କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

ପଟ୍ଟାଙ୍ଗି, ୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି ହୋଇ ଆନ୍ଧ୍ର ଗୋ ବ୍ୟାକ୍‌, ଆନ୍ଧ୍ର ଦାଦାଗିରି ଚଳିବ ନାହିଁ ନାରା ଦେଇଥିଲେ। ଓଡ଼ିଶାର ବିରୋଧ ଆଗରେ ଆନ୍ଧ୍ର ମୁଣ୍ଡ ନୁଆଁଇ ନେରିଡ଼ିବାଲସାରେ ବୁଥ୍‌ କରୁ ନ ଥିବା ଜଣାପଡ଼ିଛି। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଭୋଟ ନେବାପାଇଁ ଆନ୍ଧ୍ର ନେରିଡ଼ିବାଲସାରୁ ୧ କି.ମି. ଦୂରରେ ରହିଥିବା ସାରିକି ପଞ୍ଚାୟତରେ ବୁଥ୍‌ କରାଇଛି। ନେରେଡ଼ିବାଲସାରେ ରାଜନୈତିକ ଦଳ ସୀମା ଜଗି ରହିଥିବା ବେଳେ ଆନ୍ଧ୍ର ନିଜ ଦାଣ୍ଡିଗ୍ରାମରେ ଭୋଜିଭାତ ଆସର ମାଧ୍ୟମରେ କୋଟିଆ ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠିକରି ନିଜର ଭୋଟ ହାତେଇବା ପ୍ରୟାସ ଜାରି ରଖିଛି। ରାଜନୈତିକ ଦଳଗୁଡ଼ିକ ସୀମା ଜଗି ବସିଥିବାବେଳେ ଗଳାବାଟ ଦେଇ ଆନ୍ଧ୍ରକୁ ଭୋଟ ଦେବାକୁ ସୀମାନ୍ତ ଗ୍ରାମବାସୀ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନେରେଡ଼ିବାଲସାରେ ଲଗାଯାଇଥିବା ଓଡ଼ିଶା ପୋଲିସ ବ୍ୟାରିକେଡକୁ ଆନ୍ଧ୍ର ପୋଲିସ ସହାୟତାରେ ମଙ୍ଗଳବାର ଗ୍ରାମବାସୀ ନେଇଯାଇଥିଲେ। ସେ ସବୁକୁ ଓଡ଼ିଶା ପୋଲିସ ପକ୍ଷରୁ ବୁଧବାର ଜଙ୍ଗଲରୁ ଠାବ କରାଯାଇ ସୀମାନ୍ତ ଗ୍ରାମରେ ଲଗାଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ ନେରେଡ଼ିବାଲସାରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପୁ ଭତ୍ରା, ଭାଜପା ପୂର୍ୱତନ ଜିଲା ସଭାପତି ସୁମନ୍ତ ପ୍ରଧାନ, ଭାଜପା ଜିଲା ସଭାପତି ଶିବ ମୁଦୁଲି, ସୁନାବେଡ଼ା ଏନ୍‌ଏସି ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ବିଜେଡି ଜିଲା ସଭାପତି ଝୀନ ହିକ୍‌କା, ନବରଙ୍ଗପୁର ପୂର୍ୱତନ ଏମ୍‌ପି ପ୍ରଦୀପ ମାଝୀ, ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ପୂର୍ୱତନ ବିଧାୟକ ରଘୁରାମ ପଡ଼ାଲ, ପିତମ ପାଢ଼ୀ, ପ୍ରଫୁଲ୍ଲ ପାଙ୍ଗୀ, କଂଗ୍ରେସ ଜିଲା ସଭାପତି ରୂପକ ତୁରୁକ୍‌, ବ୍ଲକ୍‌ ସଭାପତି, ଜିଲା ପରିଷଦ ସଦସ୍ୟ, କର୍ମୀ ପ୍ରମୁଖ ପହଞ୍ଚତ୍ଥିଲେ। କୋଟିଆ ମାଟି ଓଡ଼ିଶାରେ ରହିଛି, ରହିଥିବ ବୋଲି ସେମାନେ କହିଥିଲେ। ଅପରାହ୍ନ ୫ଟାରେ
ନିଜ ସୀମାରେ…
ଆନ୍ଧ୍ର ପ୍ରଦେଶ ପାର୍ୱତୀପୁରମ୍‌ ମାନ୍ୟାମ୍‌ ଜିଲା ଉପଜିଲାପାଳ ସଚିନ୍‌ ରାହାର, ଡେପୁଟି କଲେକ୍ଟର ଭଇସାଲିଙ୍କ ସମେତ ଅନ୍ୟ ଅଧିକାରୀ ନେରେଡ଼ିବାଲସା ସୀମାନ୍ତରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ କୋଟିଆ ପଞ୍ଚାୟତ ନୋଡାଲ ଅଧିକାରୀ ଉପଜିଲାପାଳ ଫାବି ରସିଦ୍‌, ଏଡିଏମ୍‌ ତପନ ନାୟକ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍‌, କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ସମେତ ଜିଲାର ଅନ୍ୟ ପଦାଧିକାରଙ୍କ ସହ ଆଲୋଚନା କରିଥିଲେ। ପୂର୍ୱରୁ ନେରେଡ଼ିବାଲସାରେ ଆନ୍ଧ୍ର ବୁଥ୍‌ କରିବାର ଥିଲା। କିନ୍ତୁ ଯଦି ଏଠାରେ ମତଦାନ କେନ୍ଦ୍ର କରାଇଦେବେ ନାହିଁ ତା’ହେଲେ ଲିଖିତି ଆକାରରେ ଦେବାକୁ ଆନ୍ଧ୍ର ଅଧିକାରୀମାନେ ଓଡ଼ିଶା ଅଧିକାରୀଙ୍କୁ କହିଥିଲେ। ଏହା ଆମ ନିୟମ ବାହାରେ କହି ଓଡ଼ିଶା ଅଧିକାରୀମାନେ ମନା କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ୩ ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀ ଗୋ ବ୍ୟାକ୍‌ ଆନ୍ଧ୍ର ନାରା ଦେଇଥିଲେ। ଏହାପରେ ଆନ୍ଧ୍ର ଅଧିକାରୀମାନେ ସେଠାରୁ ପଳାଇଥିଲେ। ଗୁରୁବାର ପର୍ଯ୍ୟନ୍ତ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ଉପସ୍ଥିତ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ନେତା ଓ କର୍ମୀ ଏବଂ ସାଧାରଣ ଲୋକେ ଏକାଠି ହୋଇ ଲଢ଼େଇ କରିବାରୁ ଆନ୍ଧ୍ର ପଛଘୁଞ୍ଚା ଦେଇଥିବା ଉପଜିଲାପାଳ କହିଛନ୍ତି। କୋଟିଆ ଏବଂ ସୀମାନ୍ତ ଗ୍ରାମରେ ଜଗିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ୍‌ରୁ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ସେପଟେ କୋଟିଆ ପଞ୍ଚାୟତର ଉପରସେମ୍ୱିକୁ ବିଜେଡି ନେତାମାନେ ଯାଇ ସେଠାରେ ପୂର୍ୱରୁ ମୁତୟନ ଆନ୍ଧ୍ର ପୋଲିସକୁ ଓଡ଼ିଶା ସୀମା ଭିତରୁ ବାହାରିଯିବା ପାଇଁ ତାଗିଦ୍‌ କରିଥିଲେ। ଯାହାକୁ ନେଇ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଜେଡି ନେତାମାନେ ସେଠାରେ ତେଲୁଗୁରେ ଲେଖା ବୋର୍ଡଗୁଡିକକୁ ହଟାଇ ଦେଇଥିବା ଜଣାପଡ଼ିଛି।

ଭୁବନେଶ୍ୱର, ୪ା୧୧(ରବିନାରାୟଣ ଜେନା)
କୋରାପୁଟର କୋଟିଆ ଏବେ ରାଜ୍ୟ ସରକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଗୁରୁବାର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ୱାଚନ ହେବାକୁ ରହିଛି। କେନ୍ଦ୍ରରେ ଭାଜପା ସରକାର ରହିଥିବାବେଳେ ଓଡ଼ିଶାରେ ଭାଜପା ଏବଂ ଆନ୍ଧ୍ରରେ ଭାଜପା ସମଥିତ ସରକାର ରହିଛି। ଟ୍ରିପଲ ଇଞ୍ଜିନ ସରକାର ସମୟରେ ଯଦି ଆନ୍ଧ୍ର କୋଟିଆ ନିର୍ୱାଚନ ଶାନ୍ତିଶୃଙ୍ଖଳାର ସହ କରିଦେବ ତେବେ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିବ। ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି କୁହାଯିବା ସହ ସେଠାରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କୁ ଭୋଟ ନ ଦେବା ସହ ନିର୍ୱାଚନକୁ ଭଣ୍ଡୁର କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି।
ଏନେଇ ବୁଧବାର ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, କୋଟିଆରେ ନିର୍ୱାଚନକୁ ଯେନତେନ ପ୍ରକାରେ ଭଣ୍ଡୁର କରାଯିବ। ରାଜ୍ୟ ସରକାରଙ୍କ ତତ୍ପରତା ଓ ପ୍ରୋତ୍ସାହନ ପାଇବା ପରେ ଏବେ କୋଟିଆର ଲୋକମାନେ ସ୍ୱତଃ ଆନ୍ଧ୍ରର ପୋଷ୍ଟର ଚିରୁଛନ୍ତି। ମଙ୍ଗଳବାର ସୁଦ୍ଧା ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉକ୍ତ ଅଞ୍ଚଳକୁ ଆଇନଶୃଙ୍ଖଳା ରକ୍ଷା ପାଇଁ ପଠାଯାଇଥିବାବେଳେ ବୁଧବାର ଆଉ ୮ ପ୍ଲାଟୁନ୍‌ ଫୋର୍ସ ଯାଇଛି। ମନ୍ତ୍ରୀ କହିଛନ୍ତି, କୋରାପୁଟ ଉପଜିଲାପାଳ ଫାବି ରସିଦ୍‌ ନିର୍ୱାଚନକୁ ବନ୍ଦ କରିବା ପାଇଁ ଆନ୍ଧ୍ର ପୋଲିସ ଏବଂ ସରକାରଙ୍କ ସହିତ କଥାବାର୍ତ୍ତା ଜାରି ରହିଛି। ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଏହି ପ୍ରସଙ୍ଗ ରାଜ୍ୟର ସମ୍ମାନ ହୋଇଥିବାରୁ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଆନ୍ଧ୍ର ସରକାରଙ୍କୁ ଏହି ନିର୍ୱାଚନକୁ ବାତିଲ ସହ ସୀମାରେ କୌଣସିପ୍ରକାର ଜୋରଜବରଦସ୍ତି ନ କରିବା ପାଇଁ ଅନୁରୋଧ ରଖିବୁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ
କେନ୍ଦ୍ର ସରକାରଙ୍କ…
ପୁଣି କହିଛନ୍ତି, ସ୍ଥାନୀୟ ଜିଲା ପ୍ରଶାସନ, ପୋଲିସ ଅଧିକାରୀ, ସବୁ ରାଜନୈତିକ ଦଳର ନେତା କୋଟିଆରେ ରହିଛନ୍ତି। ଗୁରୁବାର ନିର୍ୱାଚନକୁ ପଣ୍ଡ କରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଛି। ସରକାରଙ୍କ ପକ୍ଷରୁ ଆଉ କେତେକ ରଣନୀତି ରହିଛି, ଯାହାକୁ ସାର୍ୱଜନୀନ କରାଯାଇ ପାରିବ ନାହିଁ। ଆନ୍ଧ୍ର ଏତିକି ଜାଣିବା କଥା, ସେଠାରେ ଜଣେ ଜଣେ କାର୍ଯ୍ୟରତ ସରପଞ୍ଚ, ସମିତିସଭ୍ୟ ଓଡ଼ିଶାର ଅଛନ୍ତି। ପୃଥିବୀର କୌଣସି ସ୍ଥାନରେ ଏମିତି ସ୍ଥିତି ଉପୁଜେ ନାହିଁ। କୋଟିଆରେ ରାସ୍ତା ସହ ଅନ୍ୟ ଭିତ୍ତିଭୂମି ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସେଠାରେ
ଆନ୍ଧ୍ରର ଗୋଟିଏ ବି କାର୍ଯ୍ୟାଳୟ ନାହିଁ। ହେଲେ ସେମାନେ କେବଳ ଲୋକଙ୍କୁ ପ୍ରଲୋଭିତ କରି ଉକ୍ତ ଅଞ୍ଚଳକୁ ନିଜର କରିବା ପାଇଁ ବଳ ପ୍ରୟୋଗ କରୁଛନ୍ତି। ଏଥିରେ ସେମାନେ ସଫଳ ହେବେନାହିଁ। ୨୦୨୧ରେ ଚର୍ଚ୍ଚରେ ପୋଲିଙ୍ଗ୍‌ ବୁଥ୍‌ କରି ନିର୍ୱାଚନ ପାଇଁ ଚେଷ୍ଟା କରିଥିଲେ। ଏଥର କୋଟିଆ ଭିତରେ ବୁଥ୍‌ କରିପାରିଲେ ନାହିଁ। ବିନା ପ୍ରତିଦ୍ୱନ୍ଦ୍ୱିତାରେ କିଭଳି ସରପଞ୍ଚ ହୋଇପାରିବେ ସେନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ପ୍ରାର୍ଥୀଙ୍କ ସହ ବୁଝାମଣା ଚାଲିଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର ଯେଉଁ ସାମ୍ୱିଧାନିକ ସଙ୍କଟ ସୃଷ୍ଟି କରିବାକୁ ଚାହୁଁଛି, ତାହା ଗଣତନ୍ତ୍ର ପ୍ରତି ବିପଦ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ, ୫ା୧୧ (ପି.ଟି.): ସେନାର ଅଗ୍ନିପଥ ନିଯୁକ୍ତି ଯୋଜନାରେ କେନ୍ଦ୍ର ସରକାର ବୁଧବାର ଏକ ବଡ଼ଧରଣର ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ୪ ବର୍ଷର…

ମିଡ୍‌ଟର୍ମ ପରାଜୟ ପରେ ଜେଡି ଭାନ୍ସଙ୍କ ବଡ଼ ବୟାନ, ଏହି କାରଣରୁ ହାରିଲୁ…

ୱାଶିଂଟନ୍‌,୪ା୧୧: ଇରାନ୍‌ ସହ ଯୁଦ୍ଧ ଆମେରିକାର ରିପବ୍ଲିକାନ୍‌ ପାର୍ଟିର ମଧ୍ୟବର୍ତ୍ତୀ ବା ମିଡ୍‌ଟର୍ମ ନିର୍ବାଚନ ପରାଜୟର ପ୍ରମୁଖ କାରଣ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବୁଧବାର…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

ନୂଆଦିଲ୍ଲୀ,୪ା୧୧(ପି.ଟି): ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ…

ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା…

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

ଘରେ ଲୁଚାଇ ରଖିଥିଲେ ବିପୁଳ ବାଣ, ଚଢ଼ାଉ କରି ଜବତ କଲା ପୋଲିସ

ଦିଗପହଣ୍ଡି/ଚିକିଟି,୪।୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ପୋଲିସ ଟିମ୍ ଚିକିଟି ପେଣ୍ଠ ଗ୍ରାମର ଏକ ଘରେ ଚଢ଼ାଉ କରିଛି…

’ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କଲେ ଜିଲାପାଳ, ହିତାଧିକାରୀଙ୍କ ବିକାଶ ଉପରେ ସ୍ପେଶାଲ ଫୋକସ୍‌

ଗୋଲାମୁଣ୍ଡା,୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ତୁର୍ଲାପଡା(ବାଗମୁଣ୍ଡା ) ଗ୍ରାମରେ ବୁଧବାର ‘ଅନ୍ତ୍ୟୋଦୟ ନଗର’ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲାପାଳ ପାଓ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?