Posted inUncategorized

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ କରିଥିଲେ ମଧ୍ୟ ଦଳ ୨୯୫ ରନ୍‌ରେ ସୀମିତ ରହିଥିଲା। ଜବାବରେ ଭାରତ ମାତ୍ର ୪୧.୪ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

ଭାରତ ପକ୍ଷରୁ ବିରାଟ କୋହଲି ୧୩୯ ରନ୍‌ରେ ଅପରାଜିତ ରହିଥିବା ବେଳେ ଶୁବମନ ଗିଲ ମଧ୍ୟ ଶତକୀୟ ପାଳି ଖେଳିଥିଲେ। ରୋହିତ ଶର୍ମା ୩୫ ରନ କରି ଆଉଟ ହେବା ପରେ କୋହଲି ଓ ଗିଲ ଭାରତର ବିଜୟକୁ ସହଜ କରିଥିଲେ। ଏହି ମ୍ୟାଚ୍‌ରେ ଉଭୟ ବ୍ୟାଟର୍‌ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।
ସଚିନ ତେନ୍ଦୁଲକରଙ୍କ ପରେ ଦିନିକିଆ କ୍ରିକେଟ୍‌ରେ ୧୫,୦୦୦ ରନ ପୂରଣ କରିବାରେ ବିରାଟ କୋହଲି ବିଶ୍ୱର ଦ୍ୱିତୀୟ ବ୍ୟାଟର୍‌ ହୋଇଛନ୍ତି। କୋହଲି ୩୦୩ଟି ଇନିଂସରେ ଏହି ମାଇଲଷ୍ଟୋନ ଛୁଇଁଥିବାବେଳେ ସଚିନଙ୍କୁ ୩୭୭ଟି ଇନିଂସ ଲାଗିଥିଲା।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିବା ସହ କୋହଲି ଏକ ନୂଆ ରେକର୍ଡ କରିଛନ୍ତି। ଦିନିକିଆରେ ଦୁଇଟି ଭିନ୍ନ ଦଳ ବିପକ୍ଷରେ ୧୦ଟି ଲେଖାଏ ଶତକ ହାସଲ କରିବାରେ ସେ ପ୍ରଥମ ବ୍ୟାଟର୍‌ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ନାମରେ ୧୦ଟି ଲେଖାଏ ଶତକ ରହିଛି।

ଲିଷ୍ଟ-ଏ କ୍ରିକେଟ୍‌ଷର ସର୍ବାଧିକ ଶତକ ହାସଲ କରିବା ମାମଲାରେ କୋହଲି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଉଭୟଙ୍କ ନାମରେ ଏବେ ୬୦ଟି ଲେଖାଏ ଲିଷ୍ଟ-ଏ ଶତକ ରହିଛି।

ଭାରତୀୟ ମାଟିରେ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲିଙ୍କ ଶତକ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ମାମଲାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ସଚିନ ମଧ୍ୟ ଭାରତୀୟ ମାଟିରେ ୪୨ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ୯ଟି ଛକା ମାରିଥିଲେ। ଏହା ଗୋଟିଏ ଦିନିକିଆ ଇନିଂସରେ କୋହଲିଙ୍କ ସର୍ବାଧିକ ଛକା। ଏହି ମ୍ୟାଚ୍‌ରେ ସେ ନିଜର ବ୍ୟକ୍ତିଗତ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ବିରାଟ କୋହଲିଙ୍କ ସହ ଶୁବମନ ଗିଲ ମଧ୍ୟ ଏହି ମ୍ୟାଚ୍‌ରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି।

ଗିଲ ୨୦୨୬ରେ ଦିନିକିଆରେ ସର୍ବାଧିକ ରନ କରିଥିବା ବ୍ୟାଟର୍‌ ହୋଇଛନ୍ତି। ୯ଟି ଇନିଂସରୁ ତାଙ୍କ ନାମରେ ୬୭୧ ରନ ରହିଛି। ସେ ଜୋ ରୁଟକୁ ପଛରେ ପକାଇଛନ୍ତି, ଯିଏ ୯ଟି ଇନିଂସରେ ୫୭୩ ରନ କରିଛନ୍ତି।
ଗିଲ ମାତ୍ର ୬୭ଟି ଇନିଂସରେ ନିଜର ୧୦ମ ଦିନିକିଆ ଶତକ ହାସଲ କରିଛନ୍ତି। ଏହା ସହ ସେ ସବୁଠାରୁ କମ ଇନିଂସରେ ୧୦ଟି ଦିନିକିଆ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର୍‌ ହୋଇଛନ୍ତି। ଏହି ତାଲିକାରେ ଶିଖର ଧାୱନ ୭୭ଟି ଏବଂ ବିରାଟ କୋହଲି ୮୦ଟି ଇନିଂସ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?