ସହରରେ ହେବ ୨୯ ମଣ୍ଡପ

ଅନୁଗୋଳ ଅଫିସ, ୮ା୧୦: ଅନୁଗୋଳ ସହରରେ ଚଳିତବର୍ଷ ମୋଟ୍‌ ୨୯ଟି ମଣ୍ଡପରେ ମା ’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ। ଏହା ୯ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏ ଚାଲିବ। ୧୯ ତାରିଖରେ ଭସାଣି ଉତ୍ସବ ସହ ମା’ଙ୍କୁ ମେଲାଣି ଦିଆଯିବ। ତେବେ ଭସାଣି ଉତ୍ସବକୁ କିପରି ଆୟୋଜନ କରାଯିବ ସେ ନେଇ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ପୂଜା କମିଟି ସଭାପତି ଅକ୍ଷୟ କୁମାର ସାମନ୍ତ କହିଛନ୍ତି, ପୂଜା ଆରମ୍ଭ ହେବାକୁ ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ ଥିବାରୁ କମିଟିଗୁଡିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଅନୁଗୋଳ ଲକ୍ଷ୍ମୀପୂଜାରେ ମେଲଣ ଉତ୍ସବ ଓ ଆତସବାଜି କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ହେଲେ ଚଳିତବର୍ଷ ମେଲଣ ଉତ୍ସବ ଧୁମ୍‌ଧାମରେ ପାଳନ କରାଯିବାକୁ ଥିବାବେଳେ ଆତସବାଜି ଉପରେ ଅଙ୍କୁଶ ଲଗାଯାଇଛି। ସେହିପରି ସମସ୍ତ ସାଉଣ୍ଡ ସିଷ୍ଟମର ଉଚ୍ଚତା ୧୨ ଫୁଟରୁ କମ୍‌ ଓ ସର୍ବନିମ୍ନ ଓସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନ ୩ଟା ପୂର୍ବରୁ ମେଲଣ ଆରମ୍ଭ ହେବ। ମୋଟ୍‌ ୧୨ଟି ପୂଜା କମିଟି ମେଲଣରେ ଭାଗ ନେବେ। ୩ଟା ପୂର୍ବରୁ ଏହି କମିଟିମାନେ ନିଜର ମେଢ଼ ଆଣି ଥାନା ଛକ ଠାରୁ ଜାତୀୟ ରାଜପଥରେ ବୁଢ଼ୀ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଛଡ଼ା କରିବେ। ୩ଟାରେ ଏସ୍‌ପି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଲଟେରି ଅନୁଯାୟୀ କ୍ରମାନ୍ବୟରେ ମେଢ଼ ଶୋଭାଯାତ୍ରା ଆରମ୍ଭ ହେବ। ଏଥର ଭସାଣି ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡକୁ ଯିବନି। ଟ୍ରାଫିକ୍‌ ବ୍ୟବସ୍ଥା ଓ ବସ୍‌ ଚଳାଚଳରେ ବାଧା ଉପୁଯିବା ଆଶଙ୍କା କରି ଏହି ନିଷ୍ପତ୍ତି ହୋଇଛି। ଥାନା ଛକରୁ ରାଜା ଛକ ଦେଇ ବଜାର ଓ ହରିମହୁରୀ ଛକ ଦେଇ ପୁନର୍ବାର ଥାନା ଛକ ଠାରେ ଏକାଠି ହେବା ପରେ ବିସର୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁ ପୂଜା କମିଟି ମେଲଣରେ ଭାଗ ନେବେ ନାହିଁ, ସେମାନେ ଅପରାହ୍ନ ୩ଟା ପୂର୍ବରୁ ଭସାଣି ସାରିବେ। ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯିବ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ସମସ୍ତ ପୂଜା କମିଟି ପକ୍ଷରୁ ସ୍ବେଚ୍ଛାସେବୀ ନିୟୋଜିତ କରାଯିବ ବୋଲି କେନ୍ଦ୍ରୀୟ ପୂଜା କମିଟି ସଭାପତି ସାମନ୍ତ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଉପସଭାପତି କିଶୋର କୁମାର କର, ସୁନୀଲ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ସମ୍ପାଦକ ରଞ୍ଜିତ ମାଣ୍ଡେଠିଆ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?