ଛତ୍ରପୁର,୯ା୯(ଡି.ଏନ୍.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍ ୪ ଗାଇଡ୍ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ବ୍ରହ୍ମପୁର ଗଞ୍ଜାମ, ଛତ୍ରପୁର, ବାଲୁଗାଁ ଷ୍ଟେଶନରେ ସ୍ପେଶାଲ ଟ୍ରେନ୍ ଫାଲ୍କନାମା, କୋଣାର୍କ ଏକ୍ସପ୍ରେସ ଟ୍ରେନ ଚଳାଚଳ ରହଣି ଉପରେ ରେଲଓ୍ବେ ବୋର୍ଡ ଚେୟାରମ୍ୟାନ୍ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି। ଏଥିସହ ବ୍ରହ୍ମପୁରରୁ ଭୁବନେଶ୍ୱର ଦୈନିକ ଯାତାୟାତ କରୁଥିବା ସ୍ପେଶାଲ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ ମଧ୍ୟ କରାଯାଇଛି। ବର୍ତ୍ତମାନ ଓଡ଼ିଶାର ଖୋର୍ଦ୍ଧା ଜିଲାରେ ଦୈନିକ ୧ ହଜାର କରୋନା ରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ଖୋର୍ଦ୍ଧା ଓ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ ଚଳାଚଳ ବାତିଲ କରାଯାଇନାହିଁ। ଏଥିରୁ ସ୍ପଷ୍ଟ ହୁଏ ରାଜ୍ୟ ଓ କେନ୍ଦ୍ର ସରକାର ଗଞ୍ଜାମ ଜିଲାପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଟ୍ରେନ ଚଳାଚଳ ସ୍ବାଭାବିକ ନ ହେବାରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଟ୍ରେନ ନ ଚଳାଇବାରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବାଧ୍ୟ ହୋଇ ବସ୍ରେ ସୁରଟ ଯାଉଥିବା ବେଳେ ଦୁର୍ଘଟଣା ହୋଇ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ରେଲଓ୍ବେ ବିଭାଗ ଓ ମୁଖ୍ୟ ଶାସନ ସଚିବ ଓଡ଼ିଶା ଓ ଗଞ୍ଜାମ ଜିଲାପାଳ ଦାୟୀ ଅଟନ୍ତି। ଉକ୍ତ ଜନସ୍ବାର୍ଥ ମାମଲାରେ ମାନ୍ୟବର ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇଛି ଯେ, ତୁରନ୍ତ ଟ୍ରେନ ଚଳାଚଳକୁ ଅନୁମତି ଏବଂ ବ୍ରହ୍ମପୁର, ଛତ୍ରପୁର ଗଞ୍ଜାମ, ବାଲୁଗାଁ ଷ୍ଟେଶନରେ ଟ୍ରେନ ରହଣି ପୂର୍ବ ଅନୁଯାୟୀ ରହୁ। ଏଥିରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଚେୟାରମ୍ୟାନ, ସଚିବ ଗୃହ ବିଭାଗ କେନ୍ଦ୍ର ସରକାର, ଚେୟାରମ୍ୟାନ୍ ରେଲୱେ ବୋର୍ଡ ନୂଆଦିଲ୍ଲୀ, ମୁଖ୍ୟ ଶାସନ ସଚିବ ଓଡ଼ିଶା, ଏସ୍ଆରସି, ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲଓ୍ବେ ମ୍ୟାନେଜର, ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲଓ୍ବେ ଡିଆରଏମ, ଗଞ୍ଜାମ ଜିଲାପାଳଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି। ଉକ୍ତ ମକଦ୍ଦମାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All

ଆଖଣ୍ଡଳମଣି ମନ୍ଦିର ପରିସରକୁ ପଲିଥିନ ମନା
ଆରଡ଼ି,୨୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରକୁ ସୋମବାରଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ...

ଶ୍ରମିକ, ଚାଷୀଙ୍କୁ ସହାୟତା ଯୋଗାଇ ଦିଅନ୍ତୁ କେନ୍ଦ୍ର, ରାଜ୍ୟ ସରକାର
ଜୟପୁର ,୨୮ା୫(ଡି.ଏନ.ଏ./ନି.ପ୍ର. )- କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗୁରୁବାର ଜିଲା କଂଗ୍ରେସଭବନଠାରେ ଏକ ଖବରଦାତା ସମ୍ମିଳନୀରେ ବାହାର ରାଜ୍ୟରୁ ଫେରିଥିବା...

ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ବାଲିମେଳା ରାସ୍ତା ଅବରୋଧ
କୋରୁକୋଣ୍ଡା, ୧୬।୧୦ (ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି ବାଲିମେଳା ରାସ୍ତାକୁ କୋରୁକୋଣ୍ଡାଠାରେ ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଚାଷୀଙ୍କୁ...

ପାଚେରି ଡେଇଁ ଧାରଣାରେ ବସିଲେ ଅନ୍ତେବାସୀ
ଶେରଗଡ଼,୨୧ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ବୁଧବାର ବାସିଖାଦ୍ୟ ଦିଆଯାଇଥିବାରୁ ଅନ୍ତେବାସୀମାନେ ପାଚେରୀ ଡେଇଁ ରାସ୍ତା ଅବରୋଧ...

ତାମିଲନାଡ଼ୁରୁ ୨ଟି ଟ୍ରେନ୍ରେ ଫେରିବେ ପ୍ରବାସୀ
ବାରିପଦା ଅଫିସ,୨୫ା୫- ଲକ୍ଡାଉନ ଯୋଗୁ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମଙ୍ଗଳବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବାରିପଦାକୁ ଫେରିବେ। ଏଥିପାଇଁ ଜିଲା ପ୍ରଶାସନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ
ସୋର, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ରୋକିବା ପାଇଁ ଦୀର୍ଘଦିନ ଧରି ଲକ୍ଡାଉନ୍ କରାଯାଇଥିବାରୁ ଗରିବ ଲୋକଙ୍କୁ ସହାୟତା ପାଇଁ ସୋର ବ୍ଲକ ନଦିଗାଁ, କେଦାରପୁର , ଜଡିଦା...

ଆଳୁ ୧୦, ପିଆଜ କିଲୋ ୫୦
କଟକ ସଦର,୨୮ା୧୨(ଡି.ଏନ୍.ଏ.): ରାଜ୍ୟରେ ଆଳୁ ଓ ପିଆଜ ଦର ଆକାଶଛୁଅଁ। ଥିବା ବେଳେ ଶୁକ୍ରବାର କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ହାଟରେ ଜଣେ ବେପାରୀ...

ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ
ପୁରୁଷୋତ୍ତମପୁର,୧୪।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ...