ଗ୍ରାହକଙ୍କୁ ମିଳୁନି ଉପଯୁକ୍ତ ସେବା

ପଟ୍ଟାମୁଣ୍ଡାଇ,୭ା୯ (କଳ୍ପତରୁ ନାୟକ)କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ଉପ ଡାକଘର ସମସ୍ୟା ଘେରରେ ରହିଛି। ଅଧିକାଂଶ ସମୟ ଏହି ଡାକଘର ଅଚଳ ରହୁଛି। ଫଳରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ମିଳି ପାରୁନାହିଁ। ଏଠାରେ ଥିବା ପୋଷ୍ଟମାଷ୍ଟର ଗ୍ରାହକଙ୍କୁ ଦୁର୍ବ୍ୟବହାର କରିବା ସହ କାମ ନ କରିବାକୁ ଖୁଲମ୍‌ ଖୁଲା ଧମକ ଦେଉଛନ୍ତି। ଲିଙ୍କ୍‌ ନ ଥିବା କହି କୌଣସି କାମ ହୋଇପାରୁନାହିଁ କହି ବୋର୍ଡ ଟଙ୍ଗାଇ ଦେଉଛନ୍ତି। ଫଳରେ ଦୈନିକ ଶତାଧିକ ଲୋକ ନିରାଶ ହୋଇ ଫେରୁଛନ୍ତି। ଏ ନେଇ ପୋଷ୍ଟ ଅଫିସ ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତର ଲୋକ ଭୁବନେଶ୍ୱର ମୁଖ୍ୟ ପୋଷ୍ଟ ମାଷ୍ଟର, ଅଧୀକ୍ଷକ ପୋଷ୍ଟ ଅଫିସ କେନ୍ଦ୍ରାପଡ଼ା ଓ ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବ୍ଲକର ଜରିଆ ପୋଷ୍ଟ ଅଫିସ ଉପରେ ଅରଡପଲ୍ଲୀ, ଗଙ୍ଗାରାମପୁର ଓ ସାନଜରିଆ ପଂଚାୟତ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ନିର୍ଭର କରନ୍ତି। ଏହି ଗ୍ରାମାଞ୍ଚଳର ଯୋଗାଯୋଗ ପାଇଁ ସରକାରଙ୍କର ଜରିଆ ଡାକଘର ଏକ ବଡ଼ ମାଧ୍ୟମ ହୋଇଥିବା ବେଳେ ପୂର୍ବରୁ ଠିକଠାକ ଚାଲୁଥିଲା। ମାତ୍ର ଆଜକୁ ବର୍ଷେ ହେବ ପ୍ରସନ୍ନ ବେହେରା ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେବାଠାରୁ ପୋଷ୍ଟ ଅଫିସରେ ଅଚଳା ଅବସ୍ଥା ଲାଗିରହିଛି। ବିଭିନ୍ନ ସମୟରେ ଡାକଘର ବନ୍ଦ ରଖୁଛନ୍ତି। ପଚାରିଲେ ବିଭିନ୍ନ ଆଳ ଦେଖାଉଛନ୍ତି। ଏଠାକାର ଲୋକେ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରେ ଚାକିରି କରିଛନ୍ତି। ଆଖପାଖରେ ଅନ୍ୟ କୌଣସି ମାଧ୍ୟମ ନ ଥିବା ବେଳେ ମହିଳାମାନେ ଏହି ଉପ ଡାକଘର ଉପରେ ନିର୍ଭର କରିଥାନ୍ତି। ମାତ୍ର ପୋଷ୍ଟ ମାଷ୍ଟର ବିଭିନ୍ନ ସମୟରେ ନିଶାଶକ୍ତ ଅବସ୍ଥାରେ ରହି ମହିଳାମାନଙ୍କୁ ଗାଳିଗୁଲଜ କରିବା ସହ ଅଶ୍ଲିଳ ଇଙ୍ଗିତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି। ଖାଲି ଏତିକି ନୁହେଁ ବରଂ ବହୁବାର ପୋଷ୍ଟ ମାଷ୍ଟର ୫ ମିନିଟ୍‌ର କାମକୁ ଘଣ୍ଟା ଘଣ୍ଟା ଧରି କରୁଛନ୍ତି। ଆଉ ପଚାରିଲା ବେଳକୁ ଲୋକଙ୍କୁ ସରକାରୀ ତୋଡ ଦେଖାଉଛନ୍ତି। ଏହି ଡାକଘର ଥିବା ଜନସାଧାରଣଙ୍କ ଜମା ଅର୍ଥ ଉଠାଣ ପାଇଁ ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। କେୱାସି ପାଇଁ ଲୋକେ ୮ରୁ ୧୦ ଦିନ ଦୌଡୁଛନ୍ତି। ବହୁ ଉପଭୋକ୍ତା ସେମାନଙ୍କ ଖାତା ବନ୍ଦ କରି ଦେଲେଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ସ୍ଥାନୀୟ ସୁଦର୍ଶନ ସ୍ବାଇଁ, ଗୋପୀନାଥ ସାହୁ, ଅଧିକାରୀ ଶରତ ଚନ୍ଦ୍ର ଦାଶ, ସହଦେବ ଘଡାଇ, ସୁବୋଧ ସ୍ବାଇଁ, ଉମେଶ ବେହେରା, ବାବାଜୀ ସାହୁ, ରଶ୍ମିରଞ୍ଜନ ଜେନା, ଶରତ ଦାଶ, ଗୋବିନ୍ଦ ପଟ୍ଟନାୟକ, ଅଜୟ ସାହୁ, ଚିତ୍ତ ରଞ୍ଜନ ମଲିକ, ଗଗନ ବିଶ୍ୱାଳ, ବ୍ରଜ କିଶୋର ନାୟକ, ସଞ୍ଜୟ ଗାହାଣ, ସୁବମ ସୂତାର, କଳାକାର ବେହେରା, ଦୁଲ୍ଲଭ ମଳିକ, ଗଗନ ବାରିକ ସମେତ ଶତାଧିକ ଲୋକଙ୍କ ଦସ୍ତଖତ ସହ ଭୁବନେଶ୍ୱର ମୁଖ୍ୟ ପୋଷ୍ଟ ଅଫିସ, ଅଧୀକ୍ଷକ ପୋଷ୍ଟ ଅଫିସ କେନ୍ଦ୍ରାପଡ଼ା ଏବଂ ସୂଚନା ପ୍ରଯୁକ୍ତିର ରେଳ ମନ୍ତ୍ରୀ ବୈଷ୍ଣବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯଦି ଦରଖାସ୍ତ ପାଇବାର ୮ଦିନ ମଧ୍ୟରେ ପୋଷ୍ଟ ମାଷ୍ଟର ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତାହା ହେଲେ ୩ଟି ପଞ୍ଚାୟତର ଜନସାଧାରଣ ଜରିଆ ପୋଷ୍ଟ ଅଫିସ ସାମ୍ନାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ମୁଖ୍ୟ ପୋଷ୍ଟ ଅଫିସ ଅଧୀକ୍ଷକ ଦେବରାଜ ସେଠୀଙ୍କୁ ପଚାରିବାରେୁ ଏ ବାବଦରେ ଅଭିଯୋଗ ପାଇ ଅଗଷ୍ଟ ୩୦ରେ ଅତିରିକ୍ତ ଅଧୀକ୍ଷକ ଯାଇ ତଦନ୍ତ କରିଛନ୍ତି, ସେ ଦେଇଥିବା ରିପୋର୍ଟ ଉପରେ ଅନୁଧ୍ୟାନ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପୋଷ୍ଟମାଷ୍ଟରଙ୍କ ବିରୋଧରେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?