ମଡେଲଙ୍କ ୟୁପିଏସ୍‌ସି ସଫଳତା

ନୂଆଦିଲ୍ଲୀ: ଫେଶନ ଦୁନିଆରୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବା ଛୋଟ କଥା ନୁହେଁ। ନିଜ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁ ଚଳିତ ଥର ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଐଶ୍ୱର୍ଯ୍ୟା ସୋରେନ୍‌। ୟୁପିଏସ୍‌ସି ପରୀକ୍ଷାରେ ମୋଟ ୮୨୯ ଜଣଙ୍କୁ ସଫଳତା ମିଳିଥିବାବେଳେ ଐଶ୍ୱର୍ଯ୍ୟାଙ୍କୁ ୯୩ ର଼୍ୟାଙ୍କ ମିଳିଛି। ପୂର୍ବତନ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟାଙ୍କ ହବି ହେଉଛି ମଡେଲିଂ କରିବା। କିନ୍ତୁ ତାଙ୍କ ସ୍ବପ୍ନ ଥିଲା ଆଇଏଏସ୍‌ ହେବା। ଶେଷରେ ତାଙ୍କ ଆଶା ପୂରଣ ହେବାକୁ ଯାଉଛି।
ଫେମିନା ମିସ୍‌ ଇଣ୍ଡିଆ ୨୦୧୬ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ୨୦୧୬ରେ କ୍ୟାମ୍ପସ୍‌ ପ୍ରିନ୍‌ସେସ୍‌ ଦିଲ୍ଲୀ ଓ ଫ୍ରେଶ୍‌ଫେସ୍‌ ଦିଲ୍ଲୀ ୨୦୧୫ର ବିଜେତା ହୋଇଥିଲେ। ମଡେଲିଂ କରିବା, ର଼୍ୟାମ୍ପ ଶୋ’ରେ ଭାଗନେବା ତାଙ୍କର ଏକ ହବି ଥିଲା। ସ୍କୁଲ ଓ କଲେଜରେ ସେ ନିଜକୁ ଜଣେ ଆକ୍ଟିଭ୍‌ ସଦସ୍ୟ ଭାବେ ପ୍ରତିପାଦନ କରିଥିଲେ। ତାଙ୍କ ବାପା ଭାରତୀୟ ସେନାର ଜଣେ କଲୋନେଲ। ଦିଲ୍ଲୀର ଶ୍ରୀରାମ କଲେଜ ଅଫ୍‌ କମର୍ସରେ ଐଶ୍ୱର୍ଯ୍ୟା ଗ୍ରାଜୁଏଟ ପାସ୍‌ କରିଥିଲେ। ମଡେଲିଂ ସହ ନିଜର କ୍ୟାରିୟର ପ୍ରତି ସେ ବିଶେଷ ଧ୍ୟାନ ଦେଉଥିଲେ। ବ୍ୟାପକ ପ୍ରସ୍ତୁତି ପରେ ସେ ନିଜର ପ୍ରଥମ ପ୍ରେମକୁ ହାସଲ କରିବା ଦିଗରେ ଆଗେଇ ଚାଲିଲେ। ୨୦୧୯ ଅଗଷ୍ଟ ୪ରେ ସେ ଦେଇଥିବା ୟୁପିଏସ୍‌ସି ପରୀକ୍ଷାର ଫଳ ପ୍ରକାଶ ପାଇଲା। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ମହିଳାଙ୍କ ମଧ୍ୟରେ ପ୍ରତିଭା ବର୍ମା ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପୂର୍ବତନ ବିୟୁଟି କୁଇନ୍‌ ଐଶ୍ୱର୍ଯ୍ୟାଙ୍କୁ ମିଶାଇ ମୋଟ ୧୯୭ ମହିଳା ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଛନ୍ତି। କୌଣସି ଟ୍ୟୁଶନ ନ ହୋଇ ଦୃଢ଼ ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଦ୍ୱାରା ସେ ପ୍ରଥମ ଥର ଏହି ସର୍ବଭାରତୀୟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ୯୩ ର଼୍ୟାଙ୍କକୁ ନେଇ ସେ ନିଜର ଖୁସି ଜାହିର ମଧ୍ୟ କରିଛନ୍ତି। ରାଜସ୍ଥାନର ଏହି ଝିଅ ମହିଳା ସଶକ୍ତିକରଣର ବିଶେଷ ଆବଶ୍ୟକତା ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri