ଚାଷୀଙ୍କ ଆୟ ତିନି ଗୁଣ ଉପରେ ଜ଼ିଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର,୪।୯(ଡି.ଏନ.ଏ.): ଛତ୍ରପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର କୃଷି ବିଭାଗର ଜିଲାସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲାର ଚାଷୀମାନେ କିପରି ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ଓ ବିଭିନ୍ନପ୍ରକାର ଚାଷ କାର୍ଯ୍ୟ କରି ବହୁ ମାତ୍ରାରେ ଆର୍ଥିକ ଲାଭବାନ ହୋଇପାରିବେ ସେଥିପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲାର କେଉଁ ବ୍ଲକରେ କେଉଁ ପ୍ରକାର ଚାଷ କାର୍ଯ୍ୟ ଚାଷୀମାନେ କରୁଛନ୍ତି ତାହା କ୍ଲଷ୍ଟର ସ୍ତରରେ ତାଲିକା ପ୍ରସ୍ତୁତ କରାଯିବା ସହ ଚାଷୀମାନେ କିପରି ଠିକ ଭାବେ ବିଭିନ୍ନ ରକମର ଚାଷ କରିପାରିବେ ସେଥି ନିମନ୍ତେ କ୍ଲଷ୍ଟର ସ୍ତରରେ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ଦେବାକୁ ଜିଲାପାଳ କୃଷି ଓ ଉଦ୍ୟାନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ଚାଷୀମାନେ ଯେଉଁ ରକମର ଚାଷ କରୁଛନ୍ତି ସେଗୁଡିକୁ ମାର୍କେଟିଙ୍ଗ ଓର୍‌ମାସ ପକ୍ଷରୁ କରାଯିବ। ଜିଲାରେ ଚାଷୀମାନେ କଦଳୀ, ନଡ଼ିଆ, କଞ୍ଚାଲଙ୍କା, ଟମାଟୋ, ମକା, ମାଣ୍ଡିଆ, ତୁଳା ସମେତ ବିଭିନ୍ନ ଚାଷ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଉଚିତ ସହଯୋଗ କରିବା ନିମନ୍ତେ ଜିଲାପାଳ ଉଭୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିଆଫୁଲ, ପଦ୍ମ, ଗୋଲାପ, ଅର୍କିଟ ଭଳି ବିଭିନ୍ନ ଫୁଲଚାଷ କିପରି ଲୋକମାନେ କରିପାରିବେ ଆଉ ଆର୍ଥିକ ଲାଭବାନ ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଜିଲାରେ ଅଧିକାରୀମାନେ ବିଭିନ୍ନ କ୍ଷେତ ପରିଦର୍ଶନ କରି ଚାଷୀମାନଙ୍କୁ ଉପଯୁକ୍ତ ଚାଷ କରିବା ନିମନ୍ତେ ସଚେତନତା କରିବାକୁ ସେ କହିଥିଲେ l ଅଧିକାଂଶ ବିଭାଗୀୟ ଅଧିକାରୀ ଆଲୋଚନା କରି ଫଟୋ ଗ୍ରୁପରେ ଛାଡିଦେଲେ ହେବ ନାହିଁ ଚାଷୀଙ୍କୁ ଠିକ୍‌ ଦିଗ ଦେଖେଇଲେ ଚାଷୀମାନେ ଉପକୃତ ହେଇପାରିବେ ବୋଲି ସେ କହିଥିଲେ। ଜିଲାର ସମସ୍ତ ଚାଷୀଙ୍କୁ ଉପଯୁକ୍ତ ସାର ଯୋଗାଇବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସାମିଲ କରି ଋଣ ପ୍ରଦାନ କଲେ ଚାଷୀମାନେ ବିଭିନ୍ନ ରକମର ଚାଷ କାର୍ଯ୍ୟ କରି ଆଦାୟ ଫସଲଗୁଡିକ ବିଭିନ୍ନ ଅଞ୍ଚଳକୁ ରପ୍ତାନି କରିପାରିବେ l ଜିଲାର ଚାଷୀମାନଙ୍କ ହିତ ନିମନ୍ତେ ଛୋଟ ଛୋଟ ସୌର ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବା ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲେ। ଫଳରେ ଅଞ୍ଚଳର ଚାଷୀମାନେ ନିଜ ଫସଲକୁ ଶୀତଳ ଭଣ୍ଡାରରେ ରଖିପାରିବେ l ଜିଲାରେ ରେଡ୍‌ ରାଇସ, ଜସ୍ମିନ ରାଇସ, ବ୍ଲକ ରାଇସ ଓ କଳାଜିରା ରାଇସର ଚାଷ ଅଧିକ ଚାଷୀ ଆଧୁନିକ ଶୈଳୀରେ କରିବେ l ଯାହା ବିଦେଶୀ ରପ୍ତାନି ହେଲେ ଚାଷୀ ଅଧିକ ଆର୍ଥିକ ଲାଭବାନ ହୋଇପାରିବେ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଖାଲି ଚାଷୀ ବିଭିନ୍ନ ଚାଷ କଲେ ହେବନି ତାହାକୁ ଠିକ ଭାବେ ମାର୍କେଟିଙ୍ଗ କରିବା ଉପରେ ଜିଲାପାଳ ଗୁରତ୍ୱ ଦେଇଛନ୍ତି l ଜିଲାରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ୩୯୪ ଆବେଦନ ଆସିଥିବା ବେଳେ ସେଥିରୁ ୨୩୩ଟିର କାମ ଚାଲିଛି l ୪୦ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l ୨୦୨୨ରେ ମାତ୍ର ୩୪ ଆବେଦନ ଆସିଥିବା ବେଳେ ୫ର ମଞ୍ଜୁରୀ ମିଳିଥିବା ବେଳେ ୨ଟିର କାର୍ଯ୍ୟ ଶେଷ ହୋଇଛି l ଚଳିତ ବର୍ଷ ଆବେଦନ ସଂଖ୍ୟା କମିଯିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହ ପ୍ରତ୍ୟେକ ପଞ୍ଚାୟତରୁ ଆବେଦନ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲାପାଳ କହିଥିଲେ l ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ୬ ଲ ୨୫୨୪ଟି ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଛି l ୮ କୋଟି ୧୫ ଲକ୍ଷ ୩୩ ହଜାର ୯୫୮ ଟଙ୍କା ଚାଷୀମାନେ ଏ ବାବଦରେ ପୈଠ କରିଛନ୍ତି l ଚାଷୀର ଫସଲ ନଷ୍ଟ ହେଲେ ୭୨ ଘଣ୍ଟା ମାଧ୍ୟମରେ ବୀମା କମ୍ପାନୀ କ୍ଷେତ ପରିଦର୍ଶନ କରିବାକୁ କୁହାଯାଇଛି l ଏହି ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ୱ. କୀର୍ତ୍ତି ଭାସନ, ଜିଲା ମୁଖ୍ୟ କୃଷି ଅଧିକାରୀ ଦିଲୀପ କୁମାର ଖୁଣ୍ଟିଆ, ଉଦ୍ୟାନ ବିଭାଗର ମୁଖ୍ୟ ଶରତ ବେହେରା, କୃଷି ନିର୍ବାହୀ ଯନ୍ତ୍ରୀ ଆଲୋକ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ସୁସ୍ମିତା ମହାନ୍ତି, ଏଡିଓ (ଦିଗପହଣ୍ଡି)ନିରଞ୍ଜନ ମହାପାତ୍ରଙ୍କ ସମେତ କୃଷି ଓ ଉଦ୍ୟାନ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri