୀଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri