Posted inଜାତୀୟ

ଜୈନ ସନ୍ଥଙ୍କୁ ହତ୍ୟା

ବେଲଗାଭି, ୧୦ା୭ : କର୍ନାଟକର ବେଲଗାଭି ଜିଲାରେ ଜଣେ ଜୈନ ସନ୍ଥଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଏକ ବୋର୍‌ଓ୍ବେଲରେ ଫିଙ୍ଗିଦିଆଯାଇଥିଲା। ଚିକୋଡି ତାଲୁକ୍‌ର ଏକ ବୋର୍‌ଓ୍ବେଲରୁ ମୃତଦେହର ବିଭିନ୍ନ ଅଙ୍ଗ ମିଳିବା ପରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ ତଦନ୍ତକାରୀ ଟିମ୍‌ ଗଠନ କରି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଏମ୍‌ଏସ୍‌ ଏଜୁକେଶନ ଏକାଡେମୀର ନାରାୟଣ ବାସପ୍ପା ମାଦି ଏବଂ ହାସନ ଦଲାୟଥଙ୍କୁ ଗିରଫ କରାଯାଇଛି। ମୃତ ସନ୍ଥ ଆଚାର୍ଯ୍ୟ ଶ୍ରୀ କାମକୁମାର ନନ୍ଦୀ ମହାରାଜ ୧୫ ବର୍ଷ ହେଲା ନନ୍ଦୀ ପର୍ବତ ଜୈନ ବସାଦିରେ ରହୁଥିଲେ। ଗତ ୬ ତାରିଖରେ ଜୈନ ମୁନି ନିଖୋଜ ହୋଇଯାଇଥିବା ବସାଦିର ପରିଚାଳକ ଥାନାରେ ଏତଲା ଦେଇଥିଲେ। ଦିଗମ୍ବର ସମ୍ପ୍ରଦାୟର ଏହି ସନ୍ଥ ଟଙ୍କା ସୁଧରେ ଲଗାଉଥିଲେ। ସନ୍ଦିଗ୍ଧମାନେ ତାଙ୍କଠାରୁ ଟଙ୍କା କରଜ ନେଇଥିଲେ। ଏହି ଟଙ୍କା ଫେରାଇବାକୁ କହିବାରୁ ସେମାନେ ସନ୍ଥଙ୍କୁ ହତ୍ୟା କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri