ଅନ୍ଧାରରେ ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

କେନ୍ଦୁଝର, ୧୦।୯ (ସ୍ବ.ପ୍ର.): ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା ଯୋଗୁଁ କେନ୍ଦୁଝର ଜିଲାର ୪୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପାଠ ପଢୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ା ଶିକ୍ଷୟତ୍ରୀ, ଶିକ୍ଷକ ଅଭାବରୁ ଏହି ହାଇସ୍କୁଲର ପିଲାମାନେ ପାଠ ପଢିପାରୁ ନାହାନ୍ତି।
ଅନୁଦାନପ୍ରାପ୍ତ ସଦର ବ୍ଲକ ଏସଏମଆର ହାଇସ୍କୁଲରେ ପାଖାପାଖି ୧୫୦ ପିଲା ପଢୁଥିବା ବେଳେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି ା ଶିକ୍ଷକ ଓ କର୍ମଚାରୀ ଅବସର ନେବା ପରେ ଆଉ ପୂରଣ ହେଉନାହିଁ ା ଏହି ହାଇସ୍କୁଲରେ ଅନୁମୋଦିତ ଶିକ୍ଷୟତ୍ରୀ,ଶିକ୍ଷକ ପଦ ୭ ରହିଥିବା ବେଳେ କିରାଣି, ପିଅନ, ଜଗୁଆଳି ଆଦି କର୍ମଚାରୀଙ୍କ ସଂଖ୍ୟା ୫ ରହିଛି। କିନ୍ତୁ ଏବେ ମାତ୍ର ୨ ଜଣ ଶିକ୍ଷକଙ୍କ ଦ୍ୱାରା ଏହି ସ୍କୁଲ ପରିଚାଳିତ ା ଏ ନେଇ ବିଦ୍ୟାଳୟ କମିଟିର ସଭାପତି ଅକ୍ଷୟ କୁମାର ମହାରଣା ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଜଣାଇବା ସହିତ କଂପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ା ବିଶେଷ କରି ବିଜ୍ଞାନ, ହିନ୍ଦି, ପିଇଟି ଭଳି ଗୁରୁତ୍ୱପୂର୍ଣ ଶିକ୍ଷକ ଅଭାବ ଯୋଗୁଁ ପାଠପଢା ଠପ ହୋଇଯାଇଥିବାରୁ ପିଲା ମାନେ ବାଧ୍ୟହୋଇ ଘରୋଇ ଟ୍ୟୁସନ ଉପରେ ନିର୍ଭର କରୁଛନ୍ତି। ଗରିବ ଶ୍ରେଣୀର ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସେହିପରି ତେରୋଣ୍ଟି ଲକ୍ଷ୍ମୀପାଟ ହାଇସ୍କୁଲରେ ୪ ଜଣ, ଖଡିକାପଦା ପଞ୍ଚାୟତ ହାଇସ୍କୁଲରେ ୩ଜଣ, ଶାଳପଡା କ୍ଷେତ୍ରମୋହନ ବିଦ୍ୟାପୀଠରେ ୩ ଜଣ, ଦରଡିପାଳ ଜିପିଏମ ହାଇସ୍କୁଲରେ ୩ ଜଣ, ରେବଣା ପଳାଶପାଳ ହାଇସ୍କୁଲରେ ୩ ଜଣ, ଖୁଣ୍ଟାପଡା ବ୍ରହ୍ମେଶ୍ୱର ହାଇସ୍କୁଲରେ ୩, କୁନ୍ତଳା ଏମକେ ହାଇସ୍କୁଲରେ ୪, ବିରକୁଣ୍ଡି ଶ୍ରମଶକ୍ତି ହାଇସ୍କୁଲରେ ୪ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ଏଭଳି ପ୍ରାୟ ସମସ୍ତ ହାଇସ୍କୁଲରେ କାମଚଳା ଶିକ୍ଷକରେ ଶିକ୍ଷାଦାନ ଚାଲିଥିବା ଜଣାପଡିଛି।
ଯେ, ସରକାରଙ୍କ ନୀତିନିୟମ କେବଳ ସରକାରୀ ହାଇସ୍କୁଲ ଗୁଡିକରେ ଲାଗୁ କରାଯାଇ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରାଯାଉଛି ା କିନ୍ତୁ ପୂର୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡିକର ଶିକ୍ଷାର ମାନଦଣ୍ଡର ବିକାଶ ପାଇଁ ଆଦାୈ ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଫଳରେ ସ୍କୁଲ ଆରମ୍ଭ ହେବା ସମୟରେ ଯେଉଁମାନେ ଯୋଗଦେଇଥିଲେ ସେମାନଙ୍କ ଅବସର ପରେ ଆଉ ନିଯୁକ୍ତି କରାଯାଉନଥିବାରୁ ସେସବୁ ହାଇସ୍କୁଲଗୁଡିକ ଶିକ୍ଷୟତ୍ରୀ ଶିକ୍ଷକଶୂନ୍ୟ ହେବାକୁ ବସିଛି ା ନିଯୁକ୍ତି ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ହୋତା କହିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି ଯେ ପୂର୍ଣ କ୍ଷମତାପ୍ରାପ୍ତ ହାଇସ୍କୁଲଗୁଡିକରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସରକାରଙ୍କ କାୈଣସି ବ୍ୟବସ୍ଥା ନାହିଁ। ସେଭଳି କାୈଣସି ବ୍ୟବସ୍ଥା ହେଲେ ନିଯୁକ୍ତି ଦିଆଯିବ ା ଏହିସବୁ ସ୍କୁଲଗୁଡିକର ଖାଲିଥିବା ଶିକ୍ଷୟତ୍ରୀ ଶିକ୍ଷକଙ୍କ ସୂଚନା ଓ ସମସ୍ୟା ସରକାରଙ୍କୁ ନିୟମିତ ଅବଗତ କରାଯାଉଛି ା ଏଭଳି ସମସ୍ୟା ଜିଲାର ୪୦ଟି ହାଇସ୍କୁଲରେ ଦେଖାଦେଇଥିଲେ ହେଁ ଶିକ୍ଷା ବିଭାଗ ନିଯୁକ୍ତି କରିବା ନେଇ ବ୍ୟବସ୍ଥା କରୁ ନ ଥିବାରୁ ପାଠ ପଢୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri