ବାପା ଉପରେ ପ୍ରତିଶୋଧ ପାଇଁ ଝିଅଙ୍କୁ ହତ୍ୟା, ଦୁଇଦୁଇ ଥର ଉଦ୍ୟମ ପରେ ଘରେ ଛାଡ଼ିଦେବି କହି…

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ମଙ୍ଗଳପୁର ପଞ୍ଚାୟତ ମଜୁରି ଗ୍ରାମର ଜଳନ୍ଧର ସାହୁଙ୍କ କନ୍ୟା ତଥା ଢେଙ୍କାନାଳ ସରକାରୀ ମହିଳା ଜୁନିୟର କଲେଜର ଯୁକ୍ତ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ ଜସ୍ମିନ ସାହୁଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ବାପା ଉପରେ ପ୍ରତିଶୋଧ ପାଇଁ ଝିଅଙ୍କୁ ହତ୍ୟା କରାଯାଇଥିବା ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ମଡକର ସନ୍ଦିପ ସମ୍ପତ୍‌ ପ୍ରକାଶ କରିଛନ୍ତି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଜୁରି ଛକର ରାଜମିସ୍ତ୍ରି ବିଜୟ କୁମାର ବେହେରା(୨୫) ଓ ଜଳନ୍ଧରଙ୍କ ପୁତୁରା ମଙ୍ଗଳପୁର ଗ୍ରାମର କାଳିଆ ଓରଫ୍‌ ନାରାୟଣ ସାହୁ(୨୩)ଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ଏସ୍‌ପି କହିଛନ୍ତି, ଜଳନ୍ଧରଙ୍କ ପଡୋଶୀ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜୟ ମଜୁରି ଛକଠାରେ ଏକ ଗ୍ରୋସେରି ଦୋକାନ କରିଥିଲେ। ଜଳନ୍ଧର ଓ ବିଜୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଶତ୍ରୁତା ଲାଗି ରହିଥିଲା। ଏପରିକି ଜଳନ୍ଧର, ବିଜୟଙ୍କୁ ମଧ୍ୟ ହଇରାଣ ହରକତ କରୁଥିଲେ। ବିଜୟଙ୍କ ନାମରେ ଏକ ଇନ୍ଦିରା ଆବାସ ମଞ୍ଜୁର ହୋଇଥିଲା। ହେଲେ ଜଳନ୍ଧର ଏହାକୁ ବିରୋଧ କରିବା ସହ ବିଜୟଙ୍କ ଏକ ପକ୍କାଘର ଥିବା ନେଇ ସଦର ବ୍ଲକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ବିଜୟ ଇନ୍ଦିରା ଆବାସ ପାଇବାରୁ ବଞ୍ଚିତ ହୋଇଥିଲେ। ବାରମ୍ବାର ଜଳନ୍ଧରଙ୍କ ଦ୍ୱାରା ହଇରାଣ ହେବା ପରେ ବିଜୟ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ। ସେହିପରି ଅନ୍ୟତମ ଅଭିଯୁକ୍ତ ଜଳନ୍ଧରଙ୍କ ବଡଭାଇ ନିରଞ୍ଜନ ସାହୁଙ୍କ ପୁଅ କାଳିଆ ଓରଫ୍‌ ନାରାୟଣ ସାହୁ ଜମି ବିବାଦକୁ ନେଇ ଜଳନ୍ଧରଙ୍କ ଉପରେ ରାଗ ରଖିଥିଲେ। ବିଜୟ ଓ କାଳିଆ ଜଳନ୍ଧରଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଯୋଜନା ପ୍ରସ୍ତୁତ କଲେ। ଜଳନ୍ଧରଙ୍କ ଝିଅ ଜସ୍ମିନଙ୍କୁ ହତ୍ୟା କରିବା ପାଇଁ ଦୁଇଥର ଉଦ୍ୟମ କରିଥିଲେ ମଧ୍ୟ ଜସ୍ମିନ୍‌ ଦୁଇଥର ଯାକ ବର୍ତ୍ତି ଯାଇଥିଲେ। ଗତ ଗୁରୁବାର ଜସ୍ମିନ ଘରୁ ଏକୁଟିଆ ଢେଙ୍କାନାଳ ସହର କୁ୍‌ଞ୍ଜକାନ୍ତଠାରେ ଥିବା କୋଚିଂ ସେଣ୍ଟରକୁ ପଢିବାକୁ ଯାଇଥିବା ଜାଣି ବିଜୟ ଓ କାଳିଆ ତାଙ୍କୁ ହତ୍ୟା ଯୋଜନା କରିଥିଲେ। ତଦନୁଯାୟୀ ଗୁରୁବାର ଅପରାହ୍ନରେ ଜସ୍ମିନ ଢେଙ୍କାନାଳ ସହରସ୍ଥିତ ରଥଗଡା ପରିବା ମାର୍କେଟ ଦେଇ ଚାଲିଚାଲି ଆସୁଥିବାବେଳେ ବିଜୟ ତାଙ୍କୁ ଘରେ ଛାଡିଦେବେ କହି ନିଜ ବାଇକରେ ବସାଇ ମଜୁରି ଛକ ନିକଟସ୍ଥ କଇଁଆଗଡଣୀ ବୁଦା ଭିତରକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ କାଳିଆ ଉପସ୍ଥିତ ଥିଲେ। ପରେ ଜସ୍ମିନଙ୍କ ମୁଣ୍ଡକୁ ଉଭୟେ ପଥରରେ ଛେଚି ହତ୍ୟା କରିଥିଲେ। ଏ ନେଇ ସଦର ଥାନାରେ ନଂ. ୧୯୦/୨୪ରେ ମାମଲା ରୁଜୁ ହୋଇଥିଲା। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ବେହେରା, ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ର, ସଦର ଥାନା ଅଧିକାରୀ ଦୀପକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?