Posted inଫୁରସତ

ବନ୍ୟପ୍ରାଣୀ ବଞ୍ଚିଲେ ପୃଥିବୀ ତିଷ୍ଠିବ

ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ବନ୍ୟପ୍ରାଣୀ ବଞ୍ଚିଲେ ଜଙ୍ଗଲ ସୁରକ୍ଷିତ ରୁହେ। ଫଳରେ ପୃଥିବୀର ସବୁଜିମା ବଜାୟ ରହିଥାଏ। ଏହାଦ୍ୱାରା ପୃଥିବୀ ତିଷ୍ଠି ରହିବାର ଆଶା ବଢେ। ତେଣୁ ଏହି ପ୍ରାଣୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୪ରେ ଜାତୀୟ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଥାଏ। ୨୦୦୫ରେ କଲିନ ପାଜଙ୍କ ଉଦ୍ୟମରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା। ଜାତୀୟ ତଥା ବିଶ୍ୱସ୍ତରରେ ବିଲୁପ୍ତ ପ୍ରାଣୀଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାରେ ଏହି ଦିବସ ସାହାଯ୍ୟ କରିଥାଏ।

ଜାତୀୟ ବନ୍ୟପ୍ରାଣୀ ଦିବସ ଦୁଇଟି ତାରିଖରେ ପାଳନ କରାଯାଇଥାଏ। ଫେବୃୟାରୀ ୨୨ ଗୋଟିଏ ଥିବାବେଳେ ଅନ୍ୟଟି ହେଉଛି ସେପ୍ଟେମ୍ବର ୪। ଏହି ଦିବସ ପୃଥିବୀର ବିଭିନ୍ନ ସ୍ଥାନରେ ବନ୍ୟପ୍ରାଣୀଙ୍କ ଅବସ୍ଥା ବିଷୟରେ ସଚେତନତା ସୃଷ୍ଟିି କରିବାର ପ୍ରୟାସକୁ ସାକାର କରିଥାଏ। ଉକ୍ତ ଦିବସ ପାଳନ ଅବସରରେ ଲୋକଙ୍କୁ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ପରିଦର୍ଶନ ସହ ପ୍ରାଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସଚେତନତା ସୃଷ୍ଟି ଲାଗି ଉତ୍ସାହିତ କରାଯାଇଥାଏ।

ସେପ୍ଟେମ୍ବର ୪ରେ ପୂର୍ବରୁ ପାଳନ କରାଯାଉଥିବା ଦିବସ ସହିତ ୱାଇଲ୍ଡ ଲାଇଫ ୱାରିଅର୍‌ ଷ୍ଟିଭ ଇରୱିନଙ୍କ ସ୍ମୃତି ତଥା ଜନ୍ମଦିନକୁ ସମ୍ମାନ ଜଣାଇବା ପାଇଁ ଫେବୃୟାରୀ ୨୨ ତାରିଖକୁ ମଧ୍ୟ ଯୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri