Posted inଫୁରସତ

ଶୈବାଳରୁ ଭବିଷ୍ୟତ ବାସଗୃହ

ନୂଆଦିଲ୍ଲୀ: ପ୍ରକୃତି ମଣିଷକୁ ସବୁକିଛି ଦେଇଛି। ଏହାକୁ ଠିକ୍‌ ଭାବେ ଠଉରାଇ ପାରୁଥିଲେ ପୂର୍ବପୁରୁଷମାନେ। ପ୍ରକୃତିଦତ୍ତ ସାମଗ୍ରୀକୁ ଠିକଣା ଭାବେ ବିନିଯୋଗ କରି ସେମାନେ ସୁଖଶାନ୍ତିରେ ରହୁଥିଲେ। ପିଢ଼ି ପରେ ପିଢ଼ି ଧରି ଏଗୁଡ଼ିକ ପାରମ୍ପରିକ ଭାବେ ବ୍ୟବହାର ହୋଇଆସୁଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଆଜି ବି ଦେଖିବାକୁ ମିଳେ ଏହାର ଛାପ। ଡେନ୍‌ମାର୍କର ‘ଲଇସୋ’ ଦ୍ୱୀପରେ ସାମୁଦ୍ରିକ ଶୈବାଳକୁ ବ୍ୟବହାର କରି ନିର୍ମିତ ହୋଇଥିବା ବାସଗୃହର ଛପର ଏହାର ଏକ ଉଦାହରଣ। ଘର ତିଆରିରେ ବ୍ୟବହୃତ ‘ଇଲ୍‌ଗ୍ରାସ୍‌’ର ବାୟୁ ବିଶୋଧକ ଏବଂ ଜଳ ପ୍ରତିରୋଧୀ କ୍ଷମତା ରହିଛି। ତାପ ନିୟନ୍ତ୍ରଣ କରିପାରୁଥିବାରୁ ଭବିଷ୍ୟତରେ ଏହାକୁ ବ୍ୟବହାର କରି ଘରର ଛାତ ନିର୍ମାଣ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ବିଶେଷଜ୍ଞ।
୨୦୧୬ରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା ୟୁରୋପର କ୍ଷୁଦ୍ର ଦେଶ ଡେନ୍‌ମାର୍କ। ପୃଥିବୀର ସବୁଠାରୁ ସୁଖୀ ଦେଶ ତାଲିକାରେ ଏହି ବର୍ଷ ଡେନ୍‌ମାର୍କ ଦଖଲ କରିଥିଲା ଶୀର୍ଷସ୍ଥାନ। ଦୁନିଆର କମ୍‌ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ଡେନ୍‌ମାର୍କର ସ୍ବତନ୍ତ୍ର ପରିଚୟ ରହିଛି। କେବଳ ଏତିକି ନୁହେଁ, ଖୁସ୍‌ମିଜାଜ ଚରିତ୍ର, ସ୍ବାଧୀନଚେତା ମନୋଭାବ ଏବଂ ଆର୍ଥିକ ସ୍ବାବଲମ୍ବୀ ହେବା ଡେନ୍‌ମାର୍କବାସୀଙ୍କ ଖୁସିର ରହସ୍ୟ, ଯାହା ବହୁ ପୂର୍ବରୁ ପ୍ରକାଶିତ ହୋଇସାରିଛି ଫୋର୍ବସ ରିପୋର୍ଟରେ। ତେବେ ସାମୁଦ୍ରିକ ଶୈବାଳକୁ ବ୍ୟବହାର କରି ନିର୍ମାଣ କରାଯାଉଥିବା ଘର ଛପର ‘ଲଇସୋ’ ସମେତ ଡେନମାର୍କର ଅନ୍ୟତମ ବେଞ୍ଚମାର୍କ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସପ୍ତଦଶ ଶତାବ୍ଦୀ ବେଳକୁ ‘ଲଇସୋ’ ଦ୍ୱୀପରେ ସାମୁଦ୍ରିକ ଶୈବାଳକୁ ବ୍ୟବହାର କରି ଘର ଛପର ଆରମ୍ଭ ହୋଇଥିଲା। ଏହାପଛରେ ଏକ କାରଣ ରହିଛି। ୧୭୦୦ ମସିହା ବେଳକୁ ‘ଲଇସୋ’ରେ ଲୁଣ ତିଆରି ଉଦ୍ୟୋଗ କାୟା ବିସ୍ତାର କଲା। ଲୁଣ ଚାଷ ପାଇଁ ଆବଶ୍ୟକ ଜମି ପ୍ରସ୍ତୁତି କରିବା ଲାଗି ବଳିପଡ଼ିଲେ ଅସଂଖ୍ୟ ଗଛ। ପରିଣାମ ସ୍ବରୂପ ଘର ନିର୍ମାଣ କରିବାକୁ କାଠର ଘୋର ଅଭାବ ଦେଖାଦେଲା। ତେଣୁ ବିକଳ୍ପ ସ୍ବରୂପ ସାମୁଦ୍ରିକ ଶୈବାଳରୁ ଘର ଛପର ତିଆରି କରିବା ଆରମ୍ଭ କଲେ ଲଇସୋବାସୀ। ଅନ୍ୟପଟେ ସମୁଦ୍ର ବି ଏହି ଦ୍ୱୀପ ପାଇଁ ବରଦାନ ସାବ୍ୟସ୍ତ ହେଲା। ଅନେକ ସମୟରେ ସମୁଦ୍ରରେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାପରେ ଖଣ୍ଡ ବିଖଣ୍ଡିତ ହୋଇ କୂଳକୁ ଆସି ଲାଗୁଥିଲା। ସେଠାରୁ ଲୋକମାନେ ଘରତିଆରି ପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରୁଥିଲେ। ଏଥିସହ ଘର ଛପର କରିବାକୁ ସେମାନେ ସହଜରେ ମିଳୁଥିବା ସାମୁଦ୍ରିକ ଶୈବାଳକୁ ଉପଯୋଗ କଲେ। ତେବେ ୧୯୨୦ରେ ଫିମ୍ପି ସଂକ୍ରମଣ ପରେ ଲୋକମାନେ ଘର ତିଆରିରେ ଶୈବାଳ ବ୍ୟବହାର କରିବା ଛାଡ଼ି ଦେଇଛନ୍ତି। ୧୮୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରେ ଏବେ ମାତ୍ର ୩୬ଟି ଶୈବାଳ ଛାତଯୁକ୍ତ ଘର ତିଷ୍ଠି ରହିଛି।
‘ଇଲ୍‌ଗ୍ରାସ୍‌’ ଶୈବାଳ ଅଗ୍ନି ପ୍ରତିରୋଧୀ। କୀଟପତଙ୍ଗ ଦ୍ୱାରା ମଧ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା କମ୍‌। କାର୍ବନ ଡାଇଅକ୍ସସାଇଡ୍‌କୁ ଶୋଷି ନେଉଥିବାରୁ ଏହା ବାୟୁ ବିଶୋଧକ ଭାବେ କାମ କରେ। ଅତ୍ୟଧିକ ମୋଟା ହୋଇଥିବାରୁ ଏହା ମଧ୍ୟ ଦେଇ ଘର ଭିତରକୁ ପାଣି ପଶିପାରେ ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଘରଗୁଡ଼ିକ ୫୦ ବର୍ଷ ପରେ ମରାମତି ଆବଶ୍ୟକ କରୁଥିବାବେଳେ ଶୈବାଳ ଛପରଯୁକ୍ତ ବାସଗୃହଗୁଡ଼ିକ ୧୦୦ ବର୍ଷ ଯାଏ ଅକ୍ଷତ ଅବସ୍ଥାରେ ରହିପାରେ। ‘ଲଇସୋ’ ଦ୍ୱୀପରେ ଥିବା ଏହି ଘରଗୁଡ଼ିକ ହାରାହାରି ୩୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ନିକଟରେ ଶୈବାଳ ବାସଗୃହଗୁଡ଼ିକ ବିକଶିତ ରାଷ୍ଟ୍ରର ଦୃଷ୍ଟି ଆକର୍ଷଣ କରିଛି। ଆମେରିକୀୟ ବାସ୍ତୁବିତ୍‌ କ୍ୟାଥେରିନ୍‌ ଲାର୍ସନ ଶୈବାଳ ଉପରେ ରିସର୍ଚ୍ଚ କରୁଛନ୍ତି। ଏହି ଟେକ୍‌ନିକ୍‌ ବ୍ୟବହାର କରି ଗ୍ଲୋବାଲ ଓ୍ବାର୍ମିଂକୁ ରୋକାଯାଇପାରିବ ବୋଲି ସେ ଦାବି କରିଛନ୍ତି।

ମହିଳାଙ୍କୁ ଶ୍ରେୟ
‘ଲଇସୋ’ ଦ୍ୱୀପର ଶୈବାଳ ଛାତର ଶ୍ରେୟ ସେଠାକାର ମହିଳାଙ୍କୁ ଦିଆଯାଏ। ଏଠାକାର ଅଧିବାସୀଙ୍କ ବୃତ୍ତି ହେଉଛି ମାଛ ଧରିବା। ପରିବାରର ପୁରୁଷ ସଦସ୍ୟମାନେ ସକାଳୁ ଡଙ୍ଗା ଧରି ସମୁଦ୍ରକୁ ଚାଲିଯାଉଥିଲେ। ଏହି ସମୟରେ ମହିଳାମାନେ ଘରକୁ ଅଧିକ ସୁଦୃଢ଼ କରିବାକୁ ବିଭିନ୍ନ ଉପାୟ ଖୋଜୁଥିଲେ। ୧୭ମ ଶତାବ୍ଦୀରେ ସେମାନଙ୍କ ନଜର ପଡ଼ିଥିଲା ସାମୁଦ୍ରିକ ବାତ୍ୟାରେ କୂଳରେ ଲାଗୁଥିବା ‘ଇଲ୍‌ଗ୍ରାସ୍‌’ ଉପରେ। ଏହାକୁ ସଂଗ୍ରହ କରିବା ପରେ ୬ମାସ ଧରି ଶୁଖାଯାଉଥିଲା। ଏହାପରେ ଏଗୁଡ଼ିକୁ ଛପର କରିବାରେ ବ୍ୟବହାର କରାଯାଉଥିଲା। ଗୋଟିଏ ଘରେ ଆନୁମାନିକ ୩୫ରୁ ୪୦ ଟନ୍‌ ଶୈବାଳ ବ୍ୟବହାର କରାଯାଇଛି। ଏହି କାର୍ଯ୍ୟରେ ୪୦ରୁ ୫୦ ଜଣ ମହିଳା ସାମୂହିକ ଭାବେ ନିୟୋଜିତ ହୋଇଥିବା ଯାଞ୍ଚ ବେଳେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?