ଆମେରିକାକୁ ଆଇଏସ୍‌ ବିପଦ

କାବୁଲ/ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ସୈନ୍ୟ ଅପସାରଣ ଡେଡ୍‌ଲାଇନ୍‌ ପୂର୍ବରୁ କାବୁଲ ବିମାନବନ୍ଦରରେ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ମେଣ୍ଟ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ତାଲିବାନ ଶାସନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାୟନ କରୁଥିବା ଆଫଗାନ୍‌ ଓ ଆମେରିକୀୟଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ହ୍ବାଇଟ୍‌ହାଉସ୍‌ ପ୍ରେସ୍‌ ସେକ୍ରେଟାରି ଜେନ୍‌ ସାକି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସର୍ବାଧିକ ନିରାପତ୍ତା ପଦକ୍ଷେପ ନିଆଯାଉଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ଜାତୀୟ ସୁରକ୍ଷା ଟିମ୍‌ ଏନେଇ ଅବଗତ କରାଇଛି।ଦୀର୍ଘ ୨୦ ବର୍ଷର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ଆଫଗାନିସ୍ତାନରୁ ଓହରିଯାଉଛି ଆମେରିକା। ତାଲିବାନ୍‌ ଏକ କାମଚଳା ୟୁନିଟି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିସାରିଥିବାରୁ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ବଳ ତୁରନ୍ତ କାବୁଲ ଏୟାରପୋର୍ଟକୁ ଖାଲି କରନ୍ତୁ ବୋଲି ଚାହୁଁଛି। ଇତିମଧ୍ୟରେ ଆଫଗାନ୍‌ ଓ ଅନ୍ୟ ଦେଶର ନାଗରିକଙ୍କୁ ଏୟାରଲିଫ୍ଟିଂ ଚାଲିଥିବାବେଳେ ଏଥିରେ ବାଧା ସୃଷ୍ଟି କରିଛି ତାଲିବାନ୍‌ର ଚିରଶତ୍ରୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରାସାନ୍‌ (ଆଇଏସ୍‌-କେ)। କାବୁଲ ଏୟାରପୋର୍ଟରେ ଗୁରୁବାର ଆଇଏସ୍‌-କେ ଆମତ୍ଘାତୀ ବିସ୍ଫୋରଣ ଘଟାଇବା ପରେ ବାଇଡେନ୍‌ ପ୍ରତିଶୋଧ ପାଇଁ ଶପଥ ନେଇଛନ୍ତି। କାବୁଲ ଏୟାରପୋର୍ଟରେ ଆମେରିକୀୟଙ୍କ ଉପରେ ଏଭଳି ଆହୁରି ଏକାଧିକ ଆକ୍ରମଣ ହୋଇପାରେ ବୋଲି ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି।
କାବୁଲର ହମିଦ କାର୍‌ଜାଇ ଏୟାରପୋର୍ଟରେ ୧୩ ଆମେରିକୀୟ ସୈନ୍ୟଙ୍କ ଜୀବନ ନେଇ ୧୮ ଜଣଙ୍କୁ ଲହୁଲୁହାଣ କରିଥିବା ଜଣେ ଆମତ୍ଘାତୀ ବିସ୍ଫୋରଣକାରୀ ଇସ୍‌ଲାମିକ୍‌ ଷ୍ଟେଟ୍‌କୁ ଉଭୟ ଇସ୍‌ଲାମିକ୍‌ ତାଲିବାନ୍‌ ଓ ପାଶ୍ଚାତ୍ୟର ଶତ୍ରୁ ଭାବେ ଅଭିହିତ କରିଛନ୍ତି। ସେହିପରି ଆମେରିକାକୁ ଆଗକୁ ମଧ୍ୟ ଏଭଳି ଟାର୍ଗେଟ କରାଯାଇପାରେ। ଏନେଇ ମିଳୁଥିବା ଗୋଇନ୍ଦା ସୂଚନା ତାଲିବାନ୍‌ ସହ ଶେୟାର କରାଯାଉଛି ବୋଲି ଫ୍ଲୋରିଡା ହେଡ୍‌କ୍ୱାର୍ଟର୍ସରୁ ସମଗ୍ର ସ୍ଥାନାନ୍ତର ପ୍ରକ୍ରିୟା ଉପରେ ନଜର ରଖିଥିବା ସେଣ୍ଟ୍ରାଲ କମାଣ୍ଡ୍‌ ଚିଫ୍‌ ଜେନେରାଲ ଫ୍ରାଙ୍କ ମେକ୍‌କେନ୍‌ଜିଏ ସତର୍କ କରାଇଛନ୍ତି। ବ୍ରିଟେନ ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲେସ୍‌ କହିଛନ୍ତି, ଏୟାରଲିଫ୍ଟ ଏବଂ ଅପସାରଣ ପ୍ରକ୍ରିୟା ଶେଷ ହୋଇଆସୁଥିବାରୁ ପାଶ୍ଚାତ୍ୟର ସୁରକ୍ଷା ବଳ ଉପରେ ଆତଙ୍କବାଦୀମାନେ ଆହୁରି ଆକ୍ରମଣ କରିପାରନ୍ତି। ତେବେ ଆଇଏସ୍‌କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକର ଭୟ ହେଉଛି ୨୦୦୧ରେ ଆମେରିକାର ଆଫଗାନିସ୍ତାନ ଦଖଲ ପୂର୍ବରୁ ଅଲ୍‌-କାଏଦାକୁ ଘଉଡ଼ାଇଦେଇଥିବା ତାଲିବାନ୍‌ ଯୁଦ୍ଧ ପ୍ରଭାବିତ ଦେଶକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର ପାଇଁ ଅନୁମତି ଦେଇପାରେ। କିନ୍ତୁ ତାଲିବାନ୍‌ ଏହି ଆଶଙ୍କାକୁ ଖଣ୍ଡନ କରୁଛି। ପ୍ରକାଶ ଯେ, ଆଇଏସ୍‌-କେ ପୂର୍ବରୁ କେବଳ ପାକିସ୍ତାନ ସୀମାରେ ସୀମିତ ଥିଲା। ପରେ ଏହା ଆଫଗାନିସ୍ତାନର ଉତ୍ତର ଭାଗରେ ଦ୍ୱିତୀୟ ସାମ୍ମୁଖ୍ୟ ପ୍ରତିଷ୍ଠା କରିଥିଲା। ଆଇଏସ୍‌-କେ’ରେ ପାକିସ୍ତାନ, ଉଜ୍‌ବେକିସ୍ତାନ ଓ ଆଫଗାନିସ୍ତାନର କଠୋରପନ୍ଥୀମାନେ ସାମିଲ ଥିବା ଓ୍ବେଷ୍ଟ ପଏଣ୍ଟ୍‌ କମ୍ବାଟିଂ ଟେରରିଜମ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ପେଣ୍ଟାଗନ୍‌ରେ ଆର୍ମି ମେଜର ଜେନେରାଲ ଓ୍ବିଲିୟମ୍‌ ଟେୟଲର କହିଛନ୍ତି, ବିସ୍ଫୋରଣରେ ଦୁଇଜଣ ନୁହେଁ, ଜଣେ ଆତଙ୍କବାଦୀ ଜଡ଼ିତ। ବାରେରାନ୍‌ ହୋଟେଲ ନିକଟରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା ବୋଲି ଯାହା କୁହାଯାଉଛି ତାକୁ ଆମେ ବିଶ୍ୱାସ କରୁନାହୁଁ। ଏହା ଜଣେ ଆମତ୍ଘାତୀ ଆତଙ୍କବାଦୀଙ୍କ କାଣ୍ଡ।

‘ଚାଇନା ଚକିତ’

କାବୁଲ ବିସ୍ଫୋରଣକୁ ନେଇ ଚାଇନା ଚକିତ ହୋଇଯାଇଛି। ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଜଟିଳ ରହିଛି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ସହ ବେଜିଂ କାମ କରିବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍‌ ସ୍ପଷ୍ଟ କରିଛନ୍ତି।

ମୁଁ ରାଷ୍ଟ୍ରପତି ଥିଲେ…

ବାଇଡେନ୍‌ ପ୍ରଶାସନର ଆଫଗାନିସ୍ତାନ ନୀତିର ବଡ଼ ସମାଲୋଚକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ସେ କ୍ଷମତାରେ ଥିଲେ କାବୁଲ ବିସ୍ଫୋରଣ ଘଟି ନ ଥାନ୍ତା। ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଯୁଦ୍ଧ ପ୍ରଭାବିତ ଦେଶରୁ ଆମେରିକୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଫେରାଇ ଆଣିବା ଜରୁରୀ ଥିଲା। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ସମସ୍ତ ଏୟାରବେସ୍‌କୁ ବନ୍ଦ କରିଦେଇ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିଷ୍ପତ୍ତି ନେଲେ। ଟ୍ରମ୍ପ୍‌ ଆହୁରି କହିଛନ୍ତି, ସେ ଆଇଏସ୍‌କୁ ୧୦୦% ପରାସ୍ତ କରିଥିଲେ। କିନ୍ତୁ ଏବେ ଏକ ଆଇଏସ୍‌-କେ ଉଭା ହୋଇଛି। ଆଇଏସ୍‌ରୁ ଅଲଗା ହୋଇ ଏପରି ଗୋଷ୍ଠୀ ଜନ୍ମ ନେଉଥିବା ସେ କହିଛନ୍ତି।

ଏୟାରପୋର୍ଟ ଚଳାଇବାକୁ ତୁର୍କୀକୁ ଅନୁରୋଧ କଲା ତାଲିବାନ୍‌

କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ବିମାନବନ୍ଦରକୁ ତୁର୍କୀ ପରିଚାଳନା କରୁ ବୋଲି ତାଲିବାନ୍‌ ଅନୁରୋଧ କରିଛି। ଏନେଇ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ଶୁକ୍ରବାର ସୂଚନା ଦେଇଛନ୍ତି। ଏର୍ଡୋଗାନ୍‌ କହିଛନ୍ତି, କାବୁଲସ୍ଥିତ ତୁର୍କୀ ଦୂତାବାସରେ ତାଲିବାନ୍‌ ସହ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। କାବୁଲ ବିମାନବନ୍ଦର ଚଳାଇବା ପାଇଁ ତାଲିବାନ୍‌ର ଅନୁରୋଧ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ। ଏହା ଉପରେ ଆମେ ବିଚାର କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

କଥା କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ

ଜେନିଭା: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଅଦ୍ୟାବଧି ୪୮ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ ଫସିଥିବା ବେଳେ ୩ ଲକ୍ଷରୁ...

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌...

ନୋ ଫ୍ଲାଏ ଜୋନ୍‌କୁ ନେଇ ପୁଟିନଙ୍କ ଚେତାବନୀ

କ୍ୱିଭ୍‌,୫ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୦ ଦିନରେ ପହଞ୍ଚିଛି। ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ଏହି...

ହଲଚଲ ହେଉଛି ଶବ

କାନ୍‌ବେରା: ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖ ସେପାଖ ହୁଏ ବୋଲି...

ଖରାଦିନେ କରୋନା ସଂକ୍ରମଣ କମିବା ଆଶଙ୍କା କମ୍‌: ଭାରତ-ବ୍ରାଜିଲ୍‌ରେ ୨ ଗୁଣା ବେଗରେ ପାଉଛି ବୃଦ୍ଧି; ଶୀତପ୍ରଧାନ ଦେଶରେ ରଚିଥିଲା ୯୦ ଦିନର ମୃତ୍ୟୁ ତାଣ୍ଡବ !

ଓ୍ବାଶିଂଟନ,୧୪।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ଆତଙ୍କ ଦେଖାଦେଇଛି। ଗତ ୯୦ ଦିନ ଧରି କରୋନା ପୃଥିବୀର ଶୀତପ୍ରଧାନ ଦେଶଗୁଡ଼ିକରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏବେ...

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: ସାଲିସ ନ କଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ,୧୩।୫: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମୁନାହିଁ। ଏପରିସ୍ଥିତିରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଚେତାବନୀ ଦେଇଛନ୍ତି। ବାଣିଜ୍ୟ ନେଇ...

ଦୀର୍ଘ ଦିନ ଯାଏ କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ଟିକା

ଓ୍ବାଶିଂଟନ୍‌, ୨୬ା୫: ଟିକା ଦୀର୍ଘ ଦିନ ଧରି କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନେଚର ମେଡିସିନ୍‌ ଜର୍ନାଲରେ...

ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍‌ଲିମ ବି କରନ୍ତି ପୂଜା

ଇସ୍‌ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ...

Advertisement
Archives

Model This Week