Posted inଖେଳ

ସେମିରେ ବୋପାନ୍ନା-ଇବ୍‌ଡେନ

ନ୍ୟୁୟର୍କ, ୭।୯ (ପି.ଟି.): ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଇବ୍‌ଡେନ ୭ ସେଟ୍‌ ପଏଣ୍ଟ ସେଭ୍‌ କରି ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଭାରତ-ଅଷ୍ଟ୍ରେଲିଆ ଯୋଡ଼ି କ୍ୱାର୍ଟରଫାଇନାଲରେ ଆମେରିକା ଯୋଡ଼ି ନାଥାନିଏଲ ଲାମନ୍ସ ଓ ଜ୍ୟାକସନ ଓ୍ବିଥ୍ରୋଙ୍କୁ ୭-୬ (୧୦), ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ବୋପାନ୍ନା-ଇବ୍‌ଡେନ ଏହା ପୂର୍ବରୁ ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ।

ମାତ୍ର ସେଠାରେ ଓ୍ବେସଲି କୋଲହୋପ ଓ ନିଲ୍‌ ସ୍କୁପ୍‌ସ୍କିଙ୍କଠାରୁ ହାରି ଯାଇଥିଲେ। ସେମିଫାଇନାଲରେ ବିଜୟୀ ହେଲେ ୪୩ ବର୍ଷୀୟ ବୋପାନ୍ନା କ୍ୟାରିୟରରେ ଦ୍ୱିତୀୟ ଥର ଲାଗି ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବେ। ପୂର୍ବରୁ ସେ ୨୦୧୦ରେ ଏହି ୟୁଏସ୍‌ ଓପନରେ ହିଁ ଫାଇନାଲ ଖେଳିବା ସୌଭାଗ୍ୟ ପାଇଥିଲେ। ସେମିଫାଇନାଲରେ ବୋପାନ୍ନା-ଇବ୍‌ଡେନ ଯୋଡ଼ି ଫ୍ରାନ୍ସର ପିଏରେ ହ୍ୟୁଗ୍ସ ହର୍ବର୍ଟ ଓ ନିକୋଲାସ ମାହୁଟଙ୍କୁ ଭେଟିବେ। ଏହି ଫ୍ରାନ୍ସ ଯୋଡ଼ି ଅନ୍ୟ କ୍ୱାର୍ଟରଫାଇନାଲରେ ରବର୍ଟ ଗାଲୋଓ୍ବେ ଓ ଆଲବାନୋ ଓଲିଭେଟିଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

ମହିଳାଙ୍କୁ ମିଳିବ ଗୋଟିଏ ବର୍ଷ ପାଇଁ ମାଗଣା ମୋବାଇଲ ରିଚାର୍ଜ! ଶେଷରେ ମୋଦି ସରକାର ଦେଲେ ସଫେଇ

ନୂଆଦିଲ୍ଲୀ,୧୦।୮: ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ଏଥିରେ ପ୍ରାୟତଃ ସରକାରୀ ଘୋଷଣା ଏବଂ ଯୋଜନା ବିଷୟରେ ସୂଚନା ଥାଏ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri