ଟ୍ରମ୍ପଙ୍କୁ ନିର୍ବାଚନୀ ଝଟ୍‌କା: ହାରୁ ହାରୁ ଇରାନୀ ତୈଳ ନେଟୱର୍କ ଉପରେ ନେଲେ ଆକ୍ସନ, ଭାରତୀୟ କମ୍ପାନୀକୁ କଲେ ବ୍ୟାନ୍‌

ଓ଼୍ବାଶିଂଟନ,୫।୧୧: ଆମେରିକା ଇରାନ ବିରୋଧରେ ପୁଣି ଥରେ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଏଥର ସେମାନଙ୍କର ତୈଳ ନେଟୱର୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭାରତରେ ଅବସ୍ଥିତ ଜଣେ ଦମ୍ପତି ଏବଂ ସେମାନଙ୍କ ସହିତ ଜଡ଼ିତ କମ୍ପାନୀଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯିବାର ଘୋଷଣା କରାଯାଇଛି। ସେମାନଙ୍କ ଉପରେ ଅଭିଯୋଗ ରହିଛି ଯେ ସେମାନେ ଜାଲ ସାମୁଦ୍ରିକ ପଞ୍ଜୀକରଣ ଜରିଆରେ ଇରାନକୁ ତୈଳ ରପ୍ତାନି ଉପରେ ଲାଗିଥିବା ଆନ୍ତର୍ଜାତୀୟ ପ୍ରତିବନ୍ଧକରୁ ବର୍ତ୍ତିବାରେ ସାହାଯ୍ୟ କରିଥିଲେ।

ବୁଧବାର ଆମେରିକୀୟ ଅର୍ଥ ବିଭାଗ (US Department of the Treasury) ଏହି ପ୍ରତିବନ୍ଧକଗୁଡ଼ିକର ଘୋଷଣା କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଚଣ୍ଡୀଗଡ଼ର ସୁନୀଲ କୁମାର ଶର୍ମା ଏବଂ ତାଙ୍କ ପତ୍ନୀ ଜସପ୍ରୀତ ପ୍ରୀତି ଶାହିଦଙ୍କ ଉପରେ ଲଗାଯାଇଛି। ସେମାନଙ୍କ ଉପରେ ଏଭଳି ଏକ ନେଟୱର୍କ ଚଳାଉଥିବାର ଅଭିଯୋଗ ରହିଛି, ଯାହାକି ଇରାନୀ ପେଟ୍ରୋଲିୟମ ବୋହି ନେଉଥିବା ଜାହାଜଗୁଡ଼ିକୁ ଜାଲ ପଞ୍ଜୀକରଣ ଏବଂ ପ୍ରମାଣପତ୍ର ଯାଗାତ ଯୋଗାଇ ଦେଉଥିଲା।

ସୁନୀଲ କୁମାର ଶର୍ମା ଏବଂ ତାଙ୍କ ପତ୍ନୀଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଭାରତୀୟ ନାଗରିକ ଅଶ୍ୱନୀ କୁମାର ଧୀମାନ ଏବଂ ଈଶ୍ୱରବିନ୍ଦ୍ର ସିଂହଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସେମାନଙ୍କ ଉପରେ ଅଭିଯୋଗ ରହିଛି ଯେ ସେମାନେ ଏହି ଦମ୍ପତିଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକରେ ନିର୍ଦ୍ଦେଶକ ଭାବରେ ସାମିଲ ଥିଲେ। ଏହି କାର୍ଯ୍ୟାନୁଷ୍ଠାନରେ ଭାରତ ସହିତ ଜଡ଼ିତ ନଅଟି ସଂସ୍ଥା (entities) ର ନାମ ସାମିଲ ଅଛି।

ଏହା ବ୍ୟତୀତ, ୱାଶିଂଟନ ତୁର୍କୀର କମ୍ପାନୀ ’ଫୁଗୋ ଗ୍ରାଉଣ୍ଡ ସର୍ଭିସେସ ଇଙ୍କ’ କୁ ମଧ୍ୟ ଟାର୍ଗେଟ କରିଛି। ଏହା ଉପରେ ଅଭିଯୋଗ ରହିଛି ଯେ ଏହା ଆମେରିକା ଦ୍ୱାରା ପ୍ରତିବନ୍ଧିତ ଛଅଟି ଇରାନୀ ଏୟାରଲାଇନ୍ସ ଇରାନ ଏୟାର ଟୁର୍‌, ସାହା ଏୟାରଲାଇନ୍ସ, ସେପେହରାନ ଏୟାରଲାଇନ୍ସ, ଭାରେଶ ଏୟାରଲାଇନ୍ସ, ତବାନ ଏୟାରଲାଇନ୍ସ ଏବଂ ଅତା ଏୟାରଲାଇନ୍ସ କମ୍ପାନୀ କୁ ଗ୍ରାଉଣ୍ଡ-ହ୍ୟାଣ୍ଡଲିଂ ଏବଂ ଅନ୍ୟାନ୍ୟ ସେବା ଯୋଗାଇ ଦେଇଛି।

ୱାଶିଂଟନ ର କହିବା କଥା ଯେ ଏହି ନେଟୱର୍କ ଇରାନର ’ଶ୍ୟାଡୋ ଫ୍ଲିଟ’ (ଗୁପ୍ତ ଜାହାଜ ବାହିନୀ) କୁ ତୈଳ ବୋହିବାରେ ସାହାଯ୍ୟ କରିଛି। ଏଥିପାଇଁ ସେମାନେ ଜାଲ ସାମୁଦ୍ରିକ କାଗଜପତ୍ର ବ୍ୟବହାର କରି ଜାହାଜଗୁଡ଼ିକର ପରିଚୟ ଏବଂ ସେଗୁଡ଼ିକର ମାଲିକାନା ଅଧିକାରକୁ ଲୁଚାଇଥିଲେ। ଏହି ଜାହାଜଗୁଡ଼ିକ ମଧ୍ୟରୁ କେତେକ କଥିତ ଭାବରେ ଇରାନୀ ସେନା ଏବଂ ଏହାର ପ୍ରକ୍ସି (ସହଯୋଗୀ ଗୋଷ୍ଠୀ) ମାନଙ୍କ ପାଇଁ କାମ କରୁଥିଲେ।

ଏହି ପଦକ୍ଷେପ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ’ଅପରେସନ ଇକୋନମିକ ଆଉଟକାଷ୍ଟ’ (Operation Economic Outcast) ର ଏକ ଅଂଶ ଅଟେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଇରାନର ତୈଳ ଜନିତ ଆୟକୁ ରୋକିବା ଏବଂ ଆମେରିକା ସହିତ ଚାଲିଥିବା ଯୁଦ୍ଧ ପାଇଁ ଇରାନର ଆର୍ଥିକ କ୍ଷମତାକୁ ସୀମିତ କରିବା।

ଆମେରିକୀୟ ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ତେହେରାନକୁ ସମର୍ଥନ କରୁଥିବା ଅଭିଯୁକ୍ତ ବ୍ୟକ୍ତି ଏବଂ ବ୍ୟବସାୟଗୁଡ଼ିକୁ ଚେତାବନୀ ଦେଇଛନ୍ତି। ବେସେଣ୍ଟ କହିଛନ୍ତି, “ଯେପରି ଆମେ ଅନେକ ଥର କହିଛୁ ଯେ ଅପରେସନ ଇକୋନମିକ ଆଉଟକାଷ୍ଟ ଅଧୀନରେ ଆପଣ ହେଲେ ଆମ ସହିତ ଅଛନ୍ତି କିମ୍ୱା ଆମ ବିରୁଦ୍ଧରେ ଅଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଜାଣିଛୁ ଆପଣ କେଉଁଠାରେ ଅଛନ୍ତି ଏବଂ ଯେଉଁ ଲୋକମାନେ ଇରାନୀ ଶାସନକୁ ସମର୍ଥନ କରିବା ଜାରି ରଖିବେ, ସେମାନଙ୍କ ଉପରେ ଆମେ ପ୍ରତିବନ୍ଧକ ଲଗାଇବୁ। ସେ ସେମାନେ ଜମି, ସମୁଦ୍ର କିମ୍ୱା ବାୟୁ ପଥରେ ଏହା କରୁଥାନ୍ତୁ କାହିଁକି ନାଁ।”


Enter your email to get our daily news in your inbox.

All Right Reserved By Dharitri.Com

ଆସାମରେ ମର୍ମନ୍ତୁଦ ଦୁର୍ଘଟଣା: କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମୁହାଁମୁହିଁ, ଚାଲିଗଲା ୨୩ ଯାତ୍ରୀଙ୍କ ଜୀବନ

କାଜିରଙ୍ଗା,୧୩।୧୧: ଆସାମ କାଜିରଙ୍ଗାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ…

ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…

କାଠ ଚୁଲିରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ…

ପିସି କାରବାର: ପୁଣି ଗର୍ଜିଲେ ବରଗଡ଼ ଏମ୍‌ପି, ଅଧିକାରୀଙ୍କୁ ତାଗିଦ୍‌ କରି କହିଲେ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଖୋଦ ବରଗଡ଼ ଲୋକ ସଭା ଏମ୍‌ପି(MP) ପ୍ରଦୀପ ପୁରୋହିତ…

ହନୁମାନ ମନ୍ଦିରରୁ ଚୋରି, ଦେଢ଼ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ମଳାସପଦର ରାସ୍ତାରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ବିଳମ୍ବିତ ରାତିରେ…

ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ, ଆସନ୍ତା…

କଟକ,୧୩।୧୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ…

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?