Posted inଖେଳ

ସେମିରେ ବୋପାନ୍ନା-ଇବ୍‌ଡେନ

ନ୍ୟୁୟର୍କ, ୭।୯ (ପି.ଟି.): ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଇବ୍‌ଡେନ ୭ ସେଟ୍‌ ପଏଣ୍ଟ ସେଭ୍‌ କରି ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଭାରତ-ଅଷ୍ଟ୍ରେଲିଆ ଯୋଡ଼ି କ୍ୱାର୍ଟରଫାଇନାଲରେ ଆମେରିକା ଯୋଡ଼ି ନାଥାନିଏଲ ଲାମନ୍ସ ଓ ଜ୍ୟାକସନ ଓ୍ବିଥ୍ରୋଙ୍କୁ ୭-୬ (୧୦), ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ବୋପାନ୍ନା-ଇବ୍‌ଡେନ ଏହା ପୂର୍ବରୁ ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ।

ମାତ୍ର ସେଠାରେ ଓ୍ବେସଲି କୋଲହୋପ ଓ ନିଲ୍‌ ସ୍କୁପ୍‌ସ୍କିଙ୍କଠାରୁ ହାରି ଯାଇଥିଲେ। ସେମିଫାଇନାଲରେ ବିଜୟୀ ହେଲେ ୪୩ ବର୍ଷୀୟ ବୋପାନ୍ନା କ୍ୟାରିୟରରେ ଦ୍ୱିତୀୟ ଥର ଲାଗି ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବେ। ପୂର୍ବରୁ ସେ ୨୦୧୦ରେ ଏହି ୟୁଏସ୍‌ ଓପନରେ ହିଁ ଫାଇନାଲ ଖେଳିବା ସୌଭାଗ୍ୟ ପାଇଥିଲେ। ସେମିଫାଇନାଲରେ ବୋପାନ୍ନା-ଇବ୍‌ଡେନ ଯୋଡ଼ି ଫ୍ରାନ୍ସର ପିଏରେ ହ୍ୟୁଗ୍ସ ହର୍ବର୍ଟ ଓ ନିକୋଲାସ ମାହୁଟଙ୍କୁ ଭେଟିବେ। ଏହି ଫ୍ରାନ୍ସ ଯୋଡ଼ି ଅନ୍ୟ କ୍ୱାର୍ଟରଫାଇନାଲରେ ରବର୍ଟ ଗାଲୋଓ୍ବେ ଓ ଆଲବାନୋ ଓଲିଭେଟିଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍‌ ନୁହେଁ, ଏହି ଗେମ୍‌ ଖେଳିଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୧୭।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ତିନିଟି ମ୍ୟାଚ ଜିତି ସୁପର-୮ରେ...

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି...

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି...

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌....

ସ୍କଟ୍‌ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ

ଗ୍ରସ୍‌ ଆଇଲେଟ୍‌,୧୫ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ସ୍କଟ୍‌ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।...

ଟି-୨୦ ବିଶ୍ୱକପର ସୁପର୍‌-୮ରେ କାହାକୁ ଭେଟିବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ

ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri