ଆପରାଧିକ କାର୍ଯ୍ୟରେ ବଢ଼ୁଛି ନାବାଳକଙ୍କ ଭାଗୀଦାରି

ଅନୁଗୋଳ ଅଫିସ, ୯।୬: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବିଶେଷକରି ଚୋରି, ଛିନତାଇ, ଡିକି ଭାଙ୍ଗି ଟଙ୍କା ଲୁଟ୍‌, ବଜାରରୁ ବାଇକ୍‌ ଚୋରି ପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦିନ ହେଉ ବା ରାତି, ଏପରି ଅପରାଧ ପ୍ରାୟ ଦୈନିକ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ଆପରାଧିକ କାର୍ଯ୍ୟରେ ନାବାଳକମାନଙ୍କ ଭାଗିଦାରୀ ରହୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ପେସାଦାର ଅପରାଧୀମାନେ ରାଜ୍ୟ ବାହାରର ଏହି ନାବାଳକମାନଙ୍କୁ ନିୟୋଜିତ କରିବା ସହ ସେମାନଙ୍କ ଉପରେ ନଜର ରଖୁଛନ୍ତି। ଆବଶ୍ୟକସ୍ଥଳେ ଘଟଣାସ୍ଥଳରୁ ଫେରାର କରାଇବାରେ ସହଯୋଗ ମଧ୍ୟ କରୁଛନ୍ତି। ଏ ନେଇ ପୋଲିସ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ଅଧିକାଂଶ ଘଟଣାରେ ଅପରାଧୀଙ୍କ ନିକଟରେ ପୋଲିସ ପହଞ୍ଚିପାରୁ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
କିଛିଦିନ ହେଲା ଅନୁଗୋଳ ସହର ଓ ଉପକଣ୍ଠ ଅଞ୍ଚଳଗୁଡ଼ିକରେ ଘଟିଥିବା ଅନେକ ଆପରାଧିକ ଘଟଣାରେ ଏହି ନାବାଳକମାନଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି। ନିକଟ ଅତୀତରେ ଅନୁଗୋଳ ମାରୱାଡି ଧର୍ମଶାଳାଠାରେ ଜଣେ ନାବାଳକ ଏକ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଚୋରି କରିବାକୁ ଉଦ୍ୟମ କରିଥିଲେ। ତେବେ ଡିକିରୁ ଟଙ୍କା କାଢ଼ିବା ସମୟରେ ଗାଡ଼ି ମାଲିକଙ୍କ ନଜର ପଡ଼ିଯିବାରୁ ସେ ପାଟି କରିଥିଲେ। ଫଳରେ ନାବାଳକ ଜଣଙ୍କ ଡେଲି ମାର୍କେଟ ଆଡ଼କୁ ଦୌଡ଼ି ପଳାଇଯାଇଥିଲେ। ଏହି ସମୟରେ ଅନ୍ୟ ଜଣେ ସହଯୋଗୀ ତାଙ୍କୁ ସେଠାରୁ ବାଇକ୍‌ରେ ବସାଇ ଫେରାର ହୋଇଯାଇଥିଲେ। ଆଉ ଏକ ଘଟଣା ବଜାର ଛକରେ ଥିବା ଜଳଖିଆ ଦୋକାନ ସମ୍ମୁଖରେ ଘଟିଥିଲା। ଜଳଖିଆ ଦୋକାନୀଙ୍କ ପୁଅଙ୍କ ବୁଲେଟ୍‌ ଚୋରି କରିବା ବେଳେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା। କେବଳ ଏହି ଦୁଇଟି ଘଟଣା ନୁହେଁ, ସହରରେ ଘଟୁଥିବା ବହୁ ଆପରାଧିକ କାର୍ଯ୍ୟରେ ନାବାଳକ ଅପରାଧୀଙ୍କ ସମ୍ପୃକ୍ତି ରହୁଥିବା ଦେଖାଯାଉଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରୁ ଆସି ଅନୁଗୋଳର ବିଭିନ୍ନ ସ୍ଥାନରେ ମଜୁରିଆ ଭାବେ ପ୍ରଥମେ କାର୍ଯ୍ୟ କରୁଥିବା ନାବାଳକମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏପରି ଆପରାଧିକ କାର୍ଯ୍ୟରେ ପେସାଦାର ଅପରାଧୀମାନେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ହାସଲ କରୁଛନ୍ତି। ବିଷେଶଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ନାବାଳକମାନେ ଅଭାବ ଅନାଟନରେ ରହୁଥିବାର ସୁଯୋଗ ନେଇ ପେସାଦାର ଅପରାଧୀମାନେ ସେମାନଙ୍କୁ ଅସାମାଜିକ କାର୍ଯ୍ୟରେ ଲଗାଉଛନ୍ତି। ଏ ନେଇ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିଲାର ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗର ତଦନ୍ତ ବେଳେ ଏଥିରେ ନାବାଳକମାନଙ୍କ ସମ୍ପୃକ୍ତି ରହୁଥିବା ଜଣାପଡ଼ୁଛି। ଏପରି ଏକ ର଼୍ୟାକେଟର ପର୍ଦ୍ଦାଫାଶ କରିବାକୁ ଉଦ୍ୟମ ଜାରିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri