୧୭ ବର୍ଷୀୟାଙ୍କୁ ଅର୍ଥ ଦେଇ ନ୍ୟୁଡ୍‌ ଫଟୋଶୁଟ୍‌

ଲଣ୍ଡନ,୧୦ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିବିସିର ଜଣାଶୁଣା ଉପସ୍ଥାପକ ଗ୍ରାହାମ୍‌ ନର୍ଟନ ପର୍ନ ଫଟୋଶୁଟ୍‌ ପାଇଁ ଜଣେ ସ୍ବଳ୍ପବୟସ୍କାଙ୍କୁ ବିପୁଳ ଅର୍ଥ ଦେଇଥିବା ଅଭିଯୋଗ ଆସିଛି। ଏହା ଉପରେ ସମ୍ପ୍ରତି ଇଣ୍ଟରନେଟ୍‌ରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଏନେଇ ମୁହଁ ଖୋଲିବା ପାଇଁ ବ୍ରିଟେନ୍‌ର ହାଇପ୍ରୋଫାଇଲ୍‌ ସେଲିବ୍ରିଟିମାନେ କୁଣ୍ଠାବୋଧ କରୁଛନ୍ତି। ଏପରି କି ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ଗଣମାଧ୍ୟମ ଗ୍ରାହାମ୍‌ଙ୍କ ନାମ ମଧ୍ୟ ପ୍ରକାଶ କରୁନାହାନ୍ତି।

ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ର ଜଣେ ବରିଷ୍ଠ ଉପସ୍ଥାପକଙ୍କ ଅନୈତିକ କାର୍ଯ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି। ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି ଗ୍ରାହାମ୍‌ ନର୍ଟନ ଶୋ’ର ହୋଷ୍ଟ ଗ୍ରାହାମ୍‌ ନର୍ଟନ ଜଣେ ସ୍ବଳ୍ପବୟସ୍କାଙ୍କୁ ଅଶ୍ଳୀଳ ଫଟୋ ପାଇଁ ଅର୍ଥ ଦେଇଥିବା ଅଭିଯୋଗ ଆସିବା ପରେ ବ୍ରିଟେନ୍‌ର ବରିଷ୍ଠ ରାଜନେତାମାନେ ରବିବାର ଏହାର ତ୍ୱରିତ ତଦନ୍ତ ପାଇଁ ଟିଭି ଚ୍ୟାନେଲକୁ ତାଗିଦ କରିଛନ୍ତି। ସଂସ୍କୃତି ସଚିବ ଲୁସି ଫ୍ରାଜର ଦେଶର ଏହି ଜାତୀୟ ଗଣମାଧ୍ୟମର ମହାନିର୍ଦ୍ଦେଶକଙ୍କ ସହ ଜରୁରୀ ଆଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ଫ୍ରାଜର କହିଛନ୍ତି, ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ସମ୍ବେଦନଶୀଳ ଭାବେ ଅଭିଯୋଗର ତତ୍କାଳ ତଦନ୍ତ ଜରୁରୀ। ବିରୋଧୀ ଲେବର ପାର୍ଟିର ଅର୍ଥନୀତି ମୁଖପାତ୍ର ରାଚେଲ୍‌ ରିଭେସ୍‌ କହିଛନ୍ତି, ବିବିସି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଏବଂ ନିଜ ଘର ସଜାଡ଼ିବା ଆବଶ୍ୟକ।
ବର୍ଷୀୟ ଆୟର୍ଲାଣ୍ଡ ନାଗରିକ ଗ୍ରାହାମ ଓ୍ବିଲିୟମ୍‌ ଓ୍ବାକର ଏକାଧାରରେ ଜଣେ ଅଭିନେତା, କମେଡିଆନ୍‌, ଲେଖକ ଓ ଟେଲିଭିଜନ ଉପସ୍ଥାପକ। ନିଜ ଉଚ୍ଚକୋଟୀର ଉପସ୍ଥାପନା ପାଇଁ ସେ ୫ ଥର ବାଫ୍ଟା ପୁରସ୍କାର ସମେତ ଅନେକ ସମ୍ମାନ ପାଇଛନ୍ତି। ବ୍ରିଟେନରେ ଗ୍ରାହାମ୍‌ ନର୍ଟନ ନାମରେ ପରିଚିତ ଏହି ବ୍ୟକ୍ତିଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ୨୦୨୦ରେ ଜଣେ ୧୭ ବର୍ଷୀୟାଙ୍କୁ ଗ୍ରାହାମ୍‌ ୩୫,୦୦୦ ପାଉଣ୍ଡ୍‌ (୪୫,୦୦୦ ଆମେରିକୀୟ ଡଲାର) ଦେଇ ବିବସ୍ତ୍ର ହେବାକୁ କହିଥିଲେ ଏବଂ ତାଙ୍କ ଖୋଲାଦେହର ଫଟୋ ଉଠାଇଥିଲେ। ଏହି ଧାରା ଅନେକ ଦିନ ଧରି ଚାଲିଥିଲା। ବ୍ରିଟେନ୍‌ରେ ଯୌନ ସମ୍ପର୍କ ପାଇଁ ସହମତି ବୟସ ୧୬ ହୋଇଥିଲେ ହେଁ ୧୮ ବର୍ଷରୁ କମ୍‌ ବୟସର କୌଣସି ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଉଠାଇବା/ରଖିବା ଏକ ଅପରାଧ। ‘ଦି ସନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ସ୍ବଳ୍ପବୟସ୍କା ପୀଡ଼ିତାଙ୍କ ମା’ ଏନେଇ ଗତ ମେ’ରେ ବିବିସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗ୍ରାହାମଙ୍କ ବିରୋଧରେ ବିବିସି କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ଜଣେ ଉପସ୍ଥାପକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଷ୍ଟ ଜଣକ ଗ୍ରାହାମ ହୋଇଥାଇପାରନ୍ତି ବୋଲି କୁହାଯାଉଛି।
ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆମେ ସବୁ ପ୍ରକାର ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଥାଉ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛୁ। କୌଣସି ସମୟରେ ନୂଆ ତଥ୍ୟ ସାମ୍‌ନାକୁ ଆସିଲେ କିମ୍ବା ଆମକୁ ଦିଆଗଲେ ତତ୍ପରତା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ରିଟେନ୍‌ ଗଣମାଧ୍ୟମଗୁଡ଼ିକରେ କୁହାଯାଇଛି ଯେ, ଏହି ଉପସ୍ଥାପକ (ଗ୍ରାହାମ୍‌)ଙ୍କୁ ନିକଟ ଭବିଷ୍ୟତରେ କୌଣସି ଟିଭି ଚ୍ୟାନେଲରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
କମର୍ସିଆଲ ବ୍ରଡ୍‌କାଷ୍ଟର (ବ୍ୟବସାୟିକ ପ୍ରସାରଣକାରୀ ଚ୍ୟାନେଲ) ଆଇଟିଭି ନିକଟରେ ଏକ ସ୍କାଣ୍ଡାଲରେ ଫସିଥିଲା। ଏହାର ସବୁଠୁ ପୁରୁଣା ହୋଷ୍ଟ ଫିଲିପ୍‌ ସ୍କୋଫିଲ୍ଡ ନିଜଠୁ ବୟସରେ ବହୁ ସାନ ଜଣେ ସହକର୍ମୀଙ୍କ ସହ ସମ୍ବନ୍ଧ ରଖିଥିବା ବିଷୟରେ ପୂର୍ବରୁ ମିଛ କହିଥିବା ଗତ ମେ’ରେ ସ୍ବୀକାର କରିଥିଲେ। ଆଇଟିଭିର ଏକ ‘ବିଷାକ୍ତ’ କାର୍ଯ୍ୟ ସଂସ୍କୃତି ରହିଆସିଛି ଏବଂ ନିଜ ଷ୍ଟାର୍‌ମାନଙ୍କ ଅପକର୍ମକୁ ସଂସ୍ଥା ପକ୍ଷରୁ ଘଣ୍ଟ ଘୋଡ଼ାଯାଉଛି। ଏହାର ଜବାବ ଦେବା ପାଇଁ ଆଇଟିଭି ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ପାର୍ଲାମେଣ୍ଟକୁ ସମନ୍‌ କରାଯାଇଥିଲା। ବ୍ରିଟେନ୍‌ର ଟିକସଦାତାମାନଙ୍କ ଅର୍ଥରେ ପରିଚାଳିତ ହେଉଥିବାରୁ ବିବିସିରେ ଅନ୍ୟ ବ୍ରଡ୍‌କାଷ୍ଟରଗୁଡ଼ିକ ତୁଳନାରେ କଡ଼ା ନିୟମ ରହିଛି ଏବଂ ନିରପେକ୍ଷ ଖବର ପରିବେଷଣ ପାଇଁ ଏହି ସଂସ୍ଥା ପ୍ରତିଶ୍ରୁତିବଦ୍ଧ। ଏହାସତ୍ତ୍ୱେ ଗ୍ରାହାମ୍‌ଙ୍କ ବିରୋଧରେ ଆଗତ ଅଭିଯୋଗକୁ ନେଇ ଅଦ୍ୟାବଧି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣା ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?