ଦାୟିତ୍ୱ, କର୍ତ୍ତବ୍ୟବୋଧ ଅଭାବ

ଅନୁଗୋଳ ଅଫିସ, ୧୮।୧୨ ଜିଲାର ମୁଖ୍ୟ ଚିକିତ୍ସାଳୟ। ରୋଗୀସେବା ପାଇଁ ଭଲ ଭିତ୍ତିଭୂମି ସହ ବିଭିନ୍ନ ବିଭାଗରେ ବିଶେଷଜ୍ଞ, ଡାକ୍ତର ରହିଛନ୍ତି ଏଠାରେ। ତେଣୁ ଉନ୍ନତ ଚିକିତ୍ସା ସୁବିଧା ପାଇବା ଆଶା, ବିଶ୍ୱାସ ରଖି ଅନୁଗୋଳ ଜିଲାର କୋଣ ଅନୁକୋଣରୁ ଦୈନିକ ଶତାଧିକ ରୋଗୀ ଆସୁଛନ୍ତି ଏହି ମେଡିକାଲକୁ। ପଡ଼ୋଶୀ ଦେବଗଡ଼, ଢେଙ୍କାନାଳ, ବୌଦ୍ଧ ଜିଲାର ସୀମାନ୍ତବର୍ତ୍ତୀ ଲୋକେ ମଧ୍ୟ ଅନୁଗୋଳ ଡାକ୍ତରଖାନା ଉପରେ ନିର୍ଭରଶୀଳ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ରୋଗୀସେବା ଚାଲିଥିବାବେଳେ ପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ପରିଚାଳକ ଦାୟିତ୍ୱରେ ରହିଛନ୍ତି। ହେଲେ ଦୁର୍ନୀତି ଅଭିଯୋଗ, ଚିକିତ୍ସାରେ ଅବହେଳା, ମେଡିକାଲ ସାମଗ୍ରୀ ଚୋରି, ଦଲାଲମାନଙ୍କ ଶୋଷଣ ସହ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବାରୁ ଏହି ମେଡିକାଲ ଅନେକ ସମୟରେ ବିବାଦରେ ଛନ୍ଦି ହେଉଛି। ନିର୍ମାଣାଧୀନ ଶହେ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲ୍ଡିଂରୁ ପଡ଼ି ଗତ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପରିଚାଳନା ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଜଣେ ରୋଗୀ ଏହି ବିଲ୍ଡିଂ ଝରକା ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେତେବେଳେ ମଧ୍ୟ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ମାତ୍ର ମାସ କେଇଟା ନ ଯାଉଣୁ କୋଠା ଉପରୁ ପଡ଼ି ଜଣେ ରୋଗୀଙ୍କ ଜୀବନଯିବା କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ରୋଗୀ ସେବା କ୍ଷେତ୍ରରେ ଅଧିକାରୀମାନଙ୍କ ଆନ୍ତରିକତା, ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ଅଭାବରୁ ଏହି ଜିଲା ମୁଖ୍ୟ ଚିକିତ୍ସାଳୟ ଏପରି ବଦନାମ ମୁଣ୍ଡାଉଥିବା ଚର୍ଚ୍ଚା ହେଉଛି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ କଠୋର ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି।

ପ୍ରଶାସନ ତାଗିଦ କରୁ
ମେଡିକାଲରେ ପରିଚାଳନାଗତ ତ୍ରୁଟି ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ତଦାରଖ ଦାୟିତ୍ୱରେ ଥିବା ପରିଚାଳକ କ’ଣ କରୁଛନ୍ତି,ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଏ ନେଇ ତୁରନ୍ତ ତାଗିଦ କରିବା ସହ ତ୍ରୁଟି ଦେଖିଲେ କାର୍ଯ୍ୟାନୁଷ୍ଠାନ ନେଉ।
-ସୋମନାଥ ରାଉତ, ସମ୍ପାଦକ, ଅନୁଗୋଳ ଓକିଲ ସଂଘ
କଡ଼ା ପଦକ୍ଷେପ ନିଆଯାଉ
ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯିବା ଚିନ୍ତାଜନକ। ରୋଗୀଙ୍କ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଆବଶ୍ୟକ। ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଗଲେ ଆଗକୁ ଏପରି ତ୍ରୁଟି ଦେଖିବାକୁ ମିଳିବ ନାହିଁ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ନିର୍ମାଣାଧୀନ ଗୃହରେ ରୋଗୀ ସେବା କାହିଁକି
ନିର୍ମାଣାଧୀନ କୋଠାରେ ରୋଗୀସେବା କେତେ ସୁରକ୍ଷିତ ସେ ନେଇ ଆଦୌ ଧ୍ୟାନ ଦିଆଯାଉ ନାହିଁ। ଚିକିତ୍ସା ସେବା ଯୋଗାଇ ଦେବା ନାମରେ ଯେଉଁଭଳି ଅବ୍ୟବସ୍ଥା କରାଯାଉଛି, ସେଥିରେ ସୁଧାର ନ ଆସିଲେ ରୋଗୀଙ୍କ ଧନ ଜୀବନ ଏପରି ବିପଦରେ ପଡ଼ୁଥିବ।
-ଅଭୟ ରାୟ, ବୁଦ୍ଧିଜୀବୀ

 

 


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri