ମଡେଲଙ୍କ ୟୁପିଏସ୍‌ସି ସଫଳତା

ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଐଶ୍ୱର୍ଯ୍ୟା ସୋରେନ୍‌। ୟୁପିଏସ୍‌ସି ପରୀକ୍ଷାରେ ମୋଟ ୮୨୯ ଜଣଙ୍କୁ ସଫଳତା ମିଳିଥିବାବେଳେ ଐଶ୍ୱର୍ଯ୍ୟାଙ୍କୁ ୯୩ ର଼୍ୟାଙ୍କ ମିଳିଛି। ପୂର୍ବତନ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟାଙ୍କ ହବି ହେଉଛି ମଡେଲିଂ କରିବା। କିନ୍ତୁ ତାଙ୍କ ସ୍ବପ୍ନ ଥିଲା ଆଇଏଏସ୍‌ ହେବା। ଶେଷରେ ତାଙ୍କ ଆଶା ପୂରଣ ହେବାକୁ ଯାଉଛି।
ଫେମିନା ମିସ୍‌ ଇଣ୍ଡିଆ ୨୦୧୬ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ୨୦୧୬ରେ କ୍ୟାମ୍ପସ୍‌ ପ୍ରିନ୍‌ସେସ୍‌ ଦିଲ୍ଲୀ ଓ ଫ୍ରେଶ୍‌ଫେସ୍‌ ଦିଲ୍ଲୀ ୨୦୧୫ର ବିଜେତା ହୋଇଥିଲେ। ମଡେଲିଂ କରିବା, ର଼୍ୟାମ୍ପ ଶୋ’ରେ ଭାଗନେବା ତାଙ୍କର ଏକ ହବି ଥିଲା। ସ୍କୁଲ ଓ କଲେଜରେ ସେ ନିଜକୁ ଜଣେ ଆକ୍ଟିଭ୍‌ ସଦସ୍ୟ ଭାବେ ପ୍ରତିପାଦନ କରିଥିଲେ। ତାଙ୍କ ବାପା ଭାରତୀୟ ସେନାର ଜଣେ କଲୋନେଲ। ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍‌ କମର୍ସରେ ଐଶ୍ୱର୍ଯ୍ୟା ଗ୍ରାଜୁଏଟ ପାସ୍‌ କରିଥିଲେ। ମଡେଲିଂ ସହ ନିଜର କ୍ୟାରିୟର ପ୍ରତି ସେ ବିଶେଷ ଧ୍ୟାନ ଦେଉଥିଲେ। ବ୍ୟାପକ ପ୍ରସ୍ତୁତି ପରେ ସେ ନିଜର ପ୍ରଥମ ପ୍ରେମକୁ ହାସଲ କରିବା ଦିଗରେ ଆଗେଇ ଚାଲିଲେ। ୨୦୧୯ ଅଗଷ୍ଟ ୪ରେ ସେ ଦେଇଥିବା ୟୁପିଏସ୍‌ସି ପରୀକ୍ଷାର ଫଳ ପ୍ରକାଶ ପାଇଲା। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ମହିଳାଙ୍କ ମଧ୍ୟରେ ପ୍ରତିଭା ବର୍ମା ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପୂର୍ବତନ ବିୟୁଟି କୁଇନ୍‌ ଐଶ୍ୱର୍ଯ୍ୟାଙ୍କୁ ମିଶାଇ ମୋଟ ୧୯୭ ମହିଳା ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଛନ୍ତି। କୌଣସି ଟ୍ୟୁଶନ ନ ହୋଇ ଦୃଢ଼ ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଦ୍ୱାରା ସେ ପ୍ରଥମ ଥର ଏହି ସର୍ବଭାରତୀୟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ୯୩ ର଼୍ୟାଙ୍କକୁ ନେଇ ସେ ନିଜର ଖୁସି ଜାହିର ମଧ୍ୟ କରିଛନ୍ତି। ରାଜସ୍ଥାନର ଏହି ଝିଅ ମହିଳା ସଶକ୍ତିକରଣର ବିଶେଷ ଆବଶ୍ୟକତା ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବେ ପଓ୍ବନ

ଭୋଜପୁରୀ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା ପୱନ ସିଂ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଜ୍ୟୋତିଙ୍କଠାରୁ ଛାଡପତ୍ର...

ହାଜର ହେଲେନି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହୀଙ୍କୁ ହାଜର...

ଡିଏସ୍‌ପି ଝିଅଙ୍କୁ ଇନ୍ସପେକ୍ଟର ବାପାଙ୍କ ସାଲ୍ୟୁଟ୍‌

ତିରୁପତି, ୫ା୧: ପୋଲିସର ଏକ ବୈଠକରେ ନିଜ ଡିଏସ୍‌ପି ଝିଅକୁ ଦେଖି ସଙ୍ଗେ ସଙ୍ଗେ ଛିଡ଼ା ହୋଇଯାଇଥିଲେ ଇନ୍ସପେକ୍ଟର ବାପା। ଉଚ୍ଚ ର଼୍ୟାଙ୍କ ଅଧିକାରୀ ହୋଇଥିବାରୁ...

ଇନଷ୍ଟାଗ୍ରାମରେ କାଜଲଙ୍କର ୧ କୋଟି ଫଲୋୟର୍ସ

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ। ତେବେ ନିକଟରେ ଅଭିନେତ୍ରୀ କାଜଲଙ୍କର ଇନଷ୍ଟାଗ୍ରାମ ଫଲୋୟର୍ସଙ୍କ ସଂଖ୍ୟା ୧ କୋଟି ଅତିକ୍ରମ...

କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି ହେଉ

ପ୍ରତିବର୍ଷ ଡିସେମ୍ବର ୨କୁ ଆନ୍ତର୍ଜାତିକ ଦାସତ୍ୱ ଉଚ୍ଛେଦ ଦିବସ ଭାବେ ପାଳନ କରାଯାଇଥାଏ। ମାନବ ଚାଲାଣ ରୋକିବା, ଶ୍ରମ, ବେଶ୍ୟାବୃତ୍ତି ଆଦି କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ...

ସ୍ବପ୍ନକୁ ନେଇ ରୋଚକ କଥା: ଯାହା ଅବିଶ୍ୱସନୀୟ ଲାଗିଲେ ବି ସତ…

ସାଧାରଣରେ କୁହାଯାଏ, ଯାହା ଆମେ ଚିନ୍ତାକରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ।...

ଏବେ ଗୋଟିଏ ନୁହେଁ, ଦୁଇ ପାଦରେ ଚାଲିବାର ସମୟ ଆସିଛି

ଆଜିକାଲି ସୋସିଆଲ ମିଡିଆରେ ବିହାରର ୧୦ ବର୍ଷୀୟା ଝିଅ ସୀମା ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ଗୋଡରେ ୧ କିମି ଚାଲି ଚାଲି ସେ ସ୍କୁଲ ଯିବା...

ଜିମ୍‌, ସୁଇମିଂପୁଲଠାରୁ ଆରମ୍ଭ କରି ମିନି ଥିଏଟର; ଦେଖନ୍ତୁ ଭିତରୁ କେତେ ଭବ୍ୟ ଅନିଲ କପୁରଙ୍କ ୨୦ କୋଟିର ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ କଳାକାରଙ୍କ ମଧ୍ୟରୁ ଅନିଲ କପୁର ଜଣେ। ଦୀର୍ଘ ୪୦ ବର୍ଷ ଧରି ସେ ସମସ୍ତଙ୍କ ମନୋରଞ୍ଜନ କରିଆସୁଛନ୍ତି। ନିଜ କ୍ୟାରିୟରରେ ଗୋଟିଏରୁ...

Advertisement
Archives

Model This Week