ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଗୁନିଆପଡ଼ା,୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଶୁକ୍ରବାର ଲାଞ୍ଚନେଇ ଧରାପଡ଼ିଛନ୍ତି। ସେ ‘ମୋ ଗୁହାଳ ସ୍କିମ’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ଲାଗି ବୁରୁଝୁରୀ ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସକୁ ଏ ନେଇ ଜଣାଇଥିଲେ। ପରେ ଯୋଜନା ମୁତାବକ ଉକ୍ତ ହିତାଧିକାରୀ ଜଣଙ୍କ ଜେଇ ମଲ୍ଲିକଙ୍କୁ ବ୍ଲକ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଦେଇଥିଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ବଡୁଆ ଡାକିବାକୁ କାଉଁରିଆ କାଠି ମିଳୁନି

ପାଟକୁରା,୩ା୧୧ (ଡି.ଏନ.ଏ.): ଦୀପାବଳିରେ ପିତୃପୁରୁଷଙ୍କ ପାଇଁ ପରିବାର ଲୋକେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥା’ନ୍ତି। କିନ୍ତୁ ଏବେ ଏହି କାଉଁରିଆ କାଠିର ଅଭାବ ପରିଲକ୍ଷିତ...

୨ଶହ ବର୍ଷର ଶକ୍ତିପୀଠ ମା’ ଜଳଙ୍ଗ ଚଣ୍ଡୀ

ଖଇରା, ୧୪।୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କର ପୂଜାର୍ଚ୍ଚନା କୋଭିଡ କଟକଣା ମଧ୍ୟରେ ଆରମ୍ଭ...

କରୋନା ଯୁଦ୍ଧରେ ସଫଳ ହେଲେ ଗଞ୍ଜାମର ୯୫ ବର୍ଷୀୟ ବୃଦ୍ଧ

ଛତ୍ରପୁର, ୨୧।୭(ଡି.ଏନ୍‌.ଏ.): କରୋନା ଯୁଦ୍ଧ ଲଢ଼ି ସଫଳ ହୋଇଛନ୍ତି ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ। ତାଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା...

ଲକ୍ଷ୍ୟପଥରୁ ଦୂରଉଛି ଆର୍‌ଏସ୍‌ଏସ୍‌: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୬।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା, ଏବେ ସେଥିରୁ ଦୂରେଇଯାଉଛି ବୋଲି କହିଛନ୍ତି...

ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା...

ଶ୍ରୀମନ୍ଦିର ପାଖ ୧୦୦ମିଟର ନିଷିଦ୍ଧାଞ୍ଚଳ, ନ୍ୟାଶନାଲ ମନୁମେଣ୍ଟର ପ୍ରସ୍ତାବିତ ବାଇ-ଲ ପ୍ରକାଶ

ପୁରୀ ଅଫିସ,୭।୨: ନ୍ୟାଶନାଲ୍‌ ମନୁମେଣ୍ଟ ଆକ୍ଟ(ଏନ୍‌ଏମ୍‌ଏ) ଅନୁସାରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସଂକ୍ରାନ୍ତ ଚିଠା ସର୍ବସାଧାରଣଙ୍କ ଅବଗତି...

କରୋନାରୁ ସୁସ୍ଥ ହେଲେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ମହିଳା

କଟକ ଅଫିସ,୨୪।୭: ପ୍ଲାଜମା ଦେଲା ନୂଆ ଜୀବନ। ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତଥା ପ୍ରଥମ ପ୍ଲାଜମା ନେଇଥିବା ୪୮ ବର୍ଷୀୟ ମହିଳା ସୁସ୍ଥ...

ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ...

Advertisement
Archives

Model This Week