ଝରାଫୁଲଙ୍କୁ ହତ୍ୟା କରାଯାଇଛି

ଯାଜପୁର ଅଫିସ,୧୩।୪ ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଯାଜପୁର ଏସ୍‌.ପି. ରାହୁଲ ପି.ଆର. ସୋମବାର ଏକ ଭିଡିଓ କ୍ଲିପ୍‌ ଜାରି କରି ଜଣାଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଓ ତାଙ୍କ ସହଯୋଗୀ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଜଣେ ଅଭିଯୁକ୍ତ ପ୍ରାୟ ଅଢ଼େଇ ମାସ ହେଲା ଫେରାର ରହିଛନ୍ତି। ଭିଡିଓ କ୍ଲିପ୍‌ରେ ଏସ୍‌ପି କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଅମରେଶ ସହଯୋଗ କରିଥିଲେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଥିବା ଶିବସାଇ ଓୟୋ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମକୁ ଅମରେଶ ବୁକ୍‌ କରିଥିଲେ। ଅମରେଶ ରାକେଶଙ୍କ ସାଙ୍ଗ, ସେମାନେ ଗୋଟିଏ ଗ୍ରାମର। ତେବେ ହତ୍ୟା କିପରି ହୋଇଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଫରେନ୍‌ସିକ୍‌ ଲ୍ୟାବର ତଥ୍ୟ ସଂଗ୍ରହ ଚାଲିଛି, ଯାହାକି ଏଭିଡାନ୍ସ ଷ୍ଟେଜରେ ଅଛି। ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାକୁ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ପଡ଼ିଲେ ଗତ ରବିବାର କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଅମରେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ରାହୁଲ କହିଛନ୍ତି। ଅମରେଶଙ୍କ ଭୁବନେଶ୍ୱର ଏୟାରଫିଲ୍ସ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଟରେ ଏକ ଫାଷ୍ଟଫୁଡ୍‌ ଦୋକାନ ଥିବା ତଦନ୍ତ ବେଳେ ଜଣାପଡିଛି। ଘଟଣା ଦିନଠାରୁ ଅମରେଶ ଫାଷ୍ଟଫୁଡ୍‌ ଦୋକାନକୁ ବନ୍ଦକରି ଫେରାର ହୋଇଥିଲେ। ତାଙ୍କୁ ଗତ ଶନିବାର ଭୁବନେଶ୍ୱରରୁ ଗିରଫ କରାଯାଇଥିଲା।
ସୂଚନାଥାଉ କି, ଗତ ଜାନୁୟାରୀ ୨୬ ରାତିରେ ଝରାଫୁଲ ଓ ରାକେଶ ଶିବସାଇ ଓୟୋ ଗେଷ୍ଟହାଉସ୍‌ର ୨୦୧ ନମ୍ବର ରୁମ୍‌ରେ ରହିଥିଲେ। ସେଠାରେ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ରାକେଶ ଓ ତାଙ୍କ ସହଯୋଗୀ ମୃତଦେହକୁ ଆଣି ଯାଜପୁର ଜିଲା କୁଆଖିଆ ଥାନା ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ରାସ୍ତା ପାର୍ଶ୍ୱରେ ପିଙ୍ଗିଥିବା ପୋଲିସ ସିସିଟିଭି ଫୁଟେଜ୍‌ରୁ ଜାଣିବାକୁ ପାଇଥିଲା। ପୋଲିସ ରାକେଶଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ତଥା ସମ୍ପର୍କୀୟ ଭାଇ ଶକ୍ତି ଶେଖର ଫେରାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri