ସହରରେ ହେବ ୨୯ ମଣ୍ଡପ

ଅନୁଗୋଳ ଅଫିସ, ୮ା୧୦: ଅନୁଗୋଳ ସହରରେ ଚଳିତବର୍ଷ ମୋଟ୍‌ ୨୯ଟି ମଣ୍ଡପରେ ମା ’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ। ଏହା ୯ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏ ଚାଲିବ। ୧୯ ତାରିଖରେ ଭସାଣି ଉତ୍ସବ ସହ ମା’ଙ୍କୁ ମେଲାଣି ଦିଆଯିବ। ତେବେ ଭସାଣି ଉତ୍ସବକୁ କିପରି ଆୟୋଜନ କରାଯିବ ସେ ନେଇ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ପୂଜା କମିଟି ସଭାପତି ଅକ୍ଷୟ କୁମାର ସାମନ୍ତ କହିଛନ୍ତି, ପୂଜା ଆରମ୍ଭ ହେବାକୁ ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ ଥିବାରୁ କମିଟିଗୁଡିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଅନୁଗୋଳ ଲକ୍ଷ୍ମୀପୂଜାରେ ମେଲଣ ଉତ୍ସବ ଓ ଆତସବାଜି କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ହେଲେ ଚଳିତବର୍ଷ ମେଲଣ ଉତ୍ସବ ଧୁମ୍‌ଧାମରେ ପାଳନ କରାଯିବାକୁ ଥିବାବେଳେ ଆତସବାଜି ଉପରେ ଅଙ୍କୁଶ ଲଗାଯାଇଛି। ସେହିପରି ସମସ୍ତ ସାଉଣ୍ଡ ସିଷ୍ଟମର ଉଚ୍ଚତା ୧୨ ଫୁଟରୁ କମ୍‌ ଓ ସର୍ବନିମ୍ନ ଓସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନ ୩ଟା ପୂର୍ବରୁ ମେଲଣ ଆରମ୍ଭ ହେବ। ମୋଟ୍‌ ୧୨ଟି ପୂଜା କମିଟି ମେଲଣରେ ଭାଗ ନେବେ। ୩ଟା ପୂର୍ବରୁ ଏହି କମିଟିମାନେ ନିଜର ମେଢ଼ ଆଣି ଥାନା ଛକ ଠାରୁ ଜାତୀୟ ରାଜପଥରେ ବୁଢ଼ୀ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଛଡ଼ା କରିବେ। ୩ଟାରେ ଏସ୍‌ପି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଲଟେରି ଅନୁଯାୟୀ କ୍ରମାନ୍ବୟରେ ମେଢ଼ ଶୋଭାଯାତ୍ରା ଆରମ୍ଭ ହେବ। ଏଥର ଭସାଣି ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡକୁ ଯିବନି। ଟ୍ରାଫିକ୍‌ ବ୍ୟବସ୍ଥା ଓ ବସ୍‌ ଚଳାଚଳରେ ବାଧା ଉପୁଯିବା ଆଶଙ୍କା କରି ଏହି ନିଷ୍ପତ୍ତି ହୋଇଛି। ଥାନା ଛକରୁ ରାଜା ଛକ ଦେଇ ବଜାର ଓ ହରିମହୁରୀ ଛକ ଦେଇ ପୁନର୍ବାର ଥାନା ଛକ ଠାରେ ଏକାଠି ହେବା ପରେ ବିସର୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଯେଉଁ ପୂଜା କମିଟି ମେଲଣରେ ଭାଗ ନେବେ ନାହିଁ, ସେମାନେ ଅପରାହ୍ନ ୩ଟା ପୂର୍ବରୁ ଭସାଣି ସାରିବେ। ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯିବ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ସମସ୍ତ ପୂଜା କମିଟି ପକ୍ଷରୁ ସ୍ବେଚ୍ଛାସେବୀ ନିୟୋଜିତ କରାଯିବ ବୋଲି କେନ୍ଦ୍ରୀୟ ପୂଜା କମିଟି ସଭାପତି ସାମନ୍ତ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଉପସଭାପତି କିଶୋର କୁମାର କର, ସୁନୀଲ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ସମ୍ପାଦକ ରଞ୍ଜିତ ମାଣ୍ଡେଠିଆ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ବାଣ୍ଟିଲା ଜାବ

ବରଗଡ଼ ଅଫିସ,୧୮।୪: କରୋନା (କୋଭିଡ-୧୯) ଭୂତାଣୁ ପ୍ରତିହତ କରିବା ପାଇଁ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ...

୨ ଅଣଓଡ଼ିଆ ମହିଳା ଗିରଫ, ଗହଣା ଜବତ

ଦିଗପହଣ୍ଡି,୧୨ା୩(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ଯାତ୍ରାରେ ସୋମବାର ସିଦ୍ଧେଶ୍ୱର ଗଣିଆ ନାଳ ଛକରେ ରହୁଥିବା ସୂର୍ଯ୍ୟମଣି ସାହୁ ନାମ୍ନୀ ମହିଳାଙ୍କ ବେକରୁ ପ୍ରାୟ...

ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ...

ପରିଚୟ ଲୁଚାଇବାକୁ ପଥରରେ ଛେଚି ହତ୍ୟା

ଯୋଡ଼ା,୨୨।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ହାତୀଦରୀ-ଧାତିକା ରାସ୍ତା କଡ଼ରୁ ସୋମବାର ଏକ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ହଜାର ଦାନ

ଛେଣ୍ଡିପଦା,୯ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମ୍ୟ କମିଟି ସଭାପତି ଗୋବର୍ଦ୍ଧନ...

ପୁଣି ଥରିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୩।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଥରାଉଛି । ଗତ କିଛି ଦିନ ହେଲା ତାପମାତ୍ରା ୯ଡିଗ୍ରୀରୁ ୧୨ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ...

ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର

ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ...

ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ

ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ...

Advertisement
Archives

Model This Week