Posted inଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ

କୋଲକାତା, ୧୦ା୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଶନିବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ସମର୍ଥକମାନେ ରବିବାର ରାଜ୍ୟ ନିର୍ବାଚନ କମିଶନ (ଏସ୍‌ଇସି)ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ବାଚନ କର୍ତ୍ତୃପକ୍ଷ ଭୋଟ ପରିଚାଳନାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ବେଳେ କେନ୍ଦ୍ରୀୟ ବଳକୁ ଜାଣିଶୁଣି ମୁତୟନ କରା ନ ଯିବାରୁ ହିଂସାକାଣ୍ଡ ଘଟିଲା। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ କେନ୍ଦ୍ରୀୟ ବଳ ନିୟୋଜିତ ହୋଇଥିଲେ ଏତେ ପରିମାଣରେ ହିଂସା ଘଟି ନ ଥାନ୍ତା ବୋଲି ଭାଜପା ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି। କେନ୍ଦ୍ରୀୟ ବଳକୁ ସମ୍ବେଦନଶୀଳ ଅଞ୍ଚଳ ଓ ପୋଲିଂ ବୁଥ୍‌ରେ ନିୟୋଜିତ କରା ନ ଯାଇ ସେମାନଙ୍କୁ ଜାତୀୟ ରାଜପଥ ପାଟ୍ରୋଲିଂରେ କିମ୍ବା ଥାନାରେ ରଖାଗଲା ବୋଲି ଘୋଷ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ରୀୟ ବଳକୁ ମୁତୟନ କରାଯାଇଥିଲେ ହିଂସା ହୋଇ ନ ଥାନ୍ତା, ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଶାସକ ଟିଏମ୍‌ସି କହିଛି। ରାଜ୍ୟରେ ୬୧ ହଜାର ପୋଲିଂ ବୁଥ୍‌ରୁ ମାତ୍ର ୬୦ଟିରେ ହିଂସାକାଣ୍ଡ ଘଟିଥିବା ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି।
ପୂର୍ବ ମେଦିନିପୁର ଜିଲାର ହଳଦିଆ-ମେଚେଡ଼ା ରାଜ୍ୟ ରାଜପଥକୁ ଭାଜପା କର୍ମୀମାନେ ନନ୍ଦକୁମାରଠାରେ ଅବରୋଧ କରି ବାଲଟ ବାକ୍ସ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ କରିଥିଲେ। କେନ୍ଦ୍ରୀୟ ବଳ ସୁରକ୍ଷା ମଧ୍ୟରେ ପୁନଃ ମତଦାନ ଲାଗି ସେମାନେ ଦାବି କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ସେହିପରି ନିର୍ବାଚନୀ ହିଂସା ପ୍ରତିବାଦରେ କଂଗ୍ରେସ କର୍ମୀମାନେ ମାଲ୍‌ଦାର ରଥବାରିଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri