ବିଧାୟକମାନେ କେତେ ଦରମା ପାଆନ୍ତି ଜାଣନ୍ତୁ…

ଭୁବନେଶ଼୍ବର, ୧୦ା୬: ଓଡ଼ିଶା ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବହୁମତ ହାସଲ କରି ଭାଜପା ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି। ଏହାରି ମଧ୍ୟରେ କିଛି ପୁରୁଣା ନେତା ନିର୍ବାଚନ ଜିତିଥିବା ବେଳେ ଆଉ କିଛି ନେତା ପ୍ରଥମକରି ବିଧାନସଭା ଗୃହରେ ପାଦ ରଖିବେ । ଲୋକଙ୍କ ପାଇଁ କାମ କରିବା ସହ ଲୋକଙ୍କ ସମସ୍ୟାକୁ ଗୃହରେ ଉପସ୍ଥାପନ କରିବେ। କିନ୍ତୁ ଏଠି ଜଣେ ସାଧାରଣ ଜନତାର ମନରେ ଏକ ପ୍ରଶ୍ନ ଉଠେ ଯେ, ଯେଉଁମାନେ ବିଧାୟକ ହୋଇଛନ୍ତି ସେମାନଙ୍କୁ କେତେ ଟଙ୍କା ଦରମା ମିଳେ ? କେଉଁ କେଉଁ ସୁବିଧା ମିଳେ ? ଇତ୍ୟାଦି…

ତେବେ ୨୦୧୧ ମସିହା ପରେ ୨୦୧୭ରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ସୁବିଧା ଏବଂ ପେନ୍‌ସନ୍‌ ଆକ୍ଟରେ ସଂଶୋଧନ କରାଯାଇ ଏଥିରେ ବୃଦ୍ଧି କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିଧାନ ସଭାର ବିଧାୟକଙ୍କ ଦରମା ବଢ଼ିଥିଲା । ଏହାପରେ ବିଧାୟକମାନେ ମାସକୁ ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦରମା ୫୯,୦୦୦ରୁ ବଢି ୯୮,୦୦୦ ଟଙ୍କା ହୋଇଥିଲା। ସେହିପରି ବିରୋଧୀ ଦଳ ନେତା ପୂର୍ବରୁ ୫୮,୦୦୦ଟଙ୍କା ପାଉଥିବା ବେଳେ ୨୦୧୭ ପରେ ମାସିକ ଦରମା ୯୭,୦୦୦ ଟଙ୍କା ପାଉଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କ ଦରମା ୫୮,୦୦୦ ଟଙ୍କାରୁ ବଢି ୯୭,୦୦୦ଟଙ୍କା ଓ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ଦରମା ୫୭,୦୦୦ଟଙ୍କାରୁ ବଢ଼ି ୯୫,୦୦୦ ଟଙ୍କା କରାଯାଇଥିଲା। ବାଚସ୍ପତି ପୂର୍ବରୁ ୫୮,୫୦୦ ଟଙ୍କା ପାଉଥିବା ବେଳେ ୨୦୧୭ ପର ଠାରୁ ୯୭,୫୦୦୦ ଟଙ୍କା ଓ ଉପବାଚସ୍ପତି ୯୫,୦୦୦ଟଙ୍କା, ସରକାରୀ ଦଳ ମୁଖ୍ୟ ସଚେତକ ୯୭,୦୦୦ଟଙ୍କା ଏବଂ ଉପମୁଖ୍ୟ ସଚେତକ ମାସକୁ ୯୩,୦୦୦ ଟଙ୍କା ପାଉଛନ୍ତି। ମୂଳଦରମା, ଅନ୍ୟାନ୍ୟ ଭତ୍ତାକୁ ମିଶାଇ ନୂଆ ଦରମା ର୍ନିଦ୍ଧାରଣ କରାଯାଇଥିଲା।
ସୂଚନା ଥାଉକି, ଗତବର୍ଷ ବିଧାନସଭା ଅଧିବେସନରେ ଶାସକ ଦଳ ପକ୍ଷରୁ ବିଧାୟକମାନଙ୍କ ଦରମା ବୃଦ୍ଧି କରାଯିବାକୁ ଗୃହରେ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?