ବର୍ଷା ଢାଳୁଛି, ନାଳ ନିର୍ମାଣ ଚାଲିଛି

ଖଇରା, ୧୦।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁର ଗ୍ରାମ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବେପରୁଆ ଭାବେ କରାଯାଉଥିବାରୁ ମହତୀପୁର ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ପ୍ରବଳ ବର୍ଷାରେ ନାଳରେ ପାଣି ଭର୍ତ୍ତି ଥିବା ବେଳେ କଂକ୍ରିଟ ଢଳେଇ କରାଯିବାରେ ଏହାର ସ୍ଥାୟିତ୍ୱକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ା ଗୁରୁବାର ଅପରାହ୍ନରେ କିଛି ଗ୍ରାମବାସୀ ଏହି ନିମ୍ନମାନର କାମ ବନ୍ଦ ପାଇଁ ଦାବି କରିଥିଲେ ହେଁ ଠିକାଦାର ଏଥିପ୍ରତି କର୍ଣ୍ଣପାତ ନ କରି କାର୍ଯ୍ୟ ଜାରି ରଖିଥିବା ଅଭିଯୋଗ ହୋଇଛି। ବର୍ଷାଋତୁରେ ଢଳେଇ କାର୍ଯ୍ୟ ବନ୍ଦ କରା ନ ଗଲେ ଗ୍ରାମବାସୀ ସୋର-କୁପାରୀ ରାସ୍ତାରେ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।
  କି.ମି. ଡ୍ରେନ ନିର୍ମାଣ ପାଇଁ ପାଖାପାଖି ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏପ୍ରିଲ ୧୭ରେ ଏହାର ଭୂମିପୂଜା କରାଯାଇଥିଲା। କାର୍ଯ୍ୟଗ୍ରାହୀ ଗ୍ରୀଷ୍ମ ଋତୁରେ ପାଗ ଶୁଖିଲା ଥିବା ବେଳେ କାମ କରିବା ପରିବର୍ତ୍ତେ ୪ ମାସ ପରେ ଧାରା ଶ୍ରାବଣରେ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାକି  ନିମ୍ନମାନର। ଏବେ ରାସ୍ତା ଉପରେ ଡ୍ରେନ ଖୋଳା ପରେ କାଦୁଅ ପଚ ପଚ ମାଟିକୁ ଜମା କରି ରଖିବା ଯୋଗୁ ଯାତ୍ରୀମାନେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଡ୍ରେନ  ସଂଲଗ୍ନ ପରିବାରଗୁଡିକ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସିମେଣ୍ଟ, ରଡ୍‌, ଚିପ୍ସ ଓ ବାଲିର ଭାଗମାପରେ ବ୍ୟାପକ ଅନ୍ତର ଯୋଗୁ ଏହା କେତେବେଳେ ଯେ ଭୁଶୁଡିବ ତାହା କହିହେବ ନାହିଁ ା ଯନ୍ତ୍ରୀଙ୍କ ଅନୁପସ୍ଥିତି ଠିକାଦାରଙ୍କୁ ଏଭଳି ଅନିମିୟତତା ପାଇଁ ପ୍ରୋତ୍ସାହନ ଯୋଗାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ହରିଶଚନ୍ଦ୍ର ଦ୍ୱାରୀଙ୍କୁ ଯୋଗାଯୋଗ କରିବାରେ ସେ କନିଷ୍ଠଯନ୍ତ୍ରୀଙ୍କୁ ପଠାଇ ଏହାର ତଦାରଖ କରିବେ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବ୍ୟକ୍ତି

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡ଼ା ଗ୍ରାମର ଜଣେ ବ୍ୟକ୍ତି ସୋମବାର ଭୋରରୁ ଗାଁ ନାଳକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା...

ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଗିରଫ, ଜଣେ ଗୁରୁତର

କୁଜଙ୍ଗ,୧୨ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଫତେପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।...

ସ୍ବାସ୍ଥ୍ୟସେବାରେ ଉନ୍ନତି ନ ହେଲେ ଆନ୍ଦୋଳନ: କଂଗ୍ରେସ

ବାଲେଶ୍ୱର ଅଫିସ,୧୧।୬- ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିିଛି। ଜିଲାରେ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ଭଳି ହସ୍‌ପିଟାଲ ଖୋଲିବା ପାଇଁ ତତ୍‌କାଳୀନ କଂଗ୍ରେସ...

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ଉପଜିଲାପାଳ

ଆଠମଲ୍ଲିକ,୨୫।୧୨(ଡି.ଏନ.ଏ.): ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ବୁଧବାର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବା...

ବରଗଡ଼ ସବ୍‌ରେଜିଷ୍ଟ୍ରାର ଅଫିସ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୩୧ା୮: କରୋନା ଥମିବାର ନାଁ ନେଉନି। ସୋମବାର ଜିଲାରେ ପୁଣି ୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ସବ୍‌ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ...

ଖତ ଖାଉଛି ‘ଜନନୀ ଏକ୍ସପ୍ରେସ୍‌’

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.)- ଗର୍ଭବତୀମାନଙ୍କୁ ହସ୍ପିଟାଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ‘ଜନନୀ ଏକ୍ସପ୍ରେସ୍‌’ ବ୍ୟବସ୍ଥା କରାଯାଇଛି। ହେଲେ ଅବହେଳା କାରଣରୁ କିଛି ସ୍ଥାନରେ...

ସଜେଇହୋଇଛି ଭଦ୍ରକାଳୀ ପୀଠ: ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’

ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ସହର ସମେତ ଚରମ୍ପା ଷ୍ଟେଶନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ଙ୍କ ପୂଜା ନୀତିରେ ଯେଭଳି କୌଣସି ବ୍ୟତିକ୍ରମ ନ ହେବ...

କଟକରେ ପୁଣି ବ୍ୟାପିଲା ଜଣ୍ଡିସ

କଟକ ଅଫିସ, ୩୧ା୭: କଟକ ସହରରେ ପୁଣି ଜଣ୍ଡିସ ବ୍ୟାପିଛି। ୨୫ନମ୍ବର ୱାର୍ଡ ଅଧୀନ ଆଖଡ଼ାଗଳିର ଏ.ଜମାଦଙ୍କ ସମେତ କେଶରପୁର ଅଞ୍ଚଳରେ ଅନେକ ଲୋକ ଜଣ୍ଡିସରେ...

Advertisement
Archives

Model This Week