Posted inଫୁରସତ

ଗୀତରେ ଭାଷା, ସଂସ୍କୃତିର ଜ୍ଞାନ

ଉତ୍ତରକାଶୀ: ଭାରତର ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ଏବଂ ଇତିହାସ ରହିଛି। ଉକ୍ତ ସ୍ବାତନ୍ତ୍ର୍ୟକୁ ନେଇ ରାଜ୍ୟ ସମୃଦ୍ଧ। ତେଣୁ ନିଜ ରାଜ୍ୟ ତଥା ପ୍ରଦେଶ ବିଷୟରେ ଜ୍ଞାନ ଆହରଣ କରିବା ସହ ସଂସ୍କୃତିର ବିକାଶ ଦିଗରେ ପ୍ରୟାସ କରିବା ସମସ୍ତଙ୍କ କର୍ତ୍ତବ୍ୟ। ଛାତ୍ରୀଛାତ୍ରଙ୍କୁ ଛୋଟବେଳୁ ଏହି ଜ୍ଞାନ ପ୍ରଦାନ ଲକ୍ଷ୍ୟ ନେଇ ଉତ୍ତରାଖଣ୍ଡର ସରକାରୀ ଶିକ୍ଷକମାନେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଗଡ୍‌ଓ୍ବାଲି ଗୀତ ମାଧ୍ୟମରେ ପିଲାଙ୍କୁ ରାଜ୍ୟର ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିବା ପାଇଁ ଏକ ଆଲ୍‌ବମ ପ୍ରସ୍ତୁତ କରିଛନ୍ତି। ଉତ୍ତରାଖଣ୍ଡର ଇତିହାସ ବିଷୟରେ ୧୪ଟି ଗୀତକୁ ନେଇ ଏହି ଆଲ୍‌ବମ ପ୍ରସ୍ତୁତ ହୋଇଛି। ଏସ୍‌ସିଇଆର୍‌ଟି(ଷ୍ଟେଟ୍‌ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ପକ୍ଷରୁ ନିକଟରେ ଏହି ଆଲ୍‌ବମକୁ ନିଜସ୍ବ ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମରେ ରିଲିଜ୍‌ କରାଯାଇଛି। ଏଭଳି ଏକ ନିଆରା ପ୍ରୟାସ ବିଷୟରେ ସରକାରୀ ଶିକ୍ଷକ ତଥା ସଙ୍ଗୀତକାର ନନ୍ଦକିଶୋର ହଟ୍‌ଓ୍ବାଲ କହିଛନ୍ତି, ଲୋକ ସଙ୍ଗୀତ ପ୍ରତ୍ୟେକ ବୟସର ଲୋକଙ୍କ ମଧ୍ୟରେ ଲୋକପ୍ରିୟ। ତେଣୁ ଏହା ମାଧ୍ୟମରେ ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଙ୍ଗୀତ ମାଧ୍ୟମରେ ଶିକ୍ଷା ପିଲାଙ୍କ ପାଇଁ ମଧ୍ୟ ସହଜ ଏବଂ ଉତ୍ସାହଜନକ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ଶିକ୍ଷକ ସମୂହ ପ୍ରାୟ ୨ବର୍ଷ ଧରି କାର୍ଯ୍ୟ କରିଥିଲେ। ପରେ ଚୟନ ହୋଇଥିବା ଶିକ୍ଷକମାନେ ସାଧାରଣ ଜ୍ଞାନ ଆଧାରିତ ବିଭିନ୍ନ ବିଷୟରେ ଗଡ୍‌ଓ୍ବାଲି ଗୀତ ପ୍ରସ୍ତୁତ କରିଥିଲେ। ଗୀତ ଗାଇଥିବା ଅନ୍ୟ ଜଣେ ଶିକ୍ଷକ ଓମ୍‌ ବଧାନି କହିଛନ୍ତି, ପ୍ରତ୍ୟେକ ଗୀତ ଭିନ୍ନ ଭିନ୍ନ ବିଷୟ ଉପରେ ଆଧାରିତ। ଗୀତଗୁଡ଼ିକ ରାଜ୍ୟର ଇତିହାସ, ବିଶିଷ୍ଟ ବ୍ୟକ୍ତିତ୍ୱ, ପର୍ଯ୍ୟଟନସ୍ଥଳୀ, ପର୍ବପର୍ବାଣି, ନଦୀ ଓ ପର୍ବତମାଳା ଆଦିକୁ ନେଇ ପ୍ରସ୍ତୁତ। ସେହିପରି ରାଜ୍ୟର ପ୍ରତୀକ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଆଦିକୁ ନେଇ ମଧ୍ୟ ଗୀତ ପ୍ରସ୍ତୁତ ହୋଇଛି। ଏହା ଖୁବ୍‌ଶୀଘ୍ର ରିଲିଜ୍‌ ହେବ ବୋଲି କୁହାଯାଇଛି। ଏହା ବ୍ୟତୀତ ପିଲାମାନେ ଏହାଦ୍ୱାରା ବିଭିନ୍ନ ସ୍ଥାନୀୟ ସଙ୍ଗୀତର ପ୍ରକାର, ଧୂନ୍‌, ପାରମ୍ପରିକ ବାଦ୍ୟଯନ୍ତ୍ର ବିଷୟରେ ମଧ୍ୟ ଜ୍ଞାନ ପାଇପାରିବେ। ଆଗାମୀ ଦିନରେ କୁମାୟୁନି ଏବଂ ଜୌନ୍‌ସାରି ଓ ବିଭିନ୍ନ ସ୍ଥାନୀୟ ଭାଷାରେ ମଧ୍ୟ ମ୍ୟୁଜିକ୍‌ ଆଲ୍‌ବମ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri