ଗ୍ରାହକଙ୍କୁ ମିଳୁନି ଉପଯୁକ୍ତ ସେବା

ପଟ୍ଟାମୁଣ୍ଡାଇ,୭ା୯ (କଳ୍ପତରୁ ନାୟକ)କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ଉପ ଡାକଘର ସମସ୍ୟା ଘେରରେ ରହିଛି। ଅଧିକାଂଶ ସମୟ ଏହି ଡାକଘର ଅଚଳ ରହୁଛି। ଫଳରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ମିଳି ପାରୁନାହିଁ। ଏଠାରେ ଥିବା ପୋଷ୍ଟମାଷ୍ଟର ଗ୍ରାହକଙ୍କୁ ଦୁର୍ବ୍ୟବହାର କରିବା ସହ କାମ ନ କରିବାକୁ ଖୁଲମ୍‌ ଖୁଲା ଧମକ ଦେଉଛନ୍ତି। ଲିଙ୍କ୍‌ ନ ଥିବା କହି କୌଣସି କାମ ହୋଇପାରୁନାହିଁ କହି ବୋର୍ଡ ଟଙ୍ଗାଇ ଦେଉଛନ୍ତି। ଫଳରେ ଦୈନିକ ଶତାଧିକ ଲୋକ ନିରାଶ ହୋଇ ଫେରୁଛନ୍ତି। ଏ ନେଇ ପୋଷ୍ଟ ଅଫିସ ଉପରେ ନିର୍ଭର କରୁଥିବା ୩ ପଞ୍ଚାୟତର ଲୋକ ଭୁବନେଶ୍ୱର ମୁଖ୍ୟ ପୋଷ୍ଟ ମାଷ୍ଟର, ଅଧୀକ୍ଷକ ପୋଷ୍ଟ ଅଫିସ କେନ୍ଦ୍ରାପଡ଼ା ଓ ଯୋଗାଯୋଗ, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବ୍ଲକର ଜରିଆ ପୋଷ୍ଟ ଅଫିସ ଉପରେ ଅରଡପଲ୍ଲୀ, ଗଙ୍ଗାରାମପୁର ଓ ସାନଜରିଆ ପଂଚାୟତ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ନିର୍ଭର କରନ୍ତି। ଏହି ଗ୍ରାମାଞ୍ଚଳର ଯୋଗାଯୋଗ ପାଇଁ ସରକାରଙ୍କର ଜରିଆ ଡାକଘର ଏକ ବଡ଼ ମାଧ୍ୟମ ହୋଇଥିବା ବେଳେ ପୂର୍ବରୁ ଠିକଠାକ ଚାଲୁଥିଲା। ମାତ୍ର ଆଜକୁ ବର୍ଷେ ହେବ ପ୍ରସନ୍ନ ବେହେରା ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେବାଠାରୁ ପୋଷ୍ଟ ଅଫିସରେ ଅଚଳା ଅବସ୍ଥା ଲାଗିରହିଛି। ବିଭିନ୍ନ ସମୟରେ ଡାକଘର ବନ୍ଦ ରଖୁଛନ୍ତି। ପଚାରିଲେ ବିଭିନ୍ନ ଆଳ ଦେଖାଉଛନ୍ତି। ଏଠାକାର ଲୋକେ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରେ ଚାକିରି କରିଛନ୍ତି। ଆଖପାଖରେ ଅନ୍ୟ କୌଣସି ମାଧ୍ୟମ ନ ଥିବା ବେଳେ ମହିଳାମାନେ ଏହି ଉପ ଡାକଘର ଉପରେ ନିର୍ଭର କରିଥାନ୍ତି। ମାତ୍ର ପୋଷ୍ଟ ମାଷ୍ଟର ବିଭିନ୍ନ ସମୟରେ ନିଶାଶକ୍ତ ଅବସ୍ଥାରେ ରହି ମହିଳାମାନଙ୍କୁ ଗାଳିଗୁଲଜ କରିବା ସହ ଅଶ୍ଲିଳ ଇଙ୍ଗିତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି। ଖାଲି ଏତିକି ନୁହେଁ ବରଂ ବହୁବାର ପୋଷ୍ଟ ମାଷ୍ଟର ୫ ମିନିଟ୍‌ର କାମକୁ ଘଣ୍ଟା ଘଣ୍ଟା ଧରି କରୁଛନ୍ତି। ଆଉ ପଚାରିଲା ବେଳକୁ ଲୋକଙ୍କୁ ସରକାରୀ ତୋଡ ଦେଖାଉଛନ୍ତି। ଏହି ଡାକଘର ଥିବା ଜନସାଧାରଣଙ୍କ ଜମା ଅର୍ଥ ଉଠାଣ ପାଇଁ ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। କେୱାସି ପାଇଁ ଲୋକେ ୮ରୁ ୧୦ ଦିନ ଦୌଡୁଛନ୍ତି। ବହୁ ଉପଭୋକ୍ତା ସେମାନଙ୍କ ଖାତା ବନ୍ଦ କରି ଦେଲେଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ସ୍ଥାନୀୟ ସୁଦର୍ଶନ ସ୍ବାଇଁ, ଗୋପୀନାଥ ସାହୁ, ଅଧିକାରୀ ଶରତ ଚନ୍ଦ୍ର ଦାଶ, ସହଦେବ ଘଡାଇ, ସୁବୋଧ ସ୍ବାଇଁ, ଉମେଶ ବେହେରା, ବାବାଜୀ ସାହୁ, ରଶ୍ମିରଞ୍ଜନ ଜେନା, ଶରତ ଦାଶ, ଗୋବିନ୍ଦ ପଟ୍ଟନାୟକ, ଅଜୟ ସାହୁ, ଚିତ୍ତ ରଞ୍ଜନ ମଲିକ, ଗଗନ ବିଶ୍ୱାଳ, ବ୍ରଜ କିଶୋର ନାୟକ, ସଞ୍ଜୟ ଗାହାଣ, ସୁବମ ସୂତାର, କଳାକାର ବେହେରା, ଦୁଲ୍ଲଭ ମଳିକ, ଗଗନ ବାରିକ ସମେତ ଶତାଧିକ ଲୋକଙ୍କ ଦସ୍ତଖତ ସହ ଭୁବନେଶ୍ୱର ମୁଖ୍ୟ ପୋଷ୍ଟ ଅଫିସ, ଅଧୀକ୍ଷକ ପୋଷ୍ଟ ଅଫିସ କେନ୍ଦ୍ରାପଡ଼ା ଏବଂ ସୂଚନା ପ୍ରଯୁକ୍ତିର ରେଳ ମନ୍ତ୍ରୀ ବୈଷ୍ଣବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯଦି ଦରଖାସ୍ତ ପାଇବାର ୮ଦିନ ମଧ୍ୟରେ ପୋଷ୍ଟ ମାଷ୍ଟର ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତାହା ହେଲେ ୩ଟି ପଞ୍ଚାୟତର ଜନସାଧାରଣ ଜରିଆ ପୋଷ୍ଟ ଅଫିସ ସାମ୍ନାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ମୁଖ୍ୟ ପୋଷ୍ଟ ଅଫିସ ଅଧୀକ୍ଷକ ଦେବରାଜ ସେଠୀଙ୍କୁ ପଚାରିବାରେୁ ଏ ବାବଦରେ ଅଭିଯୋଗ ପାଇ ଅଗଷ୍ଟ ୩୦ରେ ଅତିରିକ୍ତ ଅଧୀକ୍ଷକ ଯାଇ ତଦନ୍ତ କରିଛନ୍ତି, ସେ ଦେଇଥିବା ରିପୋର୍ଟ ଉପରେ ଅନୁଧ୍ୟାନ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପୋଷ୍ଟମାଷ୍ଟରଙ୍କ ବିରୋଧରେ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri