ଦାୟିତ୍ୱ, କର୍ତ୍ତବ୍ୟବୋଧ ଅଭାବ

ଅନୁଗୋଳ ଅଫିସ, ୧୮।୧୨ ଜିଲାର ମୁଖ୍ୟ ଚିକିତ୍ସାଳୟ। ରୋଗୀସେବା ପାଇଁ ଭଲ ଭିତ୍ତିଭୂମି ସହ ବିଭିନ୍ନ ବିଭାଗରେ ବିଶେଷଜ୍ଞ, ଡାକ୍ତର ରହିଛନ୍ତି ଏଠାରେ। ତେଣୁ ଉନ୍ନତ ଚିକିତ୍ସା ସୁବିଧା ପାଇବା ଆଶା, ବିଶ୍ୱାସ ରଖି ଅନୁଗୋଳ ଜିଲାର କୋଣ ଅନୁକୋଣରୁ ଦୈନିକ ଶତାଧିକ ରୋଗୀ ଆସୁଛନ୍ତି ଏହି ମେଡିକାଲକୁ। ପଡ଼ୋଶୀ ଦେବଗଡ଼, ଢେଙ୍କାନାଳ, ବୌଦ୍ଧ ଜିଲାର ସୀମାନ୍ତବର୍ତ୍ତୀ ଲୋକେ ମଧ୍ୟ ଅନୁଗୋଳ ଡାକ୍ତରଖାନା ଉପରେ ନିର୍ଭରଶୀଳ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ରୋଗୀସେବା ଚାଲିଥିବାବେଳେ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ପରିଚାଳକ ଦାୟିତ୍ୱରେ ରହିଛନ୍ତି। ହେଲେ ଦୁର୍ନୀତି ଅଭିଯୋଗ, ଚିକିତ୍ସାରେ ଅବହେଳା, ମେଡିକାଲ ସାମଗ୍ରୀ ଚୋରି, ଦଲାଲମାନଙ୍କ ଶୋଷଣ ସହ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବାରୁ ଏହି ମେଡିକାଲ ଅନେକ ସମୟରେ ବିବାଦରେ ଛନ୍ଦି ହେଉଛି। ନିର୍ମାଣାଧୀନ ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲ୍ଡିଂରୁ ପଡ଼ି ଗତ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପରିଚାଳନା ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଜଣେ ରୋଗୀ ଏହି ବିଲ୍ଡିଂ ଝରକା ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେତେବେଳେ ମଧ୍ୟ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ମାତ୍ର ମାସ କେଇଟା ନ ଯାଉଣୁ କୋଠା ଉପରୁ ପଡ଼ି ଜଣେ ରୋଗୀଙ୍କ ଜୀବନଯିବା କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ରୋଗୀ ସେବା କ୍ଷେତ୍ରରେ ଅଧିକାରୀମାନଙ୍କ ଆନ୍ତରିକତା, ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ଅଭାବରୁ ଏହି ଜିଲା ମୁଖ୍ୟ ଚିକିତ୍ସାଳୟ ଏପରି ବଦନାମ ମୁଣ୍ଡାଉଥିବା ଚର୍ଚ୍ଚା ହେଉଛି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ କଠୋର ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି।

ପ୍ରଶାସନ ତାଗିଦ କରୁ
ମେଡିକାଲରେ ପରିଚାଳନାଗତ ତ୍ରୁଟି ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ତଦାରଖ ଦାୟିତ୍ୱରେ ଥିବା ପରିଚାଳକ କ’ଣ କରୁଛନ୍ତି,ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଏ ନେଇ ତୁରନ୍ତ ତାଗିଦ କରିବା ସହ ତ୍ରୁଟି ଦେଖିଲେ କାର୍ଯ୍ୟାନୁଷ୍ଠାନ ନେଉ।
-ସୋମନାଥ ରାଉତ, ସମ୍ପାଦକ, ଅନୁଗୋଳ ଓକିଲ ସଂଘ
କଡ଼ା ପଦକ୍ଷେପ ନିଆଯାଉ
ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯିବା ଚିନ୍ତାଜନକ। ରୋଗୀଙ୍କ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଆବଶ୍ୟକ। ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଗଲେ ଆଗକୁ ଏପରି ତ୍ରୁଟି ଦେଖିବାକୁ ମିଳିବ ନାହିଁ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ନିର୍ମାଣାଧୀନ ଗୃହରେ ରୋଗୀ ସେବା କାହିଁକି
ନିର୍ମାଣାଧୀନ କୋଠାରେ ରୋଗୀସେବା କେତେ ସୁରକ୍ଷିତ ସେ ନେଇ ଆଦୌ ଧ୍ୟାନ ଦିଆଯାଉ ନାହିଁ। ଚିକିତ୍ସା ସେବା ଯୋଗାଇ ଦେବା ନାମରେ ଯେଉଁଭଳି ଅବ୍ୟବସ୍ଥା କରାଯାଉଛି, ସେଥିରେ ସୁଧାର ନ ଆସିଲେ ରୋଗୀଙ୍କ ଧନ ଜୀବନ ଏପରି ବିପଦରେ ପଡ଼ୁଥିବ।
-ଅଭୟ ରାୟ, ବୁଦ୍ଧିଜୀବୀ

 

 


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?