୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ ଧାନ ଓଜନ ଟଙ୍କା ପାଇ ନ ଥିବା ଅଭିଯୋଗ ହୋଇଥିଲା। ଘଟଣା ନେଇ ଖଲାସିମାନେ ଝରିଗାଁ ବ୍ଲକ ଖଲାସିି ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣାଇଥିଲେ। ପଟ୍ଟନାୟକ ଘଟଣାକୁ ନେଇ ଝରିଗାଁ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ନରସିଂହ ଗୌଡ଼ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୃଷ୍ଟି ଆକର୍ଷଣ କରିବାର କିଛି ଦିନ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ରବିବାର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ଝରିଗାଁ ବ୍ଲକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଏକ ବୈଠକ କରିଥିଲେ। ବୈଠକରେ ବିଭିନ୍ନ ବିଷୟ ସହ ଖଲାସିମାନଙ୍କ ଧାନ ଓଜନ ଟଙ୍କା ଦୁଇ ବର୍ଷର ପାଇ ନ ଥିବା ନେଇ ଅଭଯୋଗ ହୋଇଥିଲା। ବୈଠକରେ ଗୌଡ଼ ଖଲାସିମାନଙ୍କୁ ନୂତନ ଭାବେ କେସିସି ବ୍ୟାଙ୍କରେ ଖାତା ଖୋଲିବା ପାଇଁ କହିଥିଲେ। ଖଲାସିମାନଙ୍କ ନିକଟରେ ଆଗରୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ନୂଆରେ କେସିସି ବ୍ୟାଙ୍କରେ ଆକାଉଣ୍ଟ ଖଳିବା ପାଇଁ ମନା କରିଥିଲେ। ଏପରିକି କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୂର୍ବତନ ଏମ୍‌ପି ଭଗବାନ ମାଝୀ ପୁରଣା ଆକାଉଣ୍ଟରେ ଖଲାସିମାନଙ୍କ ଟଙ୍କା ପ୍ରଦାନ ନ କଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଶେଷରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ପୁରଣା ଆକାଉଣ୍ଟରେ ଟଙ୍କା ପ୍ରଦାନ କରିଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିଥିଲା।

ଘଟଣା ନେଇ ପରିଚାଳନା ନିର୍ଦ୍ଦେଶକ ଗୌଡ଼ଙ୍କ ସହ ଯୋଗାଯୋଗ କରିବାରୁ ଖଲାସିମାନଙ୍କ ଧାନ ଓଜନ ଟଙ୍କା ଚଳିତ ବର୍ଷର ନିଜ ନିଜ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି କହିବା ସହ ଗତବର୍ଷର ଟଙ୍କା କିଛ ଦିନ ପରେ ପର୍ଯ୍ୟାୟ କ୍ରମେ ଦିଆଯିବ ବୋଲି କହିଥିଲେ। ଉକ୍ତ ବୈଠକରେ ଝରିଗାଁ ଏମ୍‌ପି ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ, ଖଲାସି ଉପସଭାପତି ଗଜାନନ ବଂଶଲ, କୋଷାଧ୍ୟକ୍ଷ ଗୋବିନ୍ଦ ଗୌଡ଼, ବରିଷ୍ଠ ଚାଷୀ ନରସିଂହ ଦଳେଇ, ପ୍ରେମା ପାଣ୍ଡେ ପ୍ରମୁଖଙ୍କ ସହ ଖଲାସିମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଆସିଲା ଚମକାଇଦେଲା ଭଳି ଖବର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୭।୮: IPL ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। IPL ୨୦୨୪ରେ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି ଚୋରି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri