ପ୍ରୋତ୍ସାହନ ଅଭାବ: କଳାହାଣ୍ଡିରେ ତେନ୍ତୁଳି ବଜାର ବ୍ୟବସ୍ଥା ମାନ୍ଦା

ଭବାନୀପାଟଣା, ୬ା୫ (ଉତ୍ତମ କୁମାର ଦାଶ):ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି) ତଥା ରାଜ୍ୟ ସରକାର ତେନ୍ତୁଳି ସଂଗ୍ରହ ପାଇଁ ଯେତିକି ତତ୍ପରତା ଦେଖାଇବା କଥା ତାହା ନ ହେବା କାରଣରୁ କଳାହାଣ୍ଡି ଜିଲାର ହିତାଧିକାରୀ ବାହାରିଆ ବେପାରୀଙ୍କ ଉପରେ ନିର୍ଭରଶୀଳ ହେଉଛନ୍ତି। ଜିଲାର ତେନ୍ତୁଳି ସଂଗ୍ରହକାରୀ ଟିଡିସିସି ଦ୍ୱାରା ଯେଉଁଭଳି ଲାଭ ପାଇବା କଥା ତାହା ପାଉ ନ ଥିବା ଦେଖିବାକୁ ମିଳିଛି। ସାଧାରଣତଃ ପଛୁଆ ବର୍ଗର ଲୋକେ ବିଶେଷକରି ଆଦିବାସୀମାନେ ବଜାର ବ୍ୟବସ୍ଥା ସମ୍ପର୍କରେ ଜାଣିପାରନ୍ତି ନାହିଁ। ପୁରୁଷ ପୁରୁଷ ଧରି ଜୀବନ ଜୀବିକା ଉଦ୍ଦେଶ୍ୟରେ ତେନ୍ତୁଳି ଉପରେ ନିର୍ଭର କରିଆସୁଥିବା ପରିବାରଙ୍କୁ ଉଚିତ ପ୍ରାପ୍ୟ ନ ମିଳିବା ଉଦ୍‌ବେଗର କାରଣ ହୋଇଛି।
ଟିଡିସିସି କଳାହାଣ୍ଡିରେ ତେନ୍ତୁଳି କୁଇଣ୍ଟାଲ ପିଛା ୩୬ ଶହ ଟଙ୍କାରେ ସଂଗ୍ରହ କରୁଥିବା କୁହାଯାଇଛି। କିନ୍ତୁ ଗ୍ରାମାଞ୍ଚଳରେ କୁଇଣ୍ଟାଲ ପ୍ରତି ଦର ନିର୍ଦ୍ଧାରଣ କରି ବିକ୍ରି କରିବା ସହଜ ହେଉନାହିଁ। ତେଣୁ କିଏ କୁଇଣ୍ଟାଲ ପିଛା ଏକ ହଜାରରେ ବିକ୍ରି କରୁଛି ତ ଆଉ କିଏ ବଜାରରେ ବୁଲି ବୁଲି ଉଚ୍ଚା ଦରରେ ବିକିବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ତେନ୍ତୁଳିର ବଜାର ଦର ୪୦ରୁ ୫୦ଟଙ୍କା ହୋଇଥିବାରୁ ଟିଡିସିସି ଏଥର ତେନ୍ତୁଳି ସଂଗ୍ରହ କରୁନାହିଁ। ଟିଡିସିସି ଗୋଟିଏ କେ.ଜି. ତେନ୍ତୁଳି କ୍ରୟ କରି ନ ଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ଗତବର୍ଷ ଟିଡିସିସି ସିଧାସଳଖ ଏସ୍‌ଏଚ୍‌ଜି ମହିଳାଙ୍କ ଜରିଆରେ ତେନ୍ତୁଳି ସଂଗ୍ରହ ପ୍ରକ୍ରିୟା ଜାରି ରଖିଥିଲା। ଏସ୍‌ଏଚ୍‌ଜି ମହିଳା ତେନ୍ତୁଳି ସଂଗ୍ରହକାରୀଙ୍କ ସହ ଯୋଗସୂତ୍ର ରଖି ସଂଗୃହୀତ ତେନ୍ତୁଳିକୁ ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତୀ ସମୟରେ ଟିଡିସିସିକୁ ହସ୍ତାନ୍ତର କରିଥାନ୍ତି। ଏହି କାର୍ଯ୍ୟ ପାଇଁ ସେମାନେ କୁଇଣ୍ଟାଲ ପିଛା ୭୨ ଟଙ୍କା ଟିଡିସିସିଠାରୁ ପାଉଛନ୍ତି। ଅନ୍ୟପକ୍ଷରେ ତେନ୍ତୁଳି ସଂଗ୍ରହକାରୀ ଗତଥର ଟିଡିସିସିରୁ କୁଇଣ୍ଟାଲ ପିଛା ୩୬୦୦ ଟଙ୍କା ନିଜ ପ୍ରାପ୍ୟ ହିସାବରେ ନେଉଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲାରେ ଗତବର୍ଷ ଟିଡିସିସି ୯୬୬.୭୪ କୁଇଣ୍ଟାଲ ତେନ୍ତୁଳି କ୍ରୟ କରି ୩୪,୮୦,୨୬୪ ଟଙ୍କା ପ୍ରଦାନ କରିଥିବା କୁହାଯାଇଛି। ଜିଲାର ଲାଞ୍ଜିଗଡ, ଥୁଆମୂଳ ରାମପୁର ଓ ଏମ୍‌ ରାମପୁର ବ୍ଲକରେ ତେନ୍ତୁଳିର ଚାହିଦା ବେଶୀ। ଶାଳ ମଞ୍ଜି ଭଳି ତେନ୍ତୁଳି ମଧ୍ୟ ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଅଧିବାସୀଙ୍କ ପାଇଁ ଲାଭପ୍ରଦ ହେଉଥିଲେ ସୁଦ୍ଧା ଉଚିତ ପ୍ରାପ୍ୟ ନ ପାଇ ଦଲାଲ ହାତରେ ତେନ୍ତୁଳିକୁ ଟେକି ଦେଉଛନ୍ତି। ଟିଡିସିସି ଜିଲାର ଲାଞ୍ଜିଗଡ, ଏମ୍‌. ରାମପୁର, ଥୁଆମୂଳ ରାମପୁର, ଭବାନୀପାଟଣା ଓ କଲମପୁର ଅଞ୍ଚଳକୁ ବାଦ ଦେଲେ ଅନ୍ୟ ବ୍ଲକରୁ ତେନ୍ତୁଳି ସଂଗ୍ରହ କରିବା ଜଣାପଡୁନାହିଁ। କୋକସରା ଭଳି କେତେକ ବ୍ଲକରେ ତେନ୍ତୁଳି ସଂଗ୍ରହ କରାଯାଉଥିଲେ ବି ଟିଡିସିସି ଏଥିପ୍ରତି ଧ୍ୟାନ ଦେଉନାହିଁ। ଗତବର୍ଷ ଦଲାଲମାନେ କିଲୋ ପିଛା ୧୫ଟଙ୍କା ଏବଂ ୫୦ କେଜି ବସ୍ତା ପିଛା ୮୦୦ ଟଙ୍କାରୁ କମ ମୂଲ୍ୟରେ ନେଇଥିବା ନଜିର ରହିଛି। ଜିଲାରେ ଟିଡିସିସି ଅଧୀନରେ ଥିବା ୫ ବ୍ଲକର ୩୨ ଏସ୍‌ଏଚ୍‌ଜି ମହିଳା କାମ କରୁଥିବାବେଳେ ଚଳିତ ବର୍ଷ ଟିଡିସିସି ହାତ ଯୋଡି ବସିଛି। ଜିଲାରେ ୧୦ ହଜାର କୁଇଣ୍ଟାଲ ତେନ୍ତୁଳି ସଂଗ୍ରହ ହୋଇପାରିବ ବୋଲି ଆଶା କରାଯାଉଛି। କିନ୍ତୁ ତେନ୍ତୁଳିକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ, ଯଦ୍ୱାରା ସଂଗୃହୀତ ତେନ୍ତୁଳିକୁ ସମ୍ବଲପୁର ଶୀତଳଭଣ୍ଡାରକୁ ପଠାଯାଉଛି। ଅନ୍‌ଲାଇନ ବଜାର ବ୍ୟବସ୍ଥା ଭିତ୍ତିରେ ଉକ୍ତ ତେନ୍ତୁଳି ବିକ୍ରିବଟା କରାଯାଉଛି। ଜିଲାରେ ଶୀତଳଭଣ୍ଡାର ବ୍ୟବସ୍ଥା ସହ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଟିଡିସିସି ଦ୍ୱାରା ଯୋଡି ଦିଆଗଲେ ସେମାନେ ଲାଭବାନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?