Posted inଖେଳ

ଯୌନ ଶୋଷଣ ଅଭିଯୋଗ ଆଣିଲେ ଜେନ୍ନି

ମାଡ୍ରିଡ୍‌, ୭ା୯(ପି.ଟି.): ଫିଫା ମହିଳା ବିଶ୍ୱକପ ଚାମ୍ପିୟନ ସ୍ପେନ୍‌ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଫୁଟବଲ ସଂଘ ମୁଖ୍ୟ ଲୁଇସ୍‌ ରୁବେଲ୍ସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ରୁବେଲ୍ସ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋଙ୍କୁ ଓଠରେ କିସ୍‌ କରିଥିଲେ। ଏହି ମାମଲାକୁ ନେଇ ଫିଫା ପକ୍ଷରୁ ରୁବେଲ୍ସଙ୍କୁ ବାସନ୍ଦ ମଧ୍ୟ କରାଯାଇଛି।

ଆରମ୍ଭରୁ ଜେନ୍ନି ହର୍ମୋସୋ ଏହି ଘଟଣାକୁ ନେଇ ରୁବେଲ୍ସଙ୍କ ସମର୍ଥନ କରିଥିବା ବେଳେ ବୁଧବାର ନିଜର ମତ ପରିବର୍ତ୍ତନ କରିଛନ୍ତି। ବୁଧବାର ଜେନ୍ନି ସ୍ପେନ୍‌ର ପ୍ରସିକ୍ୟୁଟରଙ୍କ ନିକଟରେ ଯୌନ ଶୋଷଣର ଅଭିଯୋଗ କରିବା ସହିତ ମତ ପରିବର୍ତ୍ତନ କରିବା ପାଇଁ ସ୍ପେନ୍‌ ଫୁଟବଲ ଫେଡେରେଶନ୍‌ ପକ୍ଷରୁ ତାଙ୍କ ଉପରେ ଚାପ ପକା ଯାଇଥିଲା ବୋଲି କହିଛନ୍ତି।

ପୂର୍ବରୁ ରୁବେଲ୍ସ ଏହି ଚୁମ୍ବନ ନେଇ ଉଭୟଙ୍କ ସହମତି ରହିଥିବା କହିଥିବା ବେଳେ ବୁଧବାର ଜେନି ଏହାକୁ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ବିବାଦ ଦେଖା ଦେବା ସ୍ପେନ୍‌ ଫୁଟବଲ ମହାସଂଘ ପକ୍ଷରୁ ଜାରି କରାଯାଇଥିବା ମନ୍ତବ୍ୟ ଅନୁସାରେ ହର୍ମେସୋ ଏହାକୁ ସଠିକ୍‌ ଦର୍ଶାଇଥିଲେ। ବିଜୟର ଖୁସିରେ ଆମେ ଏଭଳି କରିଥିବା ବେଳେ ଏଥିରେ ଉଭୟଙ୍କ ସହମତି ରହିଥିଲା। ସଭାପତିଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଭଲ ରହିଥିବା ସେ କହିଥିବା ନେଇ ବକ୍ତବ୍ୟ ଜାରି କରାଯାଇଥିଲା। ଅଭିଯୋଗ ଦାଖଲ ପରେ ଅସନ୍ତା ସପ୍ତାହରେ ବୟାନ ରେକର୍ଡ କରାଯିବ ବୋଲି କୁହାଯାଇଛି।

ଏହି ଘଟଣା ପରେ ସ୍ପେନ୍‌ ସରକାର, ଖେଳାଳିଙ୍କ ସଂଘ ଓ ଅନେକ ସାଧାରଣ ନାଗରିକ ଜେନ୍ନି ହର୍ମୋସୋଙ୍କୁ ସମର୍ଥନ କରିଥିଲେ। ଅଗଷ୍ଟ ୨୭ ତାରିଖରେ ଫିଫା ପକ୍ଷରୁ ରୁବେଲ୍ସଙ୍କୁ ବାସନ୍ଦ କରାଯାଇଥିବା ବେଳେ ସେ ବର୍ତ୍ତମାନ ୟୁଏଫାର ଉପ ସଭାପତି ରହିଛନ୍ତି। ୩୩ ବର୍ଷୀୟ ଫରଓ୍ବାର୍ଡ ଖେଳାଳି ଜେନ୍ନି ବର୍ତ୍ତମାନ ମେକ୍ସିକାନ କ୍ଲବ ପାଚୁଆ ପକ୍ଷରୁ ଖେଳୁଛନ୍ତି।

ଏହା ପୂର୍ବରୁ ସେ ବାର୍ସେଲୋନା, ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ଓ ଆଟଲେଟିକୋ ମାଡ୍ରିଡ୍‌ ପାଇଁ ସେ ଖେଳି ସାରିଛନ୍ତି। ବିଶ୍ୱକପ ବିଜୟୀ ସ୍ପେନ୍‌ ଦଳର ମୁଖ୍ୟ କୋଚ୍‌ ରହିଥିବା ଜର୍ଜ ଭିଲ୍ଡାଙ୍କ ନାମରେ ମଧ୍ୟ ଏକ ବର୍ଷ ପୂର୍ବରୁ ୧୫ ଜଣ ଖେଳାଳି ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଆଲେକ୍ସିସ୍‌ ପୁଟେଲାସଙ୍କ ସହିତ ଜେନି ହର୍ମୋସୋ ମଧ୍ୟ ଏହି ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?